ETV Bharat / entertainment

ସୁଇସାଇଡ୍‌ ନୋଟ୍‌ରେ ଖୁଲାସା, ବୈଶାଳୀଙ୍କୁ ହଇରାଣ କରୁଥିଲେ ପୂର୍ବତନ ପ୍ରେମିକ

author img

By

Published : Oct 17, 2022, 7:45 PM IST

ୟେ ରିସ୍ତା କ୍ୟା କେହଲତା ହେ, ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା ଘଟଣା । ପୁରୁଷ ବନ୍ଧୁ ହଇରାଣ କରୁଥିବାରୁ ବୈଶାଳୀ ଆତ୍ମହତ୍ୟା କରିଥିଲା ସୁଇସାଇଡ ନୋଟରୁ ଖୁଲାସା । ଅଧିକ ପଢନ୍ତୁ

ବୈଶାଳୀଙ୍କୁ ହଇରାଣ କରୁଥିଲେ ପୁରୁଷ ବନ୍ଧୁ
ବୈଶାଳୀଙ୍କୁ ହଇରାଣ କରୁଥିଲେ ପୁରୁଷ ବନ୍ଧୁ

ଭୋପାଳ: ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା ମାମଲା, ସୁଇସାଇଟ ନୋଟର ଖୁଲାସା କଲା ପୋଲିସ । ତାଙ୍କ ପୁରୁଷ ବନ୍ଧୁ(Ex-lover) ତାଙ୍କୁ ହଇରାଣ କରୁଥିବାରୁ ସେ ଆତ୍ମହତ୍ୟା କରିଥିବା ନୋଟରେ ଉଲ୍ଲେଖ ରହିଛି । ଏହାକୁ ଆଧାରା କରି ବୈଶାଳୀଙ୍କ ପୁରୁଷ ବନ୍ଧୁ ରାହୁଲ ନାଭଲାନିଙ୍କୁ ଖୋଜୁଛି ପୋଲିସ ।

ଏହି ଘଟଣାରେଏସିପି ମୋତି ଉର ରେହମାନ କହିଛନ୍ତି ଯେ, ''ବୈଶାଳୀଙ୍କ ଆତ୍ମହତ୍ୟା ନୋଟରେ ରାହୁଲ ନାମକ ଜଣେ ଯୁବକଙ୍କ ନାମ ରହିଛି । ସେ ବୈଶାଳୀଙ୍କ ପୁରୁଷ ବନ୍ଧୁ ଥିଲେ, ଟେଲି ଅଭିନେତ୍ରୀଙ୍କ ନିର୍ବନ୍ଧ ହୋଇଥିବା ଜାଣିବା ପରେ ସେ ତାଙ୍କୁ ଅନେକ ସମୟରେ ହଇରାଣ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବାକୁ ବୈଶାଳୀ ନିଷ୍ପତ୍ତି ନେଇଥିବା ସୁଇସାଇଟ ନୋଟରେ ଉଲ୍ଲେଖ ରହିଛି, ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଥିବା କହିଛନ୍ତି ଏସିପି ମୋତି ଉପ ରେହମାନ ।''

ସୁଇସାଇଡ ନୋଟକୁ ନେଇ ପୋଲିସ ରାହୁଲଙ୍କ ବାସଭବନରେ ପହଞ୍ଚିଥିଲା । କିନ୍ତୁ ତାଙ୍କ ଘରେ ତାଲା ପଡିଥିବାରୁ ବର୍ତ୍ତମାନ ସେ ଫେରାର ରହିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଖୁବଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି ଏସପି । ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ଇନ୍ଦୋରରେ ବୈଶାଳୀ ରହୁଥିବାବେଳେ, ରବିବାର ମଧ୍ୟାହ୍ନ ସମୟରେ ଘର ମଧ୍ୟରୁ ତାଙ୍କ ଝୁଲନ୍ତା ମୃତେଦହ ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ନେଜାଜୀ ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲା । ଏହାପରେ ଘଟଣା ସ୍ଥଳରୁ ଜବତ ସୁଇସାଇଡ ନୋଟକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗତ ଏପ୍ରିଲ ମାସରେ ତାଙ୍କର ନିର୍ବଦ୍ଧ ହୋଇଥିବା ପ୍ରଶଂସକଙ୍କୁ ଜଣାଇଥିଲେ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର । ଏନେଇ ଇନଷ୍ଟାଗ୍ରାମରେ ତାଙ୍କ ରୋକା ସମୟର ଏକ ଭିଡିଓ ମଧ୍ୟ ସେୟାର କରି ଭାବି ସ୍ବାମୀଙ୍କ ନାମ ମଧ୍ୟ ଲେଖିଥିଲେ । ଡ. ଅଭିନନ୍ଦନ ସିଂହଙ୍କ ସହ ତାଙ୍କର ନିର୍ବଦ୍ଧ ହୋଇଥିଲା । ଏହାର ଠିକ ଏକ ମାସ ପରେ ସେ ବର୍ତ୍ତମାନ ବିବାହ କରିବେ ନାହିଁ କେବଳ ନିର୍ବନ୍ଧ ସରିଛି ବୋଲି ପ୍ରଶଂସକଙ୍କୁ ଜଣାଇଥିଲେ ।

ଏକ ଘରୋଇ ହିନ୍ଦୀ ଚ୍ୟାନେଲରେ ପ୍ରସାରିତ 'ଶଶୁରାଲ ସିମରକା'ରେ ଅଭିନୟ କରିଥିଲେ ବୈଶାଳୀ ଠକ୍କର । ସେଥିରେ ଭଉଣୀର ଚରିତ୍ରରେ ଦର୍ଶକଙ୍କ ପ୍ରିୟ ହୋଇପାରିଥିଲେ, ସେହିପରି 'ଭିସ ୟା ଅମରିତ', 'ସିତାରା ଓ ମୋହିନି ୨'ରେ ସେ ଅଭିନୟ କରିଥିଲେ । 'ୟେ ରିସ୍ତା କ୍ୟା କେହଲତା ହେ'ରେ ବୈଶାଳୀ ୨୦୧୫ରରୁ ୨୦୧୬ ପର୍ଯ୍ୟନ୍ତ ସଞ୍ଜନା ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ସେ ୟେ ହେ ଆଶିକୀରେ ଅଭିନୟ କରିଥିଲେ । ଏହି ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ ରକ୍ଷାବନ୍ଧନରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.