ETV Bharat / entertainment

ETV BAL BHARAT: ମନୋରଞ୍ଜନରେ ଭରିବ ପିଲାଙ୍କ ଖରା ଛୁଟି, ଇଟିଭି ବାଲ୍ୟଭାରତ ଆଣିଲା ମଜାଳିଆ କାର୍ଯ୍ୟକ୍ରମ - ନୂଆ କାଟୁନ ଶୋ

ପିଲାମାନଙ୍କ ମନୋରଞ୍ଜନ ପାଇଁ ETV ନେଟୱର୍କର 'ଇଟିଭି ବାଲ୍ୟ ଭାରତ' ବହୁତ ଲୋକପ୍ରିୟ । ତେବେ ଗ୍ରୀଷ୍ମ ଛୁଟିକୁ ପିଲାମାନେ କିପରି ଅଧିକ ଉପଭୋଗ କରିପାରିବେ ସେଥିଲାଗି କୁନି କୁନି ପିଲାଙ୍କ ପସନ୍ଦର କିଛି କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ଜାଣନ୍ତୁ କଣ ରହିଛି ଖାସ୍‌

ETV Bal Bharat
ETV Bal Bharat
author img

By

Published : Apr 3, 2023, 10:43 PM IST

Updated : Apr 7, 2023, 12:52 PM IST

ହାଇଦ୍ରାବାଦ: ଇଟିଭି ଭାରତ ନେଟୱର୍କର ବାଲ୍ୟ ଭାରତ ଚ୍ୟାନେଲ ୧୨ ଭାରତୀୟ ଭାଷା ଆସାମୀ, ବଙ୍ଗାଳୀ, ଗୁଜୁରାଟୀ, ହିନ୍ଦୀ, କନ୍ନଡ଼, ମରାଠୀ, ମାଲାୟାଲାମ, ଓଡ଼ିଆ, ପଞ୍ଜାବୀ, ତେଲୁଗୁ, ତାମିଲ ଓ ଇଂରାଜୀ ଭାଷାରେ ପିଲାଙ୍କ ଲାଗି ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରସାରିତ ହୁଏ । କୁନି କୁନି ପିଲାଙ୍କୁ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷଣୀୟ ବାର୍ତ୍ତା ଦେବା ଲାଗି ପ୍ରୟାସ ଜାରି ରଖିଛି ଇଟିଭି ନେଟୱର୍କର ବାଲ୍ୟଭାରତ । ତେବେ ଆଗକୁ ଆସୁଛି ଖରା ଛୁଟି । ଏହି ଛୁଟିକୁ ମନୋରଞ୍ଜନରେ ଭରପୂର କରିବା ଲାଗି ଅନେକ ମଜାଳିଆ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି ।

କଣ ରହିଛି ଖାସ୍‌ ? :- ପିଲାମାନଙ୍କ ପସନ୍ଦକୁ ଧ୍ୟାନରେ ରଖି ବିଷୟବସ୍ତୁଗୁଡ଼ିକର ପରିକଳ୍ପନା କରାଯାଇଛି । ପ୍ରତ୍ୟେକ କାର୍ଯ୍ୟକ୍ରମରେ ଆକ୍ସନ୍, ଆଡଭେଞ୍ଚର, କମେଡି, ଏପିକ୍, ମିଷ୍ଟ୍ରି ଏବଂ ଫାଣ୍ଟାନ୍ସି ଭରି ରହିଛି । ଏହି ବିଷୟବସ୍ତୁ ପିଲାମାନଙ୍କୁ କାର୍ଯ୍ୟକ୍ରମ ସହିତ ବାନ୍ଧି ରଖିବା ସହ ପିଲାମାନଙ୍କୁ ଭରପୂର ମନୋରଞ୍ଜ ଯୋଗାଇବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ନିକଟରେ ଅନେକ ଶିକ୍ଷଣୀୟ ବାର୍ତ୍ତାକୁ ପହଞ୍ଚାଇବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

ଇଟିଭି ନେଟୱର୍କ ଏହି ପ୍ରୋଗ୍ରାମଗୁଡିକ ପ୍ରସ୍ତୁତ କରିବାବେଳେ ଅନେକ ଦିଗକୁ ଧ୍ୟାନରେ ରଖିଛି । ସାଧାରଣଜ୍ଞାନଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଜ୍ଞାନ ପର୍ଯ୍ୟନ୍ତ ଯାହାକୁ କେହି ପୂର୍ବରୁ ଦେଖାଇନଥିଲେ ତାହାକୁ ଦେଖି ଉପଭୋଗ କରିପାରିବେ ଅନେକ ଶିଶୁ । ପିଲାମାନଙ୍କ ପାଇଁ ମୂଲ୍ୟ ଭିତ୍ତିକ ମନୋରଞ୍ଜନ ଯୋଗାଇବା ଏବଂ ସେମାନଙ୍କୁ ଭାରତୀୟ ସଂସ୍କୃତିର ନିକଟତର କରିବା ଲାଗି ଇଟିଭି ବାଲ୍ୟ ଭାରତ ସଦାସର୍ବଦା ପ୍ରତିବଦ୍ଧ । ଆପଣ କାର୍ଯ୍ୟକ୍ରମ ଦେଖିଲେ ଏହା ନିଶ୍ଚୟ ଜାଣିପାରିବେ ।

ଦି ସମର ଲଞ୍ଚ୍‌:- ସମର ଭ୍ୟାକେସନ ବୋନୋଜା ଚଳିତ ମାସ ୧ ତାରିଖଠାରୁ ଆରମ୍ଭ ହୋଇଛି । ଚ୍ୟାନେଲ ନୂଆ କାର୍ଯ୍ୟକ୍ରମରେ ଭାରତୀୟ ଓ ଅନ୍ତରାଷ୍ଟ୍ରୀୟ ତଥ୍ୟକୁ ସାମିଲ କରିଛି, ଫଳରେ ପିଲାମାନେ ଏହାର ଭରପୂର ଆନନ୍ଦ ଉଠାଇ ପାରିବେ । ଆଡଭେଞ୍ଚର ଓ ଆକ୍ସନରେ ଭରପୂର ରହିଛି 'ଡେନିସ ଆଣ୍ଡ ଗ୍ନେସର' (DENNIS AND GNASHER) କାର୍ଯ୍ୟକ୍ରମ । ଯେଉଁ ଶିଶୁମାନେ ଏଯାଏଁ ସ୍କୁଲକୁ ଯାଇନାହାନ୍ତି, ସେମାନଙ୍କ ପାଇଁ ପ୍ରସାରିତ ହେଉଛି ବେବି ସାର୍କ (Baby Shark) । ସେପଟେ ମହିଳାଙ୍କ ଉପରେ ଆଧାରିତ ଶୋ' 'ଦ ସିଷ୍ଟର୍ସ' ପ୍ରସାରିତ ହେଉଛି ।

ସ୍ପଞ୍ଜବୟ ସ୍କୋୟାର ପ୍ୟାଣ୍ଟ : ଏହା ଏକ ଚରିତ୍ର ଯିଏକି ପାଇନଆପଲ୍‌ ଘରେ ସମୁଦ୍ର ନିକଟରେ ବାସ କରେ । ସେ କ୍ରଷ୍ଟି କ୍ରାବ୍‌ସ ରେଷ୍ଟୁରାଣ୍ଟରେ କାମ କରେ ଏବଂ ଅତି ସରଳ ଜୀବନଯାପନ କରେ । ଆଗକୁ କଣ ରହିଛି କାହାଣୀ ଜାଣିବା ପାଇଁ କାର୍ଯ୍ୟକ୍ରମ ଦେଖନ୍ତୁ ଆଉ ଏହାକୁ ଭରପୂର ଉପଭୋଗ କରନ୍ତୁ ।

  • " class="align-text-top noRightClick twitterSection" data="">

ବେବି ସାର୍କ: ବେବି ସାର୍କ ନିଜ ପରିବାର ସହେ ବାସ କରେ । ସେ ଓ ତାର ବନ୍ଧୁ ୱିଲିୟମ ସମୁଦ୍ରରେ ମସ୍ତି କରିଥାନ୍ତି । କଣ ଆପଣ ବି ତାଙ୍କ ସହ ସମୁଦ୍ରରେ ପହଁରିବାକୁ ଚାହାଁନ୍ତି ? ଦେଖନ୍ତୁ କାର୍ଯ୍ୟକ୍ରମ

ଡେନିସ ଆଣ୍ଡ ଗ୍ନେସର: ଏହି କାର୍ଯ୍ୟକ୍ରମରେ ଆପଣ ବନ୍ଧୁତା କଣ ଜାଣିପାରିବେ । ଡେନିସ ନାମର ଜଣେ କୁନି ପୁଅ ତାର ସାଙ୍ଗ ଗ୍ନେଶର, ରୁବି, ଜେଜେ ଓ ପିଫେସ ସହ ଅନେକ ସ୍ଥାନରେ ବୁଲିଥାଏ । ଏହି କାହାଣୀରେ ଆପଣ ସେମାନଙ୍କ ସ୍କୁଲ ଜୀବନ ଓ ଅନେକ ସମସ୍ୟା ସମ୍ପର୍କରେ ରହିଛି । ଏହି କାହାଣୀ ଆପଣଙ୍କୁ ଏକ ଅଲଗା ଦୁନିଆକୁ ନେଇଯିବ ।

ଦ ସିଷ୍ଟର୍ସ: ମିଲ୍ଲୀ ଓ ଜୁଲି ହେଉଛନ୍ତି ଦୁଇ ଭଉଣୀ । ଯିଏକି କେତେବେଳେ ପରସ୍ପରର ଶତ୍ରୁ ପାଲଟୁଥିବା ବେଳେ ଆଉ କେତେବେଳେ ପାଲଟନ୍ତି ସବୁଠୁ ଭଲ ସାଙ୍ଗ । ଏହି ଶୋ'ରେ ଆପଣ ଉଭୟଙ୍କ ମନୋରଞ୍ଜନ ଭରା କାହାଣୀକୁ ଦେଖିବେ । ଉଭୟଙ୍କ ମଧ୍ୟରେ ଝଗଡ଼ାଠୁ ଆରମ୍ଭ କରି ପ୍ରେମଭାବ ଦେଖିବେ ।

ଦ ଜଙ୍ଗଲ ବୁକ୍‌: ମୋଗାଲି ହେଉଛି ଜଣେ ପିଲା ଯିଏକି କୌଣସି ପ୍ରକାରେ ଜଙ୍ଗଲ ମଧ୍ୟରେ ପହଞ୍ଚିଯାଏ । ଜଙ୍ଗଲରେ ସେ ଅନେକ ପଶୁପକ୍ଷୀଙ୍କ ସହ ସମୟ କ୍ରମେ ବନ୍ଧୁତା ସ୍ଥାପନ କରେ । ପରେ ସେମାନେ ତାର ପରିବାର ପାଲଟିଯାଆନ୍ତି । ବାଘଠୁ ଆରମ୍ଭ କରି ଭୟଙ୍କର ଜୀବ ତାର କୌଣସି କ୍ଷତି ନ କରି ତାକୁ ପ୍ରେମ କରନ୍ତି ।

ପାଣ୍ଡେଜି ପେହେଲମାନ: ପାଣ୍ଡେଜି ପେହେଲମାନ ହେଉଛନ୍ତି କୈଳାସପୁରର ଗର୍ବ ଓ ଗୌରବ । ଯିଏକି ଖାଦ୍ୟପ୍ରେମୀ ଓ ବହୁତ ଶକ୍ତିଶାଳୀ । ସେ ୱାନ ମ୍ୟାନ ଆର୍ମି । ତାଙ୍କର ମସ୍ତିକୁ ଆପଣ କେବଳ ଇଟିଭି ବାଲ୍ୟଭାରତରେ ଦେଖିପାରିବେ ।

ବାଲ ବାହୁବଳୀ: ବାଲ୍‌ ବାହୁବଳୀ ହେଉଛନ୍ତି ଜଣେ ଶକ୍ତିଶାଳୀ ପିଲା । ଯିଏକି ଦୁଷ୍ଟ କ୍ଷୁଦ୍ରଗ୍ରହ ରାକ୍ଷସ କପୁରଠାରୁ ସମସ୍ତଙ୍କୁ ରକ୍ଷା କରନ୍ତି । ଏହି ଗ୍ରହ ଅଧିକ ଶକ୍ତିଶାଳୀ ହାସଲ କରିବା ଲାଗି ସନଷ୍ଟୋନକୁ ଗିଳିବାକୁ ଚାହୁଁଥିବ, ଯାହାକି ରହିଛି ବାଲ ବାହୁବଳୀଙ୍କ ନିକଟରେ । ତେବେ ସେ ଏହି ସନଷ୍ଟୋନ ନେବାରେ ସକ୍ଷମ ହେଉଛି କି ନାହିଁ, ଜାଣିବା ପାଇଁ ଦେଖନ୍ତୁ ଏହି ମଜାଳିଆ, ରୋମାଞ୍ଚଭରା କାର୍ଯ୍ୟକ୍ରମ ।

ଅଭିମନ୍ୟୁ: ଜଣେ ଛୋଟ, ନଟଖଟ ପିଲାର କାହାଣୀ ହେଉଛି ଅଭିମନ୍ୟୁ । ଯିଏକି ବଡ ହୋଇ ବୀର ଯୋଦ୍ଧା ହେବାକୁ ସ୍ବପ୍ନ ଦେଖୁଛି । ହେଲେ ତାର ବ୍ୟବସାୟୀ ବାପା ଚାହାନ୍ତି, ସେ ବଡ଼ ହୋଇ ବ୍ୟବସାୟ କରୁ । ଏଥିଲାଗି ସେ ଅଭିମନ୍ୟୁକୁ ତାଲିମ ଦେବା ଲାଗି ରାଜି ହେଉନାହାନ୍ତି । ହେଲେ ଅଭିମନ୍ୟୁ ଲୁଚି ଛପି ନିଜର ଦାଦା ଅବସରପ୍ରାପ୍ତ ଆର୍ମି ମ୍ୟାନ ଶିବଦତ୍ତଙ୍କଠାରୁ ତାଲିମ ନେଉଛନ୍ତି । ଯେତେବେଳେ ଏହା ତାର ବ୍ୟବସାୟୀ ପିତା ଜାଣିବେ କଣ ହେବ ? ସେ ଯୋଦ୍ଧା ହୋଇପାରିବ ନାହିଁ ? ଜାଣିବା ପାଇଁ ଦେଖନ୍ତୁ ଏହି କାର୍ଯ୍ୟକ୍ରମ ।

Last Updated : Apr 7, 2023, 12:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.