ETV Bharat / entertainment

Jee Le Zaraa: ଫିଲ୍ମ ଛାଡ଼ିଲେ ପ୍ରିୟଙ୍କା ଏବଂ କ୍ୟାଟ୍ରିନା ! ଏହା କହିଲେ ଜୋୟା ଅଖତର

author img

By

Published : Aug 2, 2023, 5:57 PM IST

ଫରହାନ ଅଖତରଙ୍କ ଫିଲ୍ମ 'ଜି ଲେ ଜରା'କୁ ନେଇ ବେଶ ଚର୍ଚ୍ଚା ହେଉଥିଲା । ଗତ ମାସରେ ପ୍ରିୟଙ୍କା ଚୋପ୍ରା ଏବଂ କ୍ୟାଟ୍ରିନା କୈଫ୍ ଫିଲ୍ମକୁ ମନା କରିଦେଇଥିବା ନେଇ ଆଲୋଚନା ଜୋର ଧରିଥିଲା । ବର୍ତ୍ତମାନ ଫିଲ୍ମକୁ ନେଇ ଫିଲ୍ମ ନିର୍ମାତା ଜୋୟା ଅଖତର ଏକ ଅପଡେଟ୍ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ପ୍ରିୟଙ୍କା ଚୋପ୍ରା ଏବଂ କ୍ୟାଟ୍ରିନା କୈଫ ଫିଲ୍ମ ଛାଡିବା ଉପରେ ମୁହଁ ଖୋଲିଲେ ଜୋୟା ଅଖତର

ହାଇଦ୍ରାବାଦ: ଜୋୟା ଅଖତର ଏବଂ ଫରହାନ ଅଖତରଙ୍କ ଫିଲ୍ମ 'ଜି ଲେ ଜରା'କୁ ନେଇ ଆଲୋଚନାରେ ରହିଛି । ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରା ଜୋନାସ୍, କ୍ୟାଟ୍ରିନା କୈଫ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ 2021 ମସିହାରେ ଫିଲ୍ମ ଘୋଷଣା ହେବା ଦିନ ଠାରୁ ଫ୍ୟାନ୍ସ ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଫିଲ୍ମର ସୁଟିଂ ଆରମ୍ଭ ହୋଇନଥିବା ବେଳେ ସେପଟେ ପ୍ରିୟଙ୍କା ଏବଂ କ୍ୟାଟ୍ରିନା ଫିଲ୍ମ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ଜୋୟା ଅଖତର ଫିଲ୍ମକୁ ନେଇ ଏକ ଅପଡେଟ ସେୟାର କରିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ଜୋୟା ଅଖତରଙ୍କ ଫିଲ୍ମ 'ଜି ଲେ ଜାରା' ବିଷୟରେ ଏଠାରେ ଏକ ଅପଡେଟ ସେୟାର କରିଛନ୍ତି । ସେ ପ୍ରୋଜେକ୍ଟ ବାତିଲ ହୋଇଥିବା ଖବରକୁ ଖାରଜ କରିଦେଇଛନ୍ତି । ଏହି ଫିଲ୍ମ ନିର୍ମାତା କହିଛନ୍ତି, “ଆମେ କେବଳ ଅଭିନେତ୍ରୀମାନଙ୍କ ତାରିଖ ବା କାର୍ଯ୍ୟସୂଚୀକୁ ଅପେକ୍ଷା କରିଛୁ । ଏହି ଫିଲ୍ମଟି ବହୁତ ଭଲ ରହିଛି । ଏ ବର୍ଷ ଶେଷ ସୁଦ୍ଧା ଶୁଟିଂ ଆରମ୍ଭ କରିବୁ ।” ତେବେ ଫିଲ୍ମଟି ସମାନ କାଷ୍ଟରେ ନିର୍ମିତ ହେବ କି ନାହିଁ ବା ପ୍ରିୟଙ୍କା ଚୋପ୍ରା ଏହି ଫିଲ୍ମର ଅଂଶ ହେବେ କି ନାହିଁ ସେ ସ୍ପଷ୍ଟ କରିନାହାଁନ୍ତି ।

ରିପୋର୍ଟ ଅନୁଯାୟୀ ଆଲିଆ ଭଟ୍ଟ ଆଜିକାଲି 'ରାମାୟଣ' ଏବଂ 'ବାଇଜୁ ବାୱରା'ର ସୁଟିଂରେ ବ୍ୟସ୍ତ ଅଛନ୍ତି। ସେହିପରି ପ୍ରିୟଙ୍କା ଚୋପ୍ରା ହଲିଉଡ ପ୍ରୋଜେକ୍ଟ କାରଣରୁ 2023ରେ ଏହି ଫିଲ୍ମର ସୁଟିଂ କରିପାରିବେ ନାହିଁ । ସେହିପରି ଆଲିଆ ମଧ୍ୟ ବାଇଜୁ ବାୱରା ଏବଂ ରାମାୟଣର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । ଅନ୍ୟପକ୍ଷରେ, କ୍ୟାଟ୍ରିନା କୈଫ୍‌ ମଧ୍ୟ ଫିଲ୍ମ 'ମେରୀ ଖ୍ରୀଷ୍ଟମାସ'ରେ ବ୍ୟସ୍ତ ଅଛନ୍ତି । ଯେଉଁଥିପାଇଁ ଫରହାନ ତାଙ୍କ ଫିଲ୍ମ' ଜି ଲେ ଜାରା'ର ସୁଟିଂ କରିବାକୁ ସକ୍ଷମ ନୁହଁନ୍ତି ।

ଏହା ମଧ୍ୟ ପଢନ୍ତୁ: ଆସିଲା ଦମଦାର ଟ୍ରେଲର, ଏହି ଦିନ ରିଲିଜ ହେବ ଫିଲ୍ମ

ଜି ଲେ ଜରା ଚଳଚ୍ଚିତ୍ରଟି ଜୋୟା ଅଖତର ଏବଂ ରେମା କାଗତି ଲେଖିଛନ୍ତି । ଏଥି ସହିତ ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଫରହାନଙ୍କ ଜିନ୍ଦେଗୀ ନା ମିଲେଗୀ ଦୋବାରାର ଫିମେଲ ଭର୍ସନ ମୁଭି ହେଉଛି 'ଜି ଲେ ଜରା' । ଏହି ଫିଲ୍ମରେ ତିନିଜଣ ମହିଳାଙ୍କ ରୋଡ୍‌ ଟ୍ରିପ ବିଷୟରେ ଦର୍ଶାଯିବ । ସେପଟେ ଫରହାନ 'ଜି ଲେ ଜରା' ପୂର୍ବରୁ ଡନ-3 ଏବଂ ବାକି ଫିଲ୍ମ ଉପରେ କାମ କରୁଛନ୍ତି । ଏବଂ ଜୋୟାଙ୍କ ଆଗାମୀ ୱେବ ସିରିଜ 'ମେଡ ଇନ ୱେଭେନ-2' ରିଲିଜ ହେବାକୁ ଯାଉଛି । ଏହି ସିରିଜ ଅଗଷ୍ଟ 10ରୁ ଆମାଜନ ପ୍ରାଇମରେ ଷ୍ଟ୍ରିମିଂ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.