ETV Bharat / entertainment

Malaika-Arjun: ଅର୍ଜୁନଙ୍କ ସହ ଛୁଟି କାଟୁଛନ୍ତି ମଲାଇକା, ସେୟାର କଲେ ଫଟୋ

author img

By

Published : Apr 19, 2023, 2:28 PM IST

ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କ ସହ ବିଦେଶରେ ଛୁଟି କାଟୁଛନ୍ତି ମଲାଇକା ଆରୋରା । ଏନେଇ ସୋସିଆଲ ମିଡିଆରେ ଅର୍ଜୁନଙ୍କ ସହ ଭ୍ୟାକେସନର ସୁନ୍ଦର ଫଟୋ ସେୟାର କରିଛନ୍ତି ମଲାଇକା । ଯାହାକୁ ଫ୍ୟାନ୍ସ ଲାଇକ କରିବା ସହ କମେଣ୍ଟ କରିଛନ୍ତି । ଅଧିକ ପଢନ୍ତୁ,

ବୟଫ୍ରେଣ୍ଡ ଅର୍ଜୁନଙ୍କ ସହ ଛୁଟିଦିନର ସୁନ୍ଦର ଫଟୋ ସେୟାର କଲେ ମଲାଇକା

ମୁମ୍ବାଇ: ବଲିଉଡ ଡିଭା ଏବଂ ଫିଟନେସ ଅଭିନେତ୍ରୀ ମଲାଇକା ଆରୋରା ବର୍ତ୍ତମାନ ତାଙ୍କ ବୟଫ୍ରେଣ୍ଡ ଅର୍ଜୁନ କପୁରଙ୍କ ସହ ଜର୍ମାନୀରେ ଛୁଟି କାଟୁଛନ୍ତି । ଏହି ଲର୍ଭବାର୍ଡ ଗତ କିଛି ଦିନ ପୂର୍ବରୁ ଏଠାରେ ପହଞ୍ଚିଥିଲେ । ତେବେ ମଲାଇକା ଏବଂ ଅର୍ଜୁନ ସେମାନଙ୍କ ଛୁଟିଦିନରୁ କ୍ରମାଗତ ଭାବରେ ଫଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଏହାରି ମଧ୍ୟରେ ଏବେ ମଲାଇକା ପୁଣି ଥରେ ଅର୍ଜୁନଙ୍କ ସହ ତାଙ୍କ ରୋମାଣ୍ଟିକ୍ ଏବଂ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯାହାକୁ ଫ୍ୟାନ୍ସ ଖୁବ ଲାଇକ କରିବା ସହ କମେଣ୍ଟ କରିଛନ୍ତି ।

ମଲାଇକା ନିଜ ଇନଷ୍ଟାଗ୍ରାମରେ ଉଭୟଙ୍କ ସୁନ୍ଦର ଫଟୋ ସେୟାର କରି ଲେଖିଛନ୍ତି, ('All warm and cozy, thats how i feel around you') ସବୁକିଛି ଉଷ୍ମ ଏବଂ ନରମ... ଯାହା ମୁଁ ତୁମ ଚାରିପାଖରେ ଅନୁଭବ କରୁଛି । ମଲାଇକା ସେୟାର କରିଥିବା ଫଟୋ ଗୁଡ଼ିକ ଜର୍ମାନୀର ଶୀତୁଆ ପାଗକୁ ଉଭୟ ଉପଭୋଗ କଲା ଭଳି ମନେ ହେଉଛି । ଏବଂ ଫଟୋରେ ଅର୍ଜୁନ ଗ୍ରୀନ ଟି-ସାର୍ଟ ସହ ବ୍ଲାକ ଜ୍ୟାକେଟ ଏବଂ କ୍ୟାପରେ ନଜର ଆସିଥିବା ବେଳେ ମଲାଇକା ୱାଇଟ ସାର୍ଟ ସହ ବ୍ଲାକ ଜ୍ୟାକେଟ ଏବ୍ କ୍ୟାପରେ ନଜର ଆସିଛନ୍ତି । ଏହି ଫଟୋ ଗୁଡ଼ିକରେ ଅର୍ଜୁନ ଏବଂ ମଲାଇକାଙ୍କ ମଧ୍ୟରେ ପ୍ରେମ ସ୍ପଷ୍ଟ ଦେଖାଯାଉଛି । ଏହି ଗୁଡିକୁ ସେୟାର୍ କରିବା ମାତ୍ରେ ପ୍ରଶଂସକଙ୍କ ସମେତ ଅନେକ ସେଲିବ୍ରିଟିମାନେ ଫଟୋ ଗୁଡିକୁ ଖୁବ ଲାଇକ କରିବା ସହ କମେଣ୍ଟ ବର୍ଷା କରିଛନ୍ତି ।

ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାନ ଏହି ଫଟୋ ଗୁଡ଼ିକ ଉପରେ ଲେଖିଛନ୍ତି, 'ତୁମ ଦୁଇଜଣଙ୍କୁ ବହୁତ ଭଲପାଇବା' । ଏଥିସହିତ ସୈଫ ଅଲି ଖାନଙ୍କ ଭଉଣୀ ସବା ପଟୁତି ଏହି ଫଟୋ ଗୁଡ଼ିକରେ ଲେଖିଛନ୍ତି, 'ଏହା ହିଁ ସେହି ମାଧ୍ୟମ ଯାହା ବଞ୍ଚିବା ପାଇଁ ଲୋଡା' । ଏଥିସହିତ, ଅନେକ ଫ୍ୟାନ୍ସ ଅର୍ଜୁନ ଏବଂ ମଲାଇକାଙ୍କୁ ଫଟୋ ଉପରେ ଲାଲ୍ ହାର୍ଟ ଇମୋଜି ସହ କମେଣ୍ଟରେ ଉଭୟଙ୍କ ପାଇଁ ବହୁତ ଭଲପାଇବା ଦେଇଛନ୍ତି ।

ମଲାଇକାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଫିଲ୍ମ ନକରି ନିଜ ଦମଦାର ଡ୍ୟାନ୍ସ, ଲୁକ୍ସରେ ଏବଂ ଫିଟନେସ ପାଇଁ ମଲାଇକାଙ୍କ ଜଲୱା ଜାରି ରହିଛି । ନିକଟରେ ମଲାଇକା ଆରୋରାଙ୍କ ଏକ ମ୍ୟୁଜିକ ଆଲବମ 'ତେରା କି ଖୟାଲ' ରିଲିଜ ହୋଇଥିଲା । ଏହି ଗୀତକୁ ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱା ଗାଇଥିବା ବେଳେ ଗୁରୁଙ୍କ ସହ ମଲାଇକା ଅହି ଗୀତରେ ଅଭିନୟ ମଧ୍ୟ କରିଛନ୍ତି । ଏହି ଗୀତ ମଧ୍ୟ ବେଶ ଲୋକପ୍ରିୟତା ସାଉଁଟି ପାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.