ETV Bharat / entertainment

Puneet Issar email hacking case: ଜଣକୁ ବାନ୍ଧିଲା ମୁମ୍ବାଇ ପୋଲିସ - ପୁନିତ ଇସାରଙ୍କ ଇମେଲ ଆକାଉଣ୍ଟ ହ୍ୟାକ

ଅଭିନେତା ପୁନିତ ଇସାରଙ୍କ ଇମେଲ ଆକାଉଣ୍ଟ ହ୍ୟାକ ମାମଲାରେ ଜଣକୁ ବାନ୍ଧିଲା ଓସିଓ୍ବାରା ପୋଲିସ( Oshiwara Police Cyber Crime Case )। ଗିରଫ ଅଭିଯୁକ୍ତ ଜଣକ ମୁମ୍ବାଇ ମାଧ ଅଞ୍ଚଳର ଅଭିଷେକ ସୁଶିଲ କୁମାର ନାରାୟଣ । ଅଧିକ ପଢନ୍ତୁ

Puneet Issar
Puneet Issar
author img

By

Published : Nov 27, 2022, 1:24 PM IST

ମୁମ୍ବାଇ: ବଲିଉଡ ଅଭିନେତା ପୁନିତ ଇସାରଙ୍କ ଇମେଲ ଆକାଉଣ୍ଟ ହ୍ୟାକ କରିବା ମାମଲାରେ ଜଣକୁ ବାନ୍ଧିଲା ପୋଲିସ ( Puneet Issar Email Hacking Case )। ଜଣେ ବ୍ୟକ୍ତି ଅଭିନେତାଙ୍କ ଇମେଲ ଆକାଉଣ୍ଟକୁ ହ୍ୟାକ କରି 13.76 ଲକ୍ଷ ଟଙ୍କା ଲୁଟିବାକୁ ଚେଷ୍ଟା କରିଥିଲା । ଏହା ମାମଲାରେ ଜଣକୁ ଗିରଫ କରିଛି ମୁମ୍ବାଇ ଓସିଓ୍ବାରା ପୋଲିସ( Oshiwara Police Cyber Crime Case ) । ଗିରଫ ଅଭିଯୁକ୍ତ ଜଣକ ମୁମ୍ବାଇ ମାଧ ଅଞ୍ଚଳର ଅଭିଷେକ ସୁଶିଲ କୁମାର ନାରାୟଣ । ଏନେଇ ପୋଲିସ କହିଛି ଯେ, ଅଭିଯୁକ୍ତ ଜଣକ ଅଭିନେତା ପୁନିତ ଇସାରଙ୍କ ଏକ ସୋକୁ ବାତିଲ କରିଥିଲା । ଏଥିସହ ବୁକିଂ ପାଇଁ ଦିଆଯାଇଥିବା ଟଙ୍କାକୁ ହଡପ କରିଥିଲା ।

ଏମିତି ଥିଲା ସମ୍ପୁର୍ଣ୍ଣ ଘଟଣା

ପୁନିତ ଇସର ତାଙ୍କ ହିନ୍ଦୀ ନାଟକ 'ଜୟ ଶ୍ରୀ ରାମ' ପାଇଁ ମୁମ୍ବାଇରେ ନ୍ୟାସନାଲ ସେଣ୍ଟର ଫର ପର୍ଫମିଂ ଆର୍ଟ (ଏନସିପିଏ) ଥିଏଟର ବୁକ୍ କରିଥିଲେ ଏବଂ ଏଥିପାଇଁ 13.76 ଲକ୍ଷ ଟଙ୍କା ପ୍ରଦାନ କରିଥିଲେ( NCPA Theatre Drama Booking )। ଏହି ନାଟକ ଆସନ୍ତା ଜାନୁଆରୀ 14 ଏବଂ 15 ତାରିଖରେ ପରିବେଷଣ ହୋଇଥାନ୍ତା । ପ୍ରକାଶଥାଉ କି ଯେତେବେଳ ପୁନିତ NCPAକୁ ମେଲ କରିବା ପାଇଁ ଚେଷ୍ଟା କରିଲେ ତାହା ସମ୍ଭବ ହୋଇପାରିଲା ନାହିଁ । ସେ ବାରମ୍ବାର ଚେଷ୍ଟା କରିବା ସତ୍ତ୍ବେ ନହେବା କାରଣରୁ ସନ୍ଦେହ ଆସିଥିଲା ।

ଏହାପରେ ସେ ଓସିୱାରା ପୋଲିସ ସହ ଯୋଗାଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଥିଏଟର ମ୍ୟାନେଜମେଣ୍ଟ ସହ ଯୋଗାଯୋଗ କରିଥିଲା । ତେବେ ପୁନିତ ସୋ କ୍ୟାନସେଲ କରିବା ସହ ପଇସା ଫେରସ୍ତ କରିବା ପାଇଁ ଅନୁରୋଧ କରିଥିଲେ ବୋଲି ଥିଏଟର ମ୍ୟାନେଜମେଣ୍ଟ ତରଫରୁ କୁହାଯାଇଥିଲା । ଏହାପରେ ପୋଲିସ ବ୍ୟାଙ୍କ ତଥ୍ୟ ସହ ମୋବାଇଲ ନମ୍ବରକୁ ଟ୍ରାକ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ଗତକାଲି ଅଭିଯୁକ୍ତଙ୍କୁ ମୁମ୍ବାଇର ମାଧ ଅଞ୍ଚଳରୁ ଗିରଫ କରିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.