ETV Bharat / entertainment

Sapna Is Back: କମେଡି ହେଲା ଡବଲ, କପିଲ ଶର୍ମା ଶୋ'ରେ କ୍ରିଷ୍ଣାଙ୍କ ଏଣ୍ଟ୍ରି

author img

By

Published : Apr 26, 2023, 6:55 AM IST

ପୁଣି 'କପିଲ ଶର୍ମା ଶୋ'କୁ ଫେରିଲେ ହାସ୍ୟ ଅଭିନେତା କ୍ରୀଷ୍ଣା ଅଭିଷେକ । ଶୋ'ରେ ପ୍ରବେଶ କଲା ପରେ ଏପିସୋଡର ପ୍ରଥମ ଝଲକ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କ୍ରିଷ୍ଣା । ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଅଧିକ ପଢନ୍ତୁ,

'କପିଲ ଶର୍ମା ଶୋ'ରେ ସପ୍ନାଙ୍କ ଏଣ୍ଟ୍ରି
'କପିଲ ଶର୍ମା ଶୋ'ରେ ସପ୍ନାଙ୍କ ଏଣ୍ଟ୍ରି

ମୁମ୍ବାଇ: କପିଲ ଶର୍ମାଙ୍କ ଲୋକପ୍ରିୟ କମେଡି ଶୋ 'ଦ କପିଲ ଶର୍ମା ଶୋ' ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥର ଏହି ଶୋ ବିଷୟରେ ଆସିଥିବା ଖବର ଦର୍ଶକଙ୍କ ହୃଦୟ ଜିତିଛି । ନିକଟ ଅତୀତରେ ଲୋକପ୍ରିୟ ଅଭିନେତା ତଥା ହାସ୍ୟ ଅଭିନେତା କ୍ରିଷ୍ଣା ଅଭିଷେକଙ୍କ ସମେତ ଅନେକ ହାସ୍ୟ ଅଭିନେତା ଏହି ଶୋ’କୁ ବିଦାୟ ଦେଇଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ପୁଣି ଶୋ'କୁ ଫେରିଛନ୍ତି କ୍ରିଷ୍ଣା । ଏନେଇ ସୋସିଆଲ ମିଡିଆରେ ଏପିସୋଡର ପ୍ରଥମ ଝଲକ ସେୟାର କରିଛନ୍ତି କ୍ରିଷ୍ଣା । ଏହାକୁ ଫ୍ୟାନ୍ସ ଲାଇକ କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।

କ୍ରିଷ୍ଣା ଏହି ଶୋ’ରେ 'ସପ୍ନା' ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ । ହେଲେ ହଠାତ୍ ସେ ଶୋକୁ ଛାଡିଦେଇଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ପୁଣି ଶୋ'ରେ ଏଣ୍ଟ୍ରି କରିଛନ୍ତି କ୍ରିଷ୍ଣା । ବର୍ତ୍ତମାନ କ୍ରିଷ୍ଣା ଇନଷ୍ଟାଗ୍ରାମରେ ନିଜେ 'ସପ୍ନା' ଏପିସୋଡର ଏକ ପ୍ରୋମୋ ରିଲିଜ୍ କରିଛନ୍ତି । ଯେଉଁଥିରେ ସଲମାନ ଖାନଙ୍କ ଫିଲ୍ମ 'ମେନେ ପ୍ୟାର କିୟା'ର ସୁପରହିଟ୍ ଗୀତ' ଦିଲ୍ ଦେୱାନା ବିନ୍ ସଜନା କେ ମାନେ ନା'ରେ କ୍ରିଷ୍ଣା ଶୋ'ରେ ଏଣ୍ଟ୍ରି କରିଛନ୍ତି ।

ଏହି ଭିଡିଓ ସେୟାର କରି କ୍ରୀଷ୍ଣା କ୍ୟାପସନରେ ଲେଖିଛନ୍ତି, 'ସପ୍ନା ଫେରି ଆସିଛି । ଆପଣମାନଙ୍କ ଭଲପାଇବା ପାଇଁ ବହୁତ ବହୁତ ଧନ୍ୟବାଦ'। ଅନ୍ୟପକ୍ଷରେ, ଯେତେବେଳେ ଶୋ’ରେ ଉପସ୍ଥିତ ଦର୍ଶକ ସପ୍ନାଙ୍କୁ ଦେଖିଥିଲେ, ସେତେବେଳେ ସେମାନଙ୍କର ଖୁସି କୌଣସି ସୀମା ନଥିଲା । ସମସ୍ତେ ଖୁସିରେ କରତାଳିର ସହ ତାଙ୍କୁ ସ୍ବାଗତ କରିଥିଲେ । ତେବେ ପୁଣି କପିଲ ଶର୍ମା ଶୋ' ରେ କପିଲଙ୍କ ସହ କିଷ୍ଣାଙ୍କୁ ପୁଣି ଏକାସାଙ୍ଗେ ଦର୍ଶକଙ୍କୁ ମନୋରଞ୍ଜନ କରିବେ ।

ସୂଚନା ଥାଉ କି, ଏକ ସାକ୍ଷାତକାରରେ ମଧ୍ୟ କ୍ରିଷ୍ଣା ଶୋ'କୁ ଫେରିବା ନେଇ କହିଥିଲେ ଯେ 'ଚୁକ୍ତିନାମା ପରିବର୍ତ୍ତନ' ପରେ ସେ ଏହି ଶୋ'କୁ ଫେରିବା ନେଇ ନିଷ୍ପତ୍ତି ନେଇଛନ୍ତି । ସପ୍ନା ଭୂମିକାରେ ଅଭିନୟ କରୁଥିବା କିଷ୍ଣା ଗତ ବର୍ଷ ଚୁକ୍ତିନାମାରେ ସମସ୍ୟା ନେଇ 'ଦି କପିଲ ଶର୍ମା ଶୋ'ରେ ଛାଡିଥିଲେ । ତେବେ ବର୍ତ୍ତମାନ ସମସ୍ୟା ସମାଧାନ ପରେ ସେ ପୁଣି ଶୋ'କୁ ଫେରିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, ମୁଁ ଶୋ'କୁ ଫେରି ବହୁତ ଖୁସି ଅଛି । 'ଚ୍ୟାନେଲ ଏବଂ ଶୋ ନିର୍ମାତା ସହ ମୋର ପୁରୁଣା ସମ୍ପର୍କ ଅଛି । ସେଥିପାଇଁ ମୁଁ ଫେରି ଆସିଲି । ତେବେ ପୁଣି କପିଲ ଶର୍ମା ଶୋ'ରେ କ୍ରିଷ୍ଣାଙ୍କ ଚରିତ୍ର ଦର୍ଶକଙ୍କ ବେଶ ମନୋରଞ୍ଜନ କରିବା ବୋଲି ଆଶା କରାଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.