ETV Bharat / entertainment

Mahesh Babu B’day: ରୋମାଣ୍ଟିକ୍‌ ଅନ୍ଦାଜରେ ମହେଶ ବାବୁଙ୍କୁ ଓ୍ବିଶ୍‌ କଲେ ପତ୍ନୀ

author img

By

Published : Aug 9, 2023, 3:23 PM IST

ସାଉଥ ସୁପରଷ୍ଟାର ମହେଶ ବାବୁ ଆଜି ତାଙ୍କର 48ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ତାରକା ପତ୍ନୀ ନମ୍ରତା ଶିରୋଦକର ଏକ ସୁନ୍ଦର ଫଟୋ ସେୟାର କରି ମହେଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ମହେଶ ବାବୁ ଜନ୍ମଦିନ
ମହେଶ ବାବୁ ଜନ୍ମଦିନ

ହାଇଦ୍ରାବାଦ: ସୁପରଷ୍ଟାର ମହେଶ ବାବୁ ସାଉଥ୍‌ ସିନେମାର ଅନ୍ୟତମ ଲୋକପ୍ରିୟ ଚେହେରା । ଟଲିଉଡରେ ପ୍ରବେଶ କରିବା ପରଠୁ ଅଭିନେତା ଆଉ ପଛକୁ କେବେ ଚାହିଁ ନାହାନ୍ତି । ତାଙ୍କ ଚଳଚ୍ଚିତ୍ର କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ବକ୍ସ ଅଫିସ୍ ରେକର୍ଡ ସୃଷ୍ଟି କରିଛି । ଆଜି ଏହି ସାଉଥ୍ ସୁପରଷ୍ଟାର ତାଙ୍କର 48ତମ ଜନ୍ମଦିନ ପାଳନ କରୁଛନ୍ତି । ମହେଶ ବାବୁଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ସେଲିବ୍ରିଟିଙ୍କ ତରଫରୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟୁଛି । କେବଳ ସେଲିବ୍ରିଟି ନୁହଁନ୍ତି, ଅଭିନେତାଙ୍କ ପତ୍ନୀ ନମ୍ରତା ଶିରୋଦକର ମଧ୍ୟ ତାଙ୍କୁ ଏକ ଖାସ୍‌ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ରୋମାଣ୍ଟିକ୍‌ ଅନ୍ଦାଜରେ ମହେଶ ବାବୁଙ୍କୁ ଓ୍ବିଶ୍‌ କଲେ ପତ୍ନୀ ନମ୍ରତା

ନମ୍ରତା ସୋସିଆଲ ମିଡିଆରେ ତାରକା ସ୍ୱାମୀ ଏବଂ ଉଭୟ ପିଲାଙ୍କ ସହ ଏକ ସୁନ୍ଦର ଏବଂ ସ୍ମରଣୀୟ ଫଟୋ ସେୟାର କରିଛନ୍ତି । ଏହି ଫଟୋ ମାଧ୍ୟମରେ ନମ୍ରତା ତାଙ୍କ ସ୍ୱାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ନମ୍ରତା ସେୟାର କରିଥିବା ଫଟୋ ସ୍କଟ୍‌ଲ୍ୟାଣ୍ଡର ଛୁଟିଦିନର ଅଟେ । ବର୍ତ୍ତମାନ ନମ୍ରତା ସ୍କଟ୍‌ଲ୍ୟାଣ୍ଡରେ ଅଛନ୍ତି ଏବଂ ସ୍ୱାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ସେଠାରୁ ଏକ ପାରିବାରିକ ଫଟୋ ସେୟାର କରିଛନ୍ତି । ନମ୍ରତା ଦୁଇଟି ରେଡ୍‌ ହାର୍ଟ୍‌ ଇମୋଜି ସେୟାର କରି ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମହେଶ ବାବୁ । କେବଳ ତୁମେ, ତୁମେ, ତୁମେ ଆଜି ବି ଏବଂ ପ୍ରତ୍ୟେକ ଦିନ ପାଇଁ ବି ।

ଅନ୍ୟପକ୍ଷରେ, ଏହି ପୋଷ୍ଟରେ ନମ୍ରତା ମହେଶ ବାବୁଙ୍କୁ ପଛରୁ ଧରି ତାଙ୍କୁ ଆଲିଙ୍ଗନ କରୁଛନ୍ତି । ଏହା ଏକ ସୁନ୍ଦର ରାତିର ଫଟୋ, ଯେଉଁଥିରେ ନମ୍ରତା ଏବଂ ମହେଶ ବାବୁଙ୍କ ମଧ୍ୟରେ ଭଲପାଇବା ଦେଖିବାକୁ ମିଳିଛି । ନମ୍ରତା ଏହି ଫଟୋ ଇନ୍‌ଷ୍ଟାରେ ସେୟାର କରିଛନ୍ତି । ମହେଶ ବାବୁ ଏବଂ ନମ୍ରତା ଶିରୋଦକରଙ୍କୁ ପାୱାର କପଲ୍‌ ଭାବେ ବିବେଚନା କରାଯାଏ । ୧୫ ବର୍ଷ ପୂର୍ବେ ମହେଶ ବାବୁ ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କୁ ବିବାହ କରିଥିଲେ । ଉଭୟଙ୍କର ପ୍ରେମ ବିବାହ ହୋଇଥିଲା । ନମ୍ରତା ଏବଂ ମହେଶ ବାବୁଙ୍କର ପ୍ରଥମେ ୨୦୦୦ ମସିହାରେ ‘ଭାମସି’ ଚଳଚ୍ଚିତ୍ରର ସୁଟିଂ ସମୟରେ ଦେଖା ହୋଇଥିଲା । ପରେ ଦୁହେଁ ଦୁହିଁଙ୍କ ନିକଟତର ହୋଇଥିଲେ । ଫିଲ୍ମ ଶୁଟିଂ ଶେଷ ହେବା ବେଳକୁ ଦୁହେଁ ପରସ୍ପରକୁ ଭଲ ପାଇସାରିଥିଲେ ।

ଏହା ମଧ୍ୟ ପଢନ୍ତୁ: Mahesh Babu@48: ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଗୁଣ୍ଟୁର କାରମର ନୂଆ ପୋଷ୍ଟର ରିଲିଜ

ସୂଚନାଯୋଗ୍ୟ ଯେ, ମହେଶ ବାବୁ ଚାରି ବର୍ଷ ବୟସରେ 'ନିଡା' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କିନ୍ତୁ ସେ 'ରାଜକୁମାରୁଡୁ' ଚଳଚ୍ଚିତ୍ର ସହିତ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ ଟଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ରରୁ ତାଙ୍କୁ ଏତେ ଭଲ ପାଇବା ମିଳିଥିଲା ​​ଯେ ସେ ଆଉ ପଛକୁ ଚାହିଁ ନଥିଲେ । ମହେଶ ବାବୁ ଅଭିନୟ ପାଇଁ ସେ ଆଠଟି ନନ୍ଦୀ ପୁରସ୍କାର, ପାଞ୍ଚଟି ଫିଲ୍ମଫେୟାର ସାଉଥ ପୁରସ୍କାର, ଚାରିଟି ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ତିନୋଟି ସିନେମା ପୁରସ୍କାର ଏବଂ ଗୋଟିଏ ଆଇଫା ଉତ୍ସବ ପୁରସ୍କାର ଜିତିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.