ETV Bharat / entertainment

ବ୍ଲୁ ଟିକ୍ ହରାଇବା ପରେ ବିଗ ବି'ଙ୍କ ପ୍ରତିକ୍ରିୟା, ମଜାଳିଆ ଢଙ୍ଗରେ କଲେ ଟ୍ବିଟ୍‌

ଟ୍ୱିଟରରେ ବ୍ଲୁ ଟିକ୍ ହରାଇଥିବା ଅନେକ ସେଲିବ୍ରିଟିଙ୍କ ମଧ୍ୟରେ ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ସାମିଲ ରହିଛନ୍ତି । ତେବେ ଏନେଇ ଅମିତାଭ ଟ୍ବିଟରରେ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଅଧିକ ପଢନ୍ତୁ,

author img

By

Published : Apr 21, 2023, 6:14 PM IST

ଟ୍ୱିଟର ବ୍ଲୁ ଟିକ୍ ହରାଇବା ପରେ ମଜାଳିଆ ଢଙ୍ଗରେ ବିଗ ବିଙ୍କ ପ୍ରତିକ୍ରିୟା

ମୁମ୍ବାଇ: ଗୁରୁବାର ଦିନ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଏହାର ବ୍ଲୁ ଟିକ୍ ସବସ୍କ୍ରିପସନ ନିୟମ ଲାଗୁ କରିଛି । ଏଣିକି ବ୍ଲୁ ଟିକ୍‌ ପାଇବାକୁ ହେଲେ ଓ୍ବେବ ୟୁଜର୍ସଙ୍କୁ ଦେୟ ଦେବାକୁ ପଡିବ। ଯେଉଁମାନେ ଦେୟ ଦେଇନାହାନ୍ତି ସେମାନଙ୍କ ବ୍ଲୁ ଟିକ୍ ହଟାଯାଇଛି । ଫଳରେ ଫିଲ୍ମଷ୍ଟାରଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ଆକାଉଣ୍ଟରୁ ବ୍ଲୁ ଟିକ ହଟାଯାଇଛି । ଶାହରୁଖ ଖାନ, ଅମିତାଭ ବଚ୍ଚନ ଏବଂ ଆଲିଆ ଭଟ୍ଟଙ୍କ ଭଳି ଅନେକ ବି-ଟାଉନ ସେଲିବ୍ରିଟି ଏହି ସେବା ପାଇଁ ଦେୟ ଦେବାରେ ବିଫଳ ହୋଇଥିବାରୁ ସେମାନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟା ଯାଇଛି । ଏହାରି ମଧ୍ୟରେ ବର୍ତ୍ତମାନ ବିଗ ବି ଅମିତାଭ ବଚ୍ଚନ ନିଜ ଆକାଉଣ୍ଟରୁ ବ୍ଲୁ ଟିକ ହଟିବା ପରେ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ଯାହାକୁ ୟୁଜର୍ସ ଲାଇକ କରିବା ସହ କମେଣ୍ଟ କରିଛନ୍ତି ।

  • T 4623 - ए twitter भइया ! सुन रहे हैं ? अब तो पैसा भी भर दिये हैं हम ... तो उ जो नील कमल ✔️ होत है ना, हमार नाम के आगे, उ तो वापस लगाय दें भैया , ताकि लोग जान जायें की हम ही हैं - Amitabh Bachchan .. हाथ तो जोड़ लिये रहे हम । अब का, गोड़वा 👣जोड़े पड़ी का ??

    — Amitabh Bachchan (@SrBachchan) April 21, 2023 " class="align-text-top noRightClick twitterSection" data=" ">

ନିଜ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟିବା ନେଇ ଟ୍ବିଟରରେ ପ୍ରତିକ୍ରିୟା ପ୍ରକାଶ କରି ଏକ ମଜାଳିଆ ପୋଷ୍ଟ ସେୟାର କରିଛନ୍ତି । ଯାହା ହିନ୍ଦୀରେ ଲେଖାଇଛି । ଏଥିରେ ସେ ଲେଖିଛନ୍ତି ଯେ, ହେ ଟ୍ୱିଟର ଭାଇ ! ଆପଣ ଶୁଣୁଛନ୍ତି କି ? ବର୍ତ୍ତମାନ ଆମେ ମଧ୍ୟ ଟଙ୍କା ଭରିଛୁ । ତେଣୁ ଆମ ନାଁ ଆଗରେ ସେହି ବ୍ଲୁ ଟିକ ରୁହେ ନା, ଠିକ୍ ତାହାକୁ ଫେରାଇ ଦିଅ ଭାଇ । ଯାହାଫଳରେ ଲୋକମାନେ ଜାଣିବେ ଯେ ମୁଁ ହିଁ ଅମିତାଭ ବଚ୍ଚନ । ହାତ ତ ଯୋଡ଼ିଥିଲୁ । ଏବେ କଣ ଗୋଡ ମଧ୍ୟ ଧରିବାକୁ ପଡ଼ିବ ?"

ତେବେ ଅମିତାଭଙ୍କ ଏହି ଟ୍ବିଟ ଏବେ ମାଇକ୍ରୋବ୍ଲଗିଂ ସାଇଟରେ ଭାଇରାଲ ହୋଇଛି । ୟୁର୍ଜସମାନେ ମଧ୍ୟ ତାଙ୍କର ଏହି ମଜାଳିଆ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ବ୍ଲୁ ଟିକ୍ ଧୈର୍ଯ୍ୟର ଫଳ ଅଟେ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, 3, 4, ଦିନ ଅପେକ୍ଷା କର । ଏଲନ୍ ମସ୍କ୍‌ ଜଣେ ବିଦେଶୀ ଯିଏ କେବେବି କାହା ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ମିଷ୍ଟର ବଚ୍ଚନ ଆପଣଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

ସୂଚନା ଥାଉ କି, ଟ୍ୱିଟର ପ୍ରଥମେ ଆମେରିକା, କାନାଡା, ବ୍ରିଟେନ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଦେୟଯୁକ୍ତ ବ୍ଲୁ ଟିକ୍ ସେବା ଆରମ୍ଭ କରିଥିଲା । ଏହା ପରେ ଭାରତର ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି । ତେବେ ପୂର୍ବ ଘୋଷଣା ଅନୁସାରେ ଗତକାଲି(ଗୁରୁବାର) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଟ୍ବିଟର ସିଇଓ । ଯେଉଁ ଉପଭୋକ୍ତାମାନେ ବ୍ଲୁ ଟିକ୍‌ ସବସ୍କ୍ରିପସନ ପାଇଁ ଦେୟ ଦେଇନାହାନ୍ତି ସେମାନଙ୍କ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଣିକି ବ୍ଲୁ ଟିକ୍‌ ପାଇବାକୁ ହେଲେ ଓ୍ବେବ ୟୁଜର୍ସଙ୍କୁ ଦେୟ ଦେବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.