ETV Bharat / entertainment

Leo Bo Collection: ବକ୍ସ ଅଫିସରେ ଥାଲାପତି ବିଜୟଙ୍କ ଯାଦୁ, ୱାର୍ଲ୍ଡ ୱାଇଡରେ ୪୦୦କୋଟି କ୍ଲବରେ ଏଣ୍ଟ୍ରି - ଥାଲାପତି ବିଜୟଙ୍କ ଫିଲ୍ମ ଲିଓ କଲେକ୍ସନ

ଅକ୍ଟୋବର ୧୯ରେ ସାଉଥ୍‌ ସୁପରଷ୍ଟାର ଥାଲାପତି ବିଜୟଙ୍କ ଫିଲ୍ମ 'ଲିଓ' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଫିଲ୍ମ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି । ଏହି ଚଳଚ୍ଚିତ୍ରଟି ମାତ୍ର ଦୁଇ ଦିନ ମଧ୍ୟରେ ୧୦୦କୋଟି ଟଙ୍କା ଅତିକ୍ରମ କରିଥିଲା । ତେବେ ୬ଷ୍ଠ ଦିନରେ କେତେ କଲେକ୍ସନ କରିଛି ? ଜାଣନ୍ତୁ

ବକ୍ସ ଅଫିସରେ ଥାଲାପତି ବିଜୟଙ୍କ ଯାଦୁ, ୱାର୍ଲ୍ଡ ୱାଇଡରେ ୪୦୦କୋଟି କ୍ଲବରେ କଲା ଏଣ୍ଟ୍ରି

author img

By ETV Bharat Odisha Team

Published : Oct 24, 2023, 12:35 PM IST

ହାଇଦ୍ରାବାଦ: ସାଉଥ୍‌ ସୁପରଷ୍ଟାର ଥାଲାପତି ବିଜୟଙ୍କ ଫିଲ୍ମ 'ଲିଓ'କୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ୍‌ କହିଲେ ନସରେ । ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସୁଥିବା ବେଳେ ପ୍ରେକ୍ଷାଳୟରେ ଭିଡ଼ ଜମୁଛି । ୫ ଦିନ ମଧ୍ୟରେ ଭଲ କଲେକ୍ସନ କରି ଅନେକ ଫିଲ୍ମର ରେକର୍ଡକୁ ଭାଙ୍ଗିଛି । ବର୍ତ୍ତମାନ ଫିଲ୍ମ ବିଶ୍ବ ବକ୍ସ ଅଫିସରେ ମଧ୍ୟ ୪୦୦କୋଟିରୁ କ୍ଲବରେ ସାମିଲ ହୋଇଥିବା ବେଳେ ଭାରତୀୟ ବକ୍ସ ଅଫିସରେ ୨୫୦କୋଟି ପାଖାପାଖି ଆୟ କରି ସଫଳତା ହାସଲ କରିଛି ।

  • " class="align-text-top noRightClick twitterSection" data="">

ସାକ୍ନିଲ୍କିଙ୍କ ରିପୋର୍ଟ ଅନୁଯାୟୀ, 'ଲିଓ' ଭାରତୀୟ ଏବଂ ଅନ୍ତର୍ଜାତୀୟ ବକ୍ସ ଅଫିସରେ ଧମାକା କରୁଛି । ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୪୦୦କୋଟିରୁ ଅଧିକ ଆୟ କରିଛି । ଏଥିସହ ଲିଓ ରିଲିଜ୍ ହେବାର ମାତ୍ର ୬ଷ୍ଠ ଦିନ ମଧ୍ୟରେ ଭାରତରେ ୨୦୦କୋଟିରୁ ଅଧିକ କଲେକ୍ସନ କରିଛି । ଚଳଚ୍ଚିତ୍ରଟି ଷଷ୍ଠ ଦିନରେ ଭାରତରେ (ଆନୁମାନିକ) ୨୮ କୋଟି ଟଙ୍କା ରୋଜଗାର କରିଛି । ଯାହା ପରେ ଫିଲ୍ମର ମୋଟ ବକ୍ସ ଅଫିସ୍ କଲେକ୍ସନ ପ୍ରାୟ ୨୪୪.୫୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଲିଓ: ବକ୍ସ ଅଫିସ କଲେକ୍ସନ

ଅକ୍ଟୋବର ୧୯ (ପ୍ରଥମ ଦିନ)- ୬୪.୮ କୋଟି

ଅକ୍ଟୋବର ୨୦(ଦ୍ବିତୀୟ ଦିନ)- ୩୫.୨୫ କୋଟି

ଅକ୍ଟୋବର ୨୧ (ତୃତୀୟ ଦିନ)- ୩୯.୮ କୋଟି

ଅକ୍ଟୋବର ୨୨ (ଚତୁର୍ଥ ଦିନ)- ୪୧.୫୫ କୋଟି

ଅକ୍ଟୋବର ୨୩ (ପଞ୍ଚମ ଦିନ)- ୩୫.୧୯ କୋଟି

ଅକ୍ଟୋବର ୨୪ (ଷଷ୍ଠ ଦିନ)- ୨୮ କୋଟି

ମୋଟ କଲେକ୍ସନ ୨୪୪.୫୯ କୋଟି ଟଙ୍କା

ଏହା ମଧ୍ୟ ପଢନ୍ତୁ: ରିଲିଜ ହେଲା ଥାଲାପତି ବିଜୟଙ୍କ ଫିଲ୍ମ 'ଲିଓ', ବାଜା ବଜାଇ ସେଲିବ୍ରେସନ କଲେ ଫ୍ୟାନ୍ସ

ଲିଓ ସେଭେନ୍ ସ୍କ୍ରିନ୍ ଷ୍ଟୁଡିଓର ଏସ୍ ଲଲିତ କୁମାର ଏବଂ ଜଗଦୀଶ ପାଲାନିସ୍ୱାମୀଙ୍କ ଦ୍ୱାରା ନିର୍ମିତ । ଲୋକେଶ କାନଗରାଜ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ମାଷ୍ଟର ପରେ ଲିଓ ବିଜୟଙ୍କ ସହ ଲୋକେଶଙ୍କ ଏହା ଦ୍ୱିତୀୟ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟକୁ ଲୋକେଶ, ରତ୍ନା କୁମାର ଏବଂ ଧୀରଜ ବୈଦ ଲେଖିଛନ୍ତି । ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଅନିରୁଦ୍ଧ ରବିଚାନ୍ଦ । ଥାଲାପତି ବିଜୟଙ୍କ ସହ ଏହି ଚଳଚ୍ଚିତ୍ରରେ ତ୍ରିଶା କୃଷ୍ଣନ୍, ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ, ଅର୍ଜୁନ ସରଜା, ଗୌତମ ବାସୁଦେବ ମେନନ୍, ମିସ୍କିନ୍, ମାଥ୍ୟୁ ଥୋମାସ୍, ପ୍ରିୟା ଆନନ୍ଦ ଏବଂ ଅନ୍ୟାନ୍ୟ କଳାକାର ନଜର ଆସିବେ । 15 ବର୍ଷ ପରେ ପରଦାରେ ବିଜୟ ଏବଂ ତ୍ରିଶାଙ୍କୁ ଏକାଠି ଦେଖିବାକୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.