ETV Bharat / entertainment

Hina Khan hospitalized: ହସ୍ପିଟାଲରେ ହିନା ଖାନ ଭର୍ତ୍ତି, ସେୟାର କଲେ ଫଟୋ

author img

By ETV Bharat Odisha Team

Published : Oct 27, 2023, 7:50 PM IST

'ହିନା ଖାନ' ଫେମ ଅଭିନେତ୍ରୀ ହିନା ଖାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୋସିଆଲ ମିଡିଆରେ ହିନା ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏକ ଅପଡେଟ୍ ସେୟାର କରିଛନ୍ତି । ଅଧିକ ପଢନ୍ତୁ,

ହସ୍ପିଟାଲରେ ଭର୍ତ୍ତି ହିନା ଖାନ, ଫଟୋ ସେୟାର କରି ଦେଲେ ହେଲଥ୍ ଅପଡେଟ୍

ହାଇଦ୍ରାବାଦ: ଲୋକପ୍ରିୟ ଟିଭି ଅଭିନେତ୍ରୀ ହିନା ଖାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ, ସେ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୋସିଆଲ ମିଡିଆରେ ହିନା ତାଙ୍କର ଏକ ଫଟୋ ସେୟାର କରି ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏକ ଅପଡେଟ୍ ସେୟାର କରିଛନ୍ତି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଚକିତ କରିଛି ।

ହିନା ଖାନଙ୍କ ପୋଷ୍ଟ
ହିନା ଖାନଙ୍କ ପୋଷ୍ଟ

ହିନା ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ କରିଛନ୍ତି । ସେ ଫଟୋରେ ଏକ ମିରର ଆଗରେ ସେଲଫି ନେଉଥିବା ଦେଖିବାକୁ ମିଳିଛି । ଏଥିରେ ତାଙ୍କୁ ହସ୍ପିଟାଲର ପୋଷାକ ଏବଂ ହାତରେ ବ୍ୟାଣ୍ଡେଜ୍ ଲଗାଇଥିବାର ଦେଖିବାକୁ ମିଳିଛି । ଏବଂ କ୍ୟାପସନରେ ଲେଖିଛନ୍ତି, ପ୍ରେମ ଏବଂ ଖୁସି ସେୟାର କରନ୍ତୁ । ଆପଣ କେଉଁଠାରେ ଥାଆନ୍ତୁ, ଆପଣ କେଉଁ ମାନସିକ ସ୍ଥିତିରେ ଥାନ୍ତୁ ଯଦି ଆପଣକୁ ମିରର ମିଳିଯାଏ, ତେବେ ସେଲଫି ନେବାକୁ ଭୁଲନ୍ତୁ ନାହିଁ । ସୂଚନା ଥାଉ କି, ହିନାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଭିନେତ୍ରୀ ଅସୁସ୍ଥତା ପଛର କାରଣ କହିନାହାନ୍ତି ।

ଏହା ମଧ୍ୟ ପଢନ୍ତୁ: ହିନାଙ୍କୁ ଧୋକା ଦେଇନାହାନ୍ତି ବୟଫ୍ରେଣ୍ଡ ରକି, ପବ୍ଲିସିଟି ପାଇଁ ରଚିଥିଲେ ଷଡଯନ୍ତ୍ର

ଲୋକପ୍ରିୟ ଟେଲିଭିଜନ ଶୋ 'ୟେ ରିସ୍ତା କ୍ୟା କେହଲତା ହେ' ରେ ଅକ୍ଷରାଙ୍କ ଭୂମିକା ସହ ବୋଶ ଲୋକପ୍ରିୟତା ହାସଲ କରିବା ସହ ଘରେ ଘରେ ବେଶ ପରିଚିତ । ଏଥିସହ ସେ 'କସୋଟି ଜିନ୍ଦଗି କି ୨'ର ଏକ ଅଂଶ ମଧ୍ୟ ଥିଲେ, ଯେଉଁଥିରେ ସେ ଖଳନାୟିକା କୋମୋଲିକା ଭୂମିକାରେ ଅଭିନୟ କରିଥିଲେ । ତେବେ ସେ କିଛି ମାସ ପରେ ସେ ଶୋ' ଛାଡିଦେଇଥିଲେ। ପରେ ତାଙ୍କୁ 'ଖତରୋଁ କେ ଖିଲାଡି' ସିଜନ୍ 8 ଏବଂ 'ବିଗ୍ ବସ୍ 11' ପରି ଟେଲିଭିଜନ ରିଆଲିଟି ଶୋ’ରେ ମଧ୍ୟ ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିଥିଲା । ମଡେଲିଂ ଏବଂ ଅଭିନୟ ବ୍ୟତୀତ ଜମ୍ମୁ କାଶ୍ମୀରର ବାସିନ୍ଦା ହିନା ଖାନଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଶୀର୍ଷରେ ରହିଛି । ଏହି ଅଭିନେତ୍ରୀ ଗୁରୁଗାଓଁରୁ ଏମବିଏ ଅଧ୍ୟୟନ କରିଛନ୍ତି । ସୁନ୍ଦର ଅଭିନୟ ପାଇଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଶ୍ରୀନଗର ଜି -20 ଶିଖର ସମ୍ମିଳନୀରେ ସାମିଲ ହେଲେ ହିନା ଖାନ, କାଶ୍ମୀରକୁ ନେଇ କହିଲେ ଏଭଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.