ETV Bharat / entertainment

୨୦୨୩ରେ ଏହି ସେଲିବ୍ରିଟି ହେଲେ ପିତାମାତା, ଘରକୁ ଆସିଲେ ନୂଆ କୁନି ଅତିଥି

author img

By ETV Bharat Odisha Team

Published : Dec 24, 2023, 7:59 PM IST

Updated : Dec 25, 2023, 10:22 AM IST

Celebrities Who Became Parent In 2023: ୨୦୨୩ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି । ଏହି ବର୍ଷ ଅନେକ ଲୋକଙ୍କ ପାଇଁ ଭଲ ଏବଂ ସ୍ମରଣୀୟ ହୋଇ ରହିବ । କାରଣ ଅନେକ ବଲିଉଡ୍‌ ଏବଂ ଟିଭି ସେଲିବ୍ରିଟି ନିଜ ଜୀବନସାଥୀ ପାଇଥିବା ବେଳେ ଅନେକ ଚଳିତ ବର୍ଷ ପିତାମାତା ହୋଇଛନ୍ତି । ଏହି ତାଲିକାରେ କିଏ କିଏ ଅଛନ୍ତି । ଜାଣନ୍ତୁ

୨୦୨୩ରେ ଏହି ସେଲିବ୍ରିଟି ହେଲେ ପିତାମାତା, ଘରକୁ ଆସିଲେ ନୂଆ କୁନି ଅତିଥି
୨୦୨୩ରେ ଏହି ସେଲିବ୍ରିଟି ହେଲେ ପିତାମାତା, ଘରକୁ ଆସିଲେ ନୂଆ କୁନି ଅତିଥି

ହାଇଦ୍ରାବାଦ: ବର୍ତ୍ତମାନ ୨୦୨୩ ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି । ପୁଣି ଆସିବ ନୂଆ ବର୍ଷ । ଏହି ବର୍ଷ କିଛି ଲୋକଙ୍କ ପାଇଁ ଭଲ ଥିଲା । କାରଣ ଅନେକୁ ଏହି ବର୍ଷ ଜୀବନସାଥୀ ମିଳିଥିବା ବେଳେ ଅନେକଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି । ଅନେକ ଟିଭି ସେଲିବ୍ରିଟି ଏବଂ ବଲିଉଡରୁ ଓଲିଉଡ ସେଲିବ୍ରିଟି ଚଳିତ ବର୍ଷ ବିବାହ କରିଥିବାବେଳେ ଅନେକ ପିତାମାତା ହୋଇଛନ୍ତି । ଏମାନଙ୍କ ମଧ୍ୟରେ କିଛି ସେଲିବ୍ରିଟି ଅଛନ୍ତି, ଯେଉଁମାନେ ବିବାହର ଅନେକ ବର୍ଷ ପରେ ଏହି ଖୁସି ପାଇଛନ୍ତି । ସାଉଥ୍‌ ସୁପରଷ୍ଟାର ରାମଚରଣଙ୍କଠାରୁ ଆରମ୍ଭ କରି ଇଲିଆନା ଡିକ୍ରୁଜ, ସନା ଖାନ, ଦିଶା ପରମାର ଏବଂ ଓଲିଉଡର ଏଲି ପାଢୀ ଭଳି ସେଲିବ୍ରିଟି ଚଳିତ ବର୍ଷ କୁନି ଅତିଥୀଙ୍କୁ ସ୍ବାଗତ କରିବା ସହ ଫ୍ୟାନ୍ସଙ୍କୁ ପିତାମାତା ହେବାର ଖୁସି ଖବର ଦେଇଛନ୍ତି ।

  • ଏଲି ପାଢୀ

ଓଡ଼ିଆ ଅଭିନେତ୍ରୀ ଏବଂ ଉପସ୍ଥାପିକା ଭାବେ ବେଶ ପରିଚିତ ଏଲି ପାଢ଼ୀ । ୨୦୧୯ ମସିହାର ଜାନୁଆରୀ ୨୫ ତାରିଖରେ ସେ ତାଙ୍କର ବାଲ୍ୟ ବନ୍ଧୁ ତଥା ବ୍ୟବସାୟୀ ଶ୍ରୀମୟ କୁମାର ପଣ୍ଡାଙ୍କୁ ବିବାହ କରିଥିଲେ । ଦୀର୍ଘ ୪ ବର୍ଷ ପରେ ଚଳିତ ବର୍ଷ ଏହି ଦମ୍ପତି ଏକ ଶିଶୁ କନ୍ୟାର ପିତାମାତା ହୋଇଛନ୍ତି । ଅଭିନେତ୍ରୀଙ୍କ ଝିଅର ନାଁ କ୍ରିତିକା ରଖିଛନ୍ତି । ତେବେ ଏଲି ପ୍ରଥମେ ଆଲବମ ପରେ ୨୦୧୦ରେ ଏଇ ମିଳନ ଯୁଗ ଯୁଗର ଫିଲ୍ମ ସହ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ । ପରେ ରାସ୍ତା, ୨୦୧୪ ଫିଅର ଅଫ୍‌ ଦ ଇଅର ଭଳି ଫିଲ୍ମ ଏବଂ ଅବୁଠା ମନ, ତୁଳସୀ, ବଧୂ ପରି ଓଡ଼ିଆ ସିରିଏଲରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି । ଏଥିସହ ସେ ଲୋକପ୍ରିୟ ଉପସ୍ଥାପିକା(ହୋଷ୍ଟ) ଭାବେ ମଧ୍ୟ ଘରେ ଘରେ ବେଶ ପରିଚିତ ।

  • ରାମ ଚରଣ-ଉପାସନା

ଜୁନ ୨୦, ୨୦୨୩ରେ ଉପାସନା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ବିବାହର ୧୧ ବର୍ଷ ପରେ ପିତାମାତା ହୋଇଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ ଏବଂ ପତ୍ନୀ ଉପାସନା କାମିନେନି ।ରାମ ଚରଣ ଏବଂ ଉପାସାନା ୧୪ ଜୁନ୍ ୨୦୧୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୧୧ ବର୍ଷ ପରେ ଉଭୟଙ୍କ ଘରକୁ ନୂଆ ଅତିଥିକୁ ସ୍ବାଗତ କରିଥିଲେ । ଏହି ଦମ୍ପତିଙ୍କ ଝିଅର ନାଁ 'କ୍ଲିନ କାରା'। ମେଗାଷ୍ଟାର ଚିରଞ୍ଜୀବୀ ଏବଂ ତାଙ୍କ ପତ୍ନୀ ସୁରେଖାଙ୍କ ପୁଅ ଅଟନ୍ତି ରାମଚରଣ ।

  • ଇଲିଆନା ଡି’କ୍ରୁଜ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ଚଳିତ ବର୍ଷ ମା' ହୋଇଛନ୍ତି । ବିନା ବିବାହରେ ଅଭିନେତ୍ରୀ ମା' ହୋଇଛନ୍ତି । ଅଗଷ୍ଟ ୧ , ୨୦୨୩ରେ ଅଭିନେତ୍ରୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଇଲିଆନା ତାଙ୍କ ପୁଅର ନାମ କୋଆ ଫିନିକ୍ସ ଡୋଲାନ୍ ରଖିଛନ୍ତି । ତେବେ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଜଣାଇବା ପରେ ସମସ୍ତେ ବିନା ବିବାହରେ ଅଭିନେତ୍ରୀ ମା' ହେବା ନେଇ ଚକିତ ହୋଇଛନ୍ତି । ଏବଂ ଶିଶୁର ବାପା କିଏ ସେନେଇ ପ୍ରଶ୍ନ କରିଛନ୍ତି । ହେଲେ ଏବେ ସୁଦ୍ଧା ଇଲିଆନା ପୁତ୍ର ସନ୍ତାନର ବାପା ବିଷୟରେ କୌଣସି ସୂଚନା ଦେଇନାହାନ୍ତି । ଅନେକ ଥର ରୁମର ବୟଫ୍ରେଣ୍ଡଙ୍କ ଫଟୋ ସେୟାର କରୁଥିବା ବେଳେ କିନ୍ତୁ ତାଙ୍କର ପରିୟର କୌଣସି ଖୁଲାସା କରିନାହାନ୍ତି ।

  • ସ୍ୱରା ଭାସ୍କର-ଫହାଦ ଅହମ୍ମଦ

ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ଏବଂ ତାଙ୍କ ସ୍ବାମୀ ଫହାଦ ଅହମ୍ମଦ ଚଳିତ ବର୍ଷ ଜାନୁଆରୀରେ ଦୁହେଁ ବିବାହ କରିଥିଲେ ଏବଂ ୨୩ ସେପ୍ଟେମ୍ବରରେ ଏହି ଦମ୍ପତି ଏକ ସୁନ୍ଦର ଶିଶୁ କନ୍ୟାର ପିତାମାତା ହୋଇଥିଲେ । ଏହି ଦମ୍ପତି ସେମାନଙ୍କ ଝିଅର ନାମ ରାବିଆ ରଖିଛନ୍ତି । ପ୍ରାୟତଃ ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜ ଝିଅର ଅନେକ ଫଟୋ ସେୟାର କରିଥା’ନ୍ତି ।

  • My family and I were blessed with a beautiful baby boy today, Mother and son are both well. Filled with love and gratitude. ❤️ Thank you for all your love. #20.07.2023 #helloworld pic.twitter.com/i4aEZqwLrf

    — arjun rampal (@rampalarjun) July 20, 2023 " class="align-text-top noRightClick twitterSection" data=" ">
  • ଅର୍ଜୁନ ରାମପାଲ ଏବଂ ଗାବ୍ରିଏଲା ଡେମେଟ୍ରିଏଡସ୍

୨୦୧୮ ରେ ଅର୍ଜୁନ ରାମପାଲ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲ୍‌ଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଏବଂ ଏହି ବର୍ଷ ସେମାନେ ପୁଣି ଜୁଲାଇ ୨୦,୨୦୨୩ରେ ଏକ ଶିଶୁ ପୁତ୍ରର ପିତାମାତା ହୋଇଥିଲେ । ଉଭୟ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । କିନ୍ତୁ ଉଭୟଙ୍କ ପୂର୍ବରୁ ଗୋଟିଏ ପୁଅ ରହିଥିବା ବେଳେ ପୁଣି ୨ୟ ଥର ପାଇଁ ଏହି ଦମ୍ପତି ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି । ତେବେ ଅର୍ଜୁନ ରାମପାଲଙ୍କ ପୂର୍ବତନ ପତ୍ନୀ ମେହେର ଜେସିୟାଙ୍କର ମଧ୍ୟ ଦୁଇଟି ଝିଅ ଅଛନ୍ତି । ମାହିକା ରାମପାଲ ଏବଂ ମିରା ରାମପାଲ । 2019 ରେ ଅର୍ଜୁନ ଏବଂ ମେହେରଙ୍କ ଛାଡ଼ପତ୍ର ହୋଇଥିଲା । ୨୦ ବର୍ଷର ବିବାହ ଭାଙ୍ଗି ତାଙ୍କଠାରୁ ଅଲଗା ହୋଇ ଯାଇଥିଲେ ଅର୍ଜୁନ । ତେବେ ଅର୍ଜୁନଙ୍କ ୪ଟି ସନ୍ତାନ ରହିଛନ୍ତି ।

  • ଇଶିତା ଦତ୍ତା-ଭାଟସାଲ ସେଠ୍‌

ଦୃଶ୍ୟମ ପରି ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ କାମ କରିଥିବା ଅଭିନେତ୍ରୀ ଇଶିତା ଦତ୍ତା ଏବଂ ତାଙ୍କ ସ୍ୱାମୀ ଭାଟସାଲ ସେଠ ୨୦୧୭ରେ ବିବାହ କରିଥିଲେ। ବିବାହର ପ୍ରାୟ ପାଞ୍ଚ ବର୍ଷ ପରେ ଏହି ଦମ୍ପତି ପ୍ରଶଂସକଙ୍କ ସହ ଗର୍ଭଧାରଣର ଏକ ଖୁସି ଖବର ସେୟାର କରିଥିଲେ ଏବଂ ଚଳିତ ବର୍ଷ ଏହି ଦମ୍ପତି ୧୯ ଜୁଲାଇ, ୨୦୨୩ରେଇଶିତା ଦତ୍ତା ଏବଂ ଭାଟସାଲ ସେଠ ସେମାନଙ୍କ ପୁଅର ନାମ ବାୟୁ ସେଠ୍‌ ରଖିଛନ୍ତି ଏକ ଶିଶୁପୁତ୍ରର ପିତାମାତା ହୋଇଛନ୍ତି ।

  • ଦୀପିକା କକ୍କର-ସୋଏବ ଇବ୍ରାହିମ

ଦୀପିକା କକ୍କର ଏବଂ ସୋଏବ ଇବ୍ରାହିମ ଜୁନ୍ ୨୧, ୨୦୨୩ରେ ପିତାମାତା ହୋଇଥିଲେ। ଦୀପିକାଙ୍କର ଏକ ପ୍ରିମାଚ୍ୟୁର ଡେଲିଭରି ହୋଇଥିଲା ଏବଂ ତାଙ୍କ ଶିଶୁ ୨୦ ଦିନ ପର୍ଯ୍ୟନ୍ତ ଆଇସିୟୁରେ ରହିଥିଲା । ଏହି ଦମ୍ପତି ସେମାନଙ୍କ ସନ୍ତାନର ନାମ ରୁହାନ ରଖିଛନ୍ତି । ଦୀପିକା ଏବଂ ସୋଏବ ୪ ବର୍ଷ ପରେ ପିତାମାତା ହୋଇଛନ୍ତି ।

  • ଗୌହର ଖାନ-ଜୈଦ ଦରବାର

ଗୌହର ଖାନ ଏବଂଜୈଦ ଦରବାର ଚଳିତ ବର୍ଷ ମେ ୧୦, ୨୦୨୩ରେ ସେମାନଙ୍କର ପ୍ରଥମ ସନ୍ତାନର ପିତାମାତା ହୋଇଛନ୍ତି । ୨୦୨୦ ଏହି ଦମ୍ପତି ବିବାହ କରିଥିବା ବେଳେ ୨ ବର୍ଷ ପରେ କୁନି ଅତିଥି ଶିଶୁ ପୁତ୍ରର ପିତାମାତା ହୋଇଛନ୍ତି । ଗୌହର ଏବଂ ଜାୟଦ ସେମାନଙ୍କର ପୁତ୍ରର ନାମ ଜୈହାନ ରଖିଛନ୍ତି ।

  • ରାହୁଲ ବୈଦ୍ୟ-ଦିଶା ପରମାର

ଟିଭି ଲୋକପ୍ରିୟ ଦମ୍ପତି ରାହୁଲ ବୈଦ୍ୟ ଏବଂ ଦିଶା ପରମାର ସେପ୍ଟେମ୍ବର ୨୧, ୨୦୨୩ରେ ଏକ ଶିଶୁ କନ୍ୟାର ପିତାମାତା ହୋଇଥିଲେ । ଏହି ଦମ୍ପତି ସେମାନଙ୍କ ଝିଅର ନାମ ନବ୍ୟା ରଖିଛନ୍ତି । ଦୁହେଁ ୨୦୨୧ ଜୁଲାଇ ୧୬ରେ ବିବାହ କରିଥିଲେ ଏବଂ ୨୦୨୩ ମେ ୧୮ ରେ ସେମାନଙ୍କର ଗର୍ଭଧାରଣ ଘୋଷଣା କରିଥିଲେ । ସେପ୍ଟେମ୍ବରରେ ଉଭୟଙ୍କ ଘରକୁ ନୂଆ ଅତିଥି ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ: 2023 ସିନେ ଇଣ୍ଡ୍ରଷ୍ଟି ପାଇଁ ଥିଲା ବିବାହ ଋତୁ, ବାଜିଥିଲା ସାହାନାଇ-ପଡିଥିଲା ହାତଗଣ୍ଠି

ସନା ଖାନ-ଅନାସ ସୟିଦ

ସନା ଖାନ୍‌ ଏବଂ ଅନାସ ସୟିଦ ୨୦୨୩ ମସିହାରେ ଜୁଲାଇ ୫ରେ ପିତାମାତା ହୋଇଥିଲେ । ସାନା ଏବଂ ଅନାସ ସେମାନଙ୍କ ସନ୍ତାନର ନାମ ତାରିକ୍ ଜାମେଲ ରଖିଛନ୍ତି । ସନା ଖାନ 2020ରେ ମନୋରଞ୍ଜନ ଇଣ୍ଡଷ୍ଟ୍ରି ଛାଡ଼ିବା ପରେ ବ୍ୟବସାୟୀ ମୌଲାନା ଅନସ ସୟିଦଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସାନା ପ୍ରଥମ ଥର ପାଇଁ ମାଆ ହୋଇଛନ୍ତି ।

Last Updated : Dec 25, 2023, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.