ମୁମ୍ବାଇ: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ବଡ ଖୁଲାସା ହୋଇଛି । ଅଭିନେତ୍ରୀଙ୍କ ପୋଷାକ ଯାଞ୍ଚ ପରେ ପୋଷାକରୁ ଶୁକ୍ରାଣୁ ମିଳିଛି । ବର୍ତ୍ତମାନ ପୋଲିସ ଏ ସମ୍ପର୍କରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି । କୋର୍ଟଙ୍କ ଅନୁମତି ନେଇ ସନ୍ଦେହରେ ଥିବା ଚାରି ଅଭିଯୁକ୍ତଙ୍କ ଡିଏନ୍ଏ ଟେଷ୍ଟ କରିବ ପୋଲିସ । ମୁଖ୍ୟ ଅଭିଯୁକ୍ତ ଭୋଜପୁରୀ ଗାୟକ ସମର ସିଂ, ସଂଜୟ ସିଂ ସମେତ ସେମାନଙ୍କ 2 ସାଙ୍ଗଙ୍କ ଡିଏନ୍ଏ ଟେଷ୍ଟ କରିବ ପୋଲିସ । ଯେଉଁଥିପାଇଁ କୋର୍ଟଙ୍କ ଠାରୁ ଅନୁମତି ନିଆଯାଇଛି । ଏନେଇ ଅଭିନେତ୍ରୀଙ୍କ ଓକିଲ ସୂଚନା ଦେଇଛନ୍ତି ।
ମାର୍ଚ୍ଚ 26 ବାରଣାସୀର ହୋଟେଲ ରୁମରେ ସେ ଜୀବନ ହାରି ଦେଇଥିଲେ । ଏହା ପରେ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ତାଙ୍କ ପରିବାରଲୋକେ ଅଭିଯୋଗ କରିଥିଲେ । ଏହା ସହିତ ସେ ଭୋଜପୁରୀ ଗାୟକ ସମର ସିଂ ଏବଂ ସଂଜୟଙ୍କ ଉପରେ ଏହି ଅଭିଯୋଗ ଆଣିଥିଲେ । ଏହା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଉଭୟ ଜେଲରେ ରହିଥିବା ବେଳେ ବର୍ତ୍ତମାନ ଅଭିନେତ୍ରୀଙ୍କ ପୋଷାକରୁ ଶୁକ୍ରାଣୁ ମିଳିବା ନେଇ ସମର ସିଂ, ସଂଜୟ ସିଂ ସମେତ ସେମାନଙ୍କ 2 ସାଙ୍ଗଙ୍କ ଡିଏନ୍ଏ ଟେଷ୍ଟ କରିବ ପୋଲିସ ।
ସୂଚନା ଥାଉ କି, ମାର୍ଚ୍ଚ 26ରେ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ବାରାଣାସୀର ଏକ ହୋଟେଲରୁ ଝୁଲନ୍ତା ମୃତଦେହ ମିଳିଥିଲା । ସେ ତାଙ୍କ ଫିଲ୍ମ 'ଲାୟକ ହୁଁ ମେ ନାଲାୟକ ନେହି'ର ସୁଟିଂ ପାଇଁ ସେଠାକୁ ଯାଇଥିଲେ । ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପରିବାର ସଦସ୍ୟ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଏହା ମଧ୍ୟ ଜାଣିବାକୁ ପାଇଲା ଯେ ମୃତ୍ୟୁର କିଛି ମିନିଟ୍ ପୂର୍ବରୁ ଜଣେ ବ୍ୟକ୍ତି ତାଙ୍କ କୋଠରୀରେ 17 ମିନିଟ୍ ପାଇଁ ଦେଖାଥିଲେ । ସେହି ହୋଟେଲ ରୁମରେ କୌଣସି ସୁଇସାଇଡ ନୋଟ୍ ମିଳି ନଥିଲା ।
ଆକାଂକ୍ଷାଙ୍କ ମା' ମଧୁ ଦୁବେ ତାଙ୍କ ଝିଅର ମୃତ୍ୟୁ ପାଇଁ ଦୁଇ ଜଣଙ୍କୁ ଦାୟୀ କରିଛନ୍ତି । ଅଭିନେତ୍ରୀଙ୍କ ମା ’ସମର ସିଂ ଏବଂ ସଂଜୟ ସିଂ ଆକାଂକ୍ଷାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ସେ କହିଥିଲେ ଯେ, ମାର୍ଚ୍ଚ 21ରେ ସମର ସିଂଙ୍କ ଭାଇ ସଞ୍ଜୟ ସିଂ ଆକାଂକ୍ଷା ଦୁବେଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ । ଯାହାର ସୂଚନା ନିଜେ ଅଭିନେତ୍ରୀ ଫୋନରେ ତାଙ୍କ ମା'ଙ୍କୁ କହିଥିଲେ । ଆକାଂକ୍ଷା 17 ବର୍ଷ ବୟସରେ 'ମେରୀ ଜଙ୍ଗ ମେରା ଫୈସଲା' ସହ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ଏହା ବ୍ୟତୀତ ସେ 'ମୁଝେ ଶାଦୀ କରୋଗୀ' (ଭୋଜପୁରୀ), ବୀରୋ କେ ବୀର, ଫାଇଟର୍ କିଙ୍ଗ ଭଳି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ।