ETV Bharat / entertainment

Bigg Boss OTT 2: ସାମ୍ନାକୁ ଆସିଲା ପ୍ରତିଯୋଗୀମାନଙ୍କର ପ୍ରଥମ ଲୁକ, ଦେଖନ୍ତୁ

ଖୁବଶୀଘ୍ର ସଲମାନ ଖାନଙ୍କ ଶୋ' ବିଗ୍ ବସ୍ OTT-2 ଷ୍ଟ୍ରିମିଂ ହେବାକୁ ଯାଉଛି। ଫ୍ୟାନ୍ସ ଏହି ଶୋ'କୁ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଶୋ'ର ର ପ୍ରତିଯୋଗୀଙ୍କ ପ୍ରଥମ ଝଲକ ସାମ୍ନାକୁ ଆସିଛି। ତେବେ ଜାଣନ୍ତୁ, ଏଥିରେ କେଉଁ ଷ୍ଟାର ଆସିବେ ନଜର।

author img

By

Published : Jun 14, 2023, 4:53 PM IST

ବିଗ୍ ବସ୍ OTT-2 ରେ ଲିଷ୍ଟ ସହ ସାମ୍ନାକୁ ଆସିଲା ପ୍ରତିଯୋଗୀମାନଙ୍କର ପ୍ରଥମ ଲୁକ

ମୁମ୍ବାଇ: ବିଗ୍ ବସ୍ OTT 2 ଘୋଷଣା ହେବାଠାରୁ ଫ୍ୟାନ୍ସଙ୍କ ବେଶ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ବିଗ୍ ବସ୍ OTTର ପ୍ରଥମ ସିଜନ୍ ଫିଲ୍ମ ନିର୍ମାତା କରଣ ଜୋହର ହୋଷ୍ଟ କରୁଥିଲେ କିନ୍ତୁ ବର୍ତ୍ତମାନ ସଲମାନ ଖାନ ବିଗ୍ ବସ୍ OTT 2 ହୋଷ୍ଟ କରିବାକୁ ଯାଉଛନ୍ତି । ପୂର୍ବରୁ ସୋ’ରୁ ସଲମାନ ଖାନ୍‌ଙ୍କ ପ୍ରମୋ ଆସିଥିଲା । ଯାହାକୁ ଫ୍ୟାନ୍ସ ବେଶ ପସନ୍ଦ କରିଥିଲେ । ଏଥର ସୋ’ରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ । ବର୍ତ୍ତମାନ ସୋ’ରୁ ପ୍ରତିଯୋଗୀମାନଙ୍କର ପ୍ରଥମ ଝଲକ ସାମ୍ନାକୁ ଆସିଛି।

ନିର୍ମାତାମାନେ ବିଗ୍ ବସ୍ OTT 2ର 12 ପ୍ରତିଯୋଗୀଙ୍କ ପ୍ରଥମ ଝଲକ ଦର୍ଶକଙ୍କୁ ଦେଖାଇଛନ୍ତି । ଜିଓ ସିନେମା ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ରିଲିଜ୍ କରି ଦର୍ଶକଙ୍କ ସହ ସମସ୍ତ ପ୍ରତିଯୋଗୀଙ୍କ ପ୍ରଥମ ଝଲକ ସେୟାର କରିଛି। ଏଥର ସୋ’ରେ ଅନେକ ନୂଆ ଚେହେରା ଦେଖିବାକୁ ମିଳିବ। ଭିଡିଓରେ ଦେଖାଯାଉଛି ଯେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗୀ ଆସୁଛନ୍ତି ଏବଂ ସେମାନଙ୍କର ପରିଚୟ ଦେଉଛନ୍ତି । ତେବେ ପୂର୍ବରୁ ପ୍ରତିଯୋଗୀଙ୍କ ଆକର୍ଷଣୀୟ ଟାଇଟଲ୍ ସହ କ୍ରିପ୍ଟିକ୍ ପୋଷ୍ଟର ସେୟାର କରାଯାଇଥିଲା ।

ସୂଚନା ଥାଉ କି, ବିଗ୍ ବସ୍ OTT 2 ରେ ଜଣେ ୟୁଟ୍ୟୁବର୍, ଦୁବାଇର ଜଣେ ମଡେଲ୍, ଆରଜେ ଏବଂ ଅଭିନେତା ଏବଂ ଭାଇରାଲ୍ ସେନ୍ସେସନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସେମାନଙ୍କର ଚେହେରା ପ୍ରକାଶ କରାଯାଇ ନାହିଁ କିନ୍ତୁ ସେମାନେ ସୋ’ରେ ନିଜକୁ ପ୍ରମାଣ କରିବାର ସୁଯୋଗ ହାତଛଡ଼ା କରିବେ ନାହିଁ ବୋଲି କହିଛନ୍ତି । ଏମାନଙ୍କ ବ୍ୟତୀତ ଅଞ୍ଜଳି ଅରୋରା, ଆୱେଜ ଦରବାରଙ୍କ ନାଁ ମଧ୍ୟ ଆଲୋଚନା ହେଉଛି ।

ଏଥର ସୋ’ର ଥିମ ହେଉଛି 'ଜନତା ହେ ଅସଲି ବସ୍‌', କାରଣ ଏଥର କେଉଁ ପ୍ରତିଯୋଗୀ ଜିତିବେ ତାହା ଜନସାଧାରଣଙ୍କ ଭୋଟ୍ ସ୍ଥିର କରିବ । ଜୁନ୍ 17ରୁ ବିଗ୍ ବସ୍ OTT 2 ଜିଓ ସିନେମାରେ ଷ୍ଟ୍ରିମିଂ ହେବାକୁ ଯାଉଛି । ଏହି ସୋ'ରେ ଆଲିଆ ସିଦ୍ଦିକି, ସେଲିବ୍ରିଟି ମ୍ୟାଚ୍‌ର୍‌ ସୀମା ତାପଡିଆ, ଜିଆ ଶଙ୍କର, ପୁନିତ ସୁପରଷ୍ଟାର, ଫୁକ୍ରା ଇନସାନ, ଆକାଂକ୍ଷା ପୁରୀ, ଅବିନାଶ ସଚ୍ଚଦେବ, ଫଲକ ନାଜ, ବେବିକା ଧୁରଭେ, ମନୀଷା ରାନୀ, ପଲକ ପୁରସ୍ୱାନି, ଶ୍ରୁତି ସିହ୍ନା, ସାଇରସ ବ୍ରୋଚା, ଏବଂ କେଭିନ ଆଲମସିଫରଙ୍କ ନାଁ ସାମିଲ ହୋଇଛି । ଏବଂ ଏହି ସୋ'ରେ ସଲମାନ ଖାନ ବିଗ୍ ବସ୍ OTT 2 ହୋଷ୍ଟ କରିବାକୁ ଥିବା ବେଳେ କ୍ରିିଷ୍ଣା ଅଭିଷେକ ମଧ୍ୟ ତାଙ୍କ ସହ ଷ୍ଟେଜ୍‌ରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.