ହାଇଦ୍ରାବାଦ: ଅଚାନକ ସୋସିଆଲ ମିଡିଆରୁ ବ୍ରେକ୍ ଘୋଷଣା କରି ଫ୍ୟାନ୍ସ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି ବଲିଉଡ ଅଭିନେତ୍ରୀ କାଜୋଲ । ଏହାପରେ ଇନ୍ଷ୍ଟାଗ୍ରାମରେ ସେ କରିଥିବା ସମସ୍ତ ପୋଷ୍ଟ ଡିଲିଟ୍ କରିଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ନିରାଶା ଜାହିର କରିଛନ୍ତି । ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରି ସୋସିଆଲ ମିଡିଆରୁ ତାଙ୍କ ସମସ୍ତ ପୋଷ୍ଟ ଡିଲିଟ କରିଛନ୍ତି । 90 ଦଶକରେ ଅଭିନେତ୍ରୀ କାଜୋଲ ବେଶ ଲୋକପ୍ରିୟତା ହାସଲ କରିଥିଲେ । ଖାଲି ଅଭିନୟ ନୁହେଁ ତାଙ୍କ ଫ୍ୟାଶନରେ ସର୍ବଦା ନିଜ ପ୍ରଶଂସକଙ୍କୁ ପ୍ରଭାବିତ କରି ଆସିଛନ୍ତି । ହେଲେ ବର୍ତ୍ତମାନ କାଜୋଲଙ୍କ ସୋସିଆଲ ମିଡିଆରୁ ବ୍ରେକ୍ ଫ୍ୟାନ୍ସଙ୍କୁ ଚକିତ କରିଛି ।
ଆଜି ଇନଷ୍ଟାଗ୍ରାମରେ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରିଥିଲେ କାଜୋଲ । ଇନ୍ଷ୍ଟାଗ୍ରାମରେ କାଜୋଲଙ୍କ 14.4 ନିୟୁତ ଫୋଲର୍ସ ରହିଛନ୍ତି । ସୋସିଆଲ ମିଡିଆରୁ ବ୍ରେକ୍ ଘୋଷଣା କରିବା ପରେ ସମସ୍ତ ପୋଷ୍ଟ ଡିଲିଟ କରିଛନ୍ତି । ସେ ନିଜ ଇନ୍ଷ୍ଟାଗ୍ରାମ ଏବଂ ଟ୍ୱିଟରରେ ନିଜ ପ୍ରଶଂସକଙ୍କୁ କହିଛନ୍ତି ଯେ,"ମୁଁ ମୋ ଜୀବନର କଠିନ ସମୟର ସମ୍ମୁଖୀନ ହେଉଛି । ଏଥିପାଇଁ ସୋସିଆଲ ମିଡିଆରୁ ବିରତି ନେଉଛି ।" ଏଥିସହ ଇନଷ୍ଟାଗ୍ରାମରୁ ସମସ୍ତ ପୋଷ୍ଟ ଡିଲିଟ କରିଛନ୍ତି ।
କାଜୋଲ ସୋସିଆଲ ମିଡିଆରୁ ବ୍ରେକ୍ ଘୋଷଣା କରିବାର କିଛି ସମୟ ପରେ ଜଣେ ପ୍ରଶଂସକ ଲେଖିଛନ୍ତି, "ନିଜର ଯତ୍ନ ନିଅନ୍ତୁ"। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, "ତୁମକୁ ବହୁତ ସାରା ଭଲପାଇବା ଏବଂ ତୁମକୁ ଶକ୍ତି ମିଳୁ"। ଅନ୍ୟ ଜଣେ ଲେଖିଛନ୍ତି, "ପରବର୍ତ୍ତୀ OTT ସିରିଜ୍, 'ଦି ଗୁଡ୍ ୱାଇଫ୍' ପାଇଁ ଏହା ଏକ ପ୍ରମୋସନ ।" ଅନ୍ୟ ଜଣେ ଲେଖିଛନ୍ତି, "ଦୁଃଖିତ କାଜୋଲ ମା’ ଆପଣ ଏକ କଠିନ ସମୟ ଦେଇ ଗତି କରୁଛନ୍ତି ।"
କାଜୋଲଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, କାଜୋଲଙ୍କୁ OTTରେ ଦି ଗୁଡ୍ ୱାଇଫରେ ଦେଖିବାକୁ ମିଳିବ । ଖୁବ୍ଶୀଘ୍ର ଡିଜ୍ନି ପ୍ଲସ୍ ହଟଷ୍ଟାରରେ ରିଲିଜ୍ ହେବ ୱେବ୍ ସିରିଜ୍ 'ଦି ଗୁଡ୍ ୱାଇଫ୍'। ଯେଉଁଥିରେ ସେ ଜଣେ ଆଡଭୋକେଟ୍ ଭୂମିକାରେ ନଜର ଆସିଛନ୍ତି ଏବଂ ସେ ଏହି ମାମଲାକୁ ତାଙ୍କର ସବୁଠାରୁ କଷ୍ଟଦାୟକ ବିଚାର ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କର ଏହି ପୋଷ୍ଟ ଦେଖି ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଏହା ତାଙ୍କ ସିରିଜ୍ ସହିତ ଜଡିତ । ଦି ଗୁଡ୍ ୱାଇଫ୍ ହେଉଛି ଆମେରିକାର କୋର୍ଟ ରୁମ୍ ଡ୍ରାମା ଦି ଗୁଡ୍ ୱାଇଫର ଭାରତୀୟ ରିମେକ । ନିର୍ଦ୍ଦେଶକ ସୁପର୍ଣ୍ଣ ବର୍ମା 'ଦି ଗୁଡ୍ ୱାଇଫ୍' ୱେବସିରିଜ୍ର ନିର୍ଦ୍ଦେଶନା ଦେଇଛନ୍ତି । ଏହି ସିରିଜରେ ପ୍ରମୁଖ ଚେହେରା ଯଥା କାଜୋଲ, ଜିଶୁ ସେନଗୁପ୍ତା, ଶିବା ଚଢ୍ଡା, କୁବ୍ରା ସେଟ୍ ଏବଂ ଅନେକ ତାରକା ନଜର ଆସିବେ । ଏହି ସିରିଜ ସହ କାଜୋଲ ଓଟିଟିରେ ଜଲୱା ଦେଖାଇବାକୁ ଯାଉଛନ୍ତି ।