ମୁମ୍ବାଇ: ବିବାହ ପରଠୁ ଅଭିନୟ ଜଗତକୁ ଦୂରରେ ଥିବା ଟେଲି ଅଭିନେତ୍ରୀ ଦୀପିକା କକ୍କର ତାଙ୍କ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି । ବର୍ତ୍ତମାନ ତାଙ୍କର ଏକ ନୂଆ ଜୀବନ ଆରମ୍ଭ ହେବାକୁ ଯାଉଛି ଯାହାକୁ ନେଇ ସେ ଉତ୍ସାହିତ । ଖବରଟି ହେଲା ମାଆ ହେବାକୁ ଯାଉଛନ୍ତି ଦୀପିକା । ବିବାହର 5 ବର୍ଷ ପରେ ଏହି ଟେଲି ଯୋଡି ଦୀପିକା ଓ ସୋଏବ ତାଙ୍କ ପ୍ରଥମ ସନ୍ତାନର ସ୍ବାଗତରେ ଲାଗି ପଡିଛନ୍ତି । ଏହି ଖୁସି ଖବରକୁ ଉଭୟ ସୋସିଆଲ ମିଡିଆରେ ସେୟାର କରି ଜଣାଇଛନ୍ତି ।
ଉଭୟ ତାଙ୍କ ଏକ ଫଟୋ ଫୋଷ୍ଟ କରିଛନ୍ତି ଯେଉଁଥିରେ ସେମାନେ ଟୋପି ଲଗାଇ କ୍ୟାମେରାକୁ ପଛ କରି ବସିଛନ୍ତି । ସେଥିରେ ଉଭୟ ଧଳା ପୋଷାକ ସହ ମଆ ଓ ବାପା ଲେଖାଥିବା ଟୋପି ଲଗାଇଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇ ଯାଇଛନ୍ତି । ଫଟୋ ସେୟାର କରି ଦୀପିକା କହିଛନ୍ତି ,''ଖବରଟିକୁ ସେୟାର କରି ମୁଁ ବହୁତ ଖୁସି । ମୁଁ ବହୁ ନର୍ଭସ ମଧ୍ୟ ହେଲେ ଏହା ଆମ ଜୀବନର ସବୁଠୁ ସୁନ୍ଦର ପର୍ଯ୍ୟାୟ । ଆମେ ଆମ ପ୍ରଥମ ସନ୍ତାନକୁ ଆଶା କରୁଛୁ । ତୁମର ପ୍ରାର୍ଥନା ଓ ଭଲ ପାଇବା ଦରକାର ।''
ସୋଏବ ଦୀପିକାଙ୍କ ଦ୍ବିତୀୟ ସ୍ବାମୀ । ଦୀପିକା ଓ ସୋଏବଙ୍କ ପରିବାର ବହୁତ ଖୁସି ଅଛନ୍ତି । ଦୀପିକାଙ୍କ ଖୁସିରେ ଅନେକ ସ୍ରେଲିବ୍ରିଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ତାଙ୍କ ସ୍ବାସ୍ଥ୍ୟର ଯତ୍ନ ନେବାକୁ କହିଛନ୍ତି ।
ଏହା ବି ପଢନ୍ତୁ...Book on Sushant Singh Rajput: ସୁଶାନ୍ତଙ୍କ ହତ୍ୟାକାରୀ କିଏ ? ଖୁଲାସା କରିବ ଏହି ବୁକ୍
ବିବାହ ପରେ ଅଭିନୟଠୁ ଦୂରରେ ରହିଛନ୍ତି ଦୀପିକା । ବିଭିନ୍ନ ସମୟରେ ସେ ତାଙ୍କୁ ୟୁଟ୍ୟୁବ ଚ୍ୟାନେଲରେ ଲୋକଙ୍କ ମନୋରଞ୍ଜନ କରି ଆସୁଛନ୍ତି । ଯେଉଁ ଥିରେ ସେ ନିଜର ନିତିଦିନ କାର୍ଯ୍ୟକ୍ରମ ସେୟାର କରିଥାନ୍ତି । ସସୁରାଲ ସିମର କା ଟିଭି ସିରିୟଲରୁ ଅଭିନୟ ଜଗତରେ ଏଣ୍ଟ୍ରି ମାରିଥିଲେ । ସେ ସିରିଅଲରେ ସୋଏବ ତାଙ୍କ ନାୟକ ସାଜିଥିଲେ । ସିରିଅଲରୁ ଉଭୟ ପ୍ରେମରେ ପଡିଥିଲେ ଓ ପରସ୍ପରକୁ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୀପିକା ବିଗବସ ସିଜନ 12ର ବିଜେତା ହୋଇଥିଲେ । କିଛି ଦିନ ତଳେ ଦୀପିକା ତାଙ୍କ ନଣନ୍ଦଙ୍କ ବିବାହ ସମ୍ପର୍ଣ୍ଣ କରିଛନ୍ତି । ସେହି ସମୟରେ ସେ ଗର୍ଭବତୀ ଥିବା ଶୁଣିବାକୁ ମିଳିଥିଲା । ଏହା ପରେ ଟେଲି ଦମ୍ପତ୍ତି ଖବରକୁ ସେୟାର କରିଛନ୍ତି ।