ETV Bharat / entertainment

ଅସୁସ୍ଥ ହେଲେ ଇଲିଆନା : ସୋସାଲ ମିଡିଆରେ ଫଟୋ ସେୟାର କଲେ

author img

By

Published : Jan 31, 2023, 7:58 AM IST

ହସ୍ପିଟାଲ ବେଡରୁ ଶୁଭେଚ୍ଛୁଙ୍କୁ କହିଲେ ମନର କଥା । ସୋସିଆଲ ମିଡିଆରେ ପୋଷ୍ଟ କଲେ ସାଲାଇନ ଇଣ୍ଟ୍ରାଭେନସର ଫଟୋ । ଛୁଟିଲା ଫ୍ୟାନ୍ସଙ୍କ ଆଶୁ ଆରୋଗ୍ୟ କାମନା । ଅଧିକ ପଢ଼ନ୍ତୁ

Ileana D Cruz in hospital
ହସ୍ପିଟାଲରେ ଇଲିଆନା

ହାଇଦ୍ରାବାଦ : ଅସୁସ୍ଥ ହୋଇଛନ୍ତି ଅଭିନେତ୍ରୀ ଇଲିଆନା ଡି କ୍ରୁଜ । ସୋସିଆଲ ମିଡିଆରେ ସେ ଅସୁସ୍ଥ ଥିବା ଫଟୋ ସେୟାର କରିଛନ୍ତି । ସାଲାଇନ୍ ଇଣ୍ଟ୍ରାଭେନସ୍ ସହିତ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଏକ ଫଟୋ । ଏହି ଫଟୋର ସେ ତାଙ୍କ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଯେ ସେ ଏବେ ସୁସ୍ଥ ଅଛନ୍ତି । ହେଲେ ଅଭିନେତ୍ରୀଙ୍କର ଏହି ଫଟୋ ଦେଖି ପ୍ରଶଂସକ ଇଲିଆନାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ କରିଦେଇଛି । ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଇଲିଆନା ସମସ୍ତ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ଠିକ୍ ସମୟରେ ଚିକିତ୍ସା ପାଇବା ପରେ ସେ ସୁସ୍ଥ ଅନୁଭବ କରୁଛନ୍ତି ।

Ileana D Cruz in hospital
ହସ୍ପିଟାଲରେ ଇଲିଆନା

ରବିବାର ଦିନ, ପୋକିରି ଷ୍ଟାର୍‌ ତାରକା ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୁଇଟି କୋଲାଜ ଫଟୋ ସେୟାର କରିଥିଲେ । ଯେତେବେଳେ ତାଙ୍କୁ ସାଲାଇନ୍ ଲାଗିଥିଲା ସେହି ସମୟର ଏହି ଫଟୋ ଉଠାଇଥିଲେ । ସେ ଲେଖିଥିଲେ "ଗୋଟିଏ ଦିନରେ କ’ଣ ପାର୍ଥକ୍ୟ ଆସେ ।" ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । କହିଥଲେ, "ଯେଉଁମାନେ ମୋର ଚିକିତ୍ସା କରୁଛନ୍ତି ସେମାନେ ବହୁତ ଭଲ ଡାକ୍ତର ।" ସେହିପରି ସ୍ମିତହାସ୍ୟ ଦେଇ ଅନ୍ୟ ଏକ ପୋଷ୍ଟ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଜଣାଇଲେ ଯେ ସେ ଧୀରେଧୀରେ ସୁସ୍ଥ ହେଉଛନ୍ତି ।

୨୦୧୭ ମସିହାରେ ଅଭିନେତ୍ରୀ ଇଲିଆନା ଜଟିଳ ରୋଗର ଶିକାର ହୋଇଥିଲେ । ଯାହାର ନାଁ ହେଲା ବଡ଼ି ଡିସମୋର୍ଫିକ ଡିସଅର୍ଡର । ଏହି ରୋଗରେ ସେ ବହୁ କଷ୍ଟ ପାଇଥିଲେ । ଏହି ରୋଗ ହେଲେ ମଣିଷ ବାରମ୍ବାର ଆତ୍ମହତ୍ୟା କରିବାକୁ ଭାବିଥାଏ । ଏହି ରୋଗ ହେଲେ ମଣିଷ ନିଜ ଶରୀରକୁ ଘୃଣା କରିଥାଏ। ଇଲିଆନାଙ୍କ ସ୍ବାସ୍ଥ୍ୟ ସମସ୍ୟା କଥା ଶୁଣି ବହୁ ୟୁଜର୍ସ ତାଙ୍କୁ କମେଣ୍ଟ କରିଛନ୍ତି । ତୁମେ ଶୀଘ୍ର ସୁସ୍ଥ ହେଇ ଯାଅ ।

ଏହାସହ ଫ୍ୟାନ୍ସ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଓ କହିଛନ୍ତି, "ମୋ ସ୍ବାସ୍ଥ୍ୟକୁ ନେଇ ଏତେ ଚିନ୍ତିତ ଥିବାରୁ । ସେଥିପାଇଁ ହୃଦୟର ସହ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଏବେ ମୁଁ ଭଗବାନଙ୍କ ଦୟାରୁ ସୁସ୍ଥ ଅଛି ।" ଅନ୍ୟପକ୍ଷରେ ଖୁବଶୀଘ୍ର ପୁଣିଥରେ ସିଲଭର ପରଦାରେ ଦେଖିବାକୁ ମିଳିବ ଅଭିନେତ୍ରୀ ଇଲିଆନାଙ୍କୁ । 'ତେରା କ୍ୟାୟା ହୋଗା ଲଭଲି'ରେ ନଜର ଆସିବେ ଇଲିଆନା । ବଲବିନ୍ଦର ସିଂ ଜାନଜୁଆଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଭାରତର କଳାଗୋରା ଭେଦଭାବ ଉପରେ ଆଧାରିତ ।

ଏଥିରେ କମେଡି ସିନ୍ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । ଏହି ଚଳଚ୍ଚିତ୍ରର ସୁଟିଂ ହରିୟାଣାରେ ଚାଲିଛି । ଏଥିରେ ରଣଦୀପ ହୁଡାଙ୍କ ବିପକ୍ଷରେ ଇଲିଆନାଙ୍କୁ ଦେଖିବାକୁ ମିଳିବ । ନଭେମ୍ବର 25, 2022ରେ ଗୋଆରେ ଚାଲିଥିବା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI)ର 53 ତମ ସଂସ୍କରଣରେ ତେରା କ୍ୟାୟା ହୋଗା ଲଭଲିଙ୍କୁ ସ୍କ୍ରିନ କରାଯାଇଥିଲା । ଏହାଏକ ରୋମାଣ୍ଟିକ୍ କମେଡି ଓ ଡ୍ରାମା ଫିଲ୍ମ ।

ଇଲିଆନା ବଲିଉଡରେ କମ ଫିଲ୍ମ କରିଛନ୍ତି । କିନ୍ତୁ ଯେତିକି ବି କରିଛନ୍ତି ସବୁଥିରେ ତାଙ୍କ ଅଭିନୟ ପ୍ରଶଂସାଯୋଗ୍ୟ । ସାଉଥ୍‌ରେ ତାଙ୍କର ସମସ୍ତେ ଦିଓ୍ବାନା । ତାଙ୍କର ଶେଷ ଫିଲ୍ମ ହେଲା`ଦ ବିଗ ବୁଲ’। ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା । ଏହି ଫିଲ୍ମକୁ ଦର୍ଶକ ଖୁବ ଭଲ ପାଇବା ଦେଇଥିଲେ ।

ଇଟିଭି ଭାରତ, ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.