ETV Bharat / entertainment

୨୩ରେ ଚମକିଲା ଏହି ଷ୍ଟାରଙ୍କ ଭାଗ୍ୟ, ଲୋକପ୍ରିୟତା ସହ ବମ୍ପର କଲେକ୍ସନ କଲା ଫିଲ୍ମ - ୨୦୨୩ରେ ଏହି ଫିଲ୍ମ ବକ୍ସ ଅଫିସରେ ଧମାକା କରିଛି

Top Films In 2023: କୋରୋନାର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଦେଖିବାକୁ ମିଳିଥିଲା । ୨ ବର୍ଷ ଲକ୍‌ଡାଉନ୍‌ ପରେ ୨୦୨୨ରେ ସ୍ଥିତି କୋହଳ ହୋଇଥିଲେ ସୁଦ୍ଧା ଇଣ୍ଡଷ୍ଟ୍ରିରେ ଅନେକ କ୍ଷତି ହୋଇଥିଲା । କିନ୍ତୁ ବର୍ତ୍ତମାନ ୨୦୨୩ ରେ ଇଣ୍ଡଷ୍ଟ୍ରି ପାଇଁ ଶୁଭ ପ୍ରତିଫଳନ ହୋଇଛି । ଏହି ବର୍ଷ ହଲିଉଡରୁ ଓଲିଉଡ ପର୍ଯ୍ୟନ୍ତ ଅନେକ ଫିଲ୍ମ ରିଲିଜ ହୋଇଛି । ଏବଂ ଫିଲ୍ମଗୁଡିକ ଦର୍ଶକକୁ ଆକୃଷ୍ଟ କରିବା ସହ ମୋଟା ଅଙ୍କର କଲେକ୍ସନ କରି ବେଶ ସଫଳତା ହାସଲ କରିଛନ୍ତି । ତେବେ ଏହି ଲିଷ୍ଟରେ କେଉଁ କେଉଁ ଫିଲ୍ମ ରହିଛି ? ଜାଣନ୍ତୁ

୨୩ରେ ଚମକିଲା ଏହି ଷ୍ଟାରଙ୍କ ଭାଗ୍ୟ, ଲୋକପ୍ରିୟତା ସହ ବମ୍ପର କଲେକ୍ସନ କଲା ଫିଲ୍ମ

author img

By ETV Bharat Odisha Team

Published : Dec 26, 2023, 7:12 AM IST

ହାଇଦ୍ରାବାଦ: ସରି ସରି ଆସୁଛି ୨୦୨୩ ବର୍ଷ । ପୁଣି ନୂଆ ଆଶା ନୂଆ ଉଦ୍ଦୀପନା ନେଇ ଆରମ୍ଭ ହେବ ନୂଆ ବର୍ଷ ୨୦୨୪ । ତେବେ ଚଳିତ ବର୍ଷ ମନୋରଞ୍ଜନ ଇଣ୍ଡଷ୍ଟ୍ରି ପାଇଁ ବେଶ ଶୁଭ ହୋଇଛି । କାରଣ କୋରୋନା କାଳ ବ୍ୟତୀତ ୨୦୨୨ରେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବେଶ କ୍ଷତିର ସାମ୍ନାକୁ କରିବାକୁ ପଡିଥିଲା । କିନ୍ତୁ ୨୦୨୩ରେ ହଲିଉଡରୁ ଓଲିଉଡ ପର୍ଯ୍ୟନ୍ତ ସମସ୍ତ ବିଗ୍‌ ଷ୍ଟାରଙ୍କ ବିଗ୍‌ ବଜେଟ୍‌ ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲେ । ଏବେ ବକ୍ସ ଅଫିସରେ ମୋଟା ଅଙ୍କର କଲେକ୍ସନ ସହ ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରେ ସାମିଲ ହୋଇଛି । ଓପନହାଇମରଠୁ ବାର୍ବି, ପଠାନ ଠାରୁ ଡଙ୍କି, ଜେଲର ଠାରୁ ଲିଓ ଏବଂ ମାଲ୍ୟଗିରିଠାରୁ ପୁଷ୍କରା ଭଳି ଫିଲ୍ମ ଭଲ ପ୍ରଦର୍ଶନ କରିଛି । ଏପରିକି ଏହି ବର୍ଷ ଅନେକ ଷ୍ଟାରଙ୍କ ଭାଗ୍ୟ ଚମକିବା ସହ ଲୋକପ୍ରିୟ ତାରକା ଭାବେ ମଧ୍ୟ ବିବେଚନା ହୋଇଛନ୍ତି ।

୨୦୨୩ରେ ଓଲିଉଡର ଏହି ଫିଲ୍ମ ଦର୍ଶକଙ୍କ ମନ ଜିତିଥିଲା

  • ପୁଷ୍କରା

ପୁଷ୍କରା ଚଳିତ ବର୍ଷ ସେପ୍ଟେମ୍ବର ୧୯, ଗଣେଶ ପୂଜାରେ ରିଲଜ ହୋଇଥିଲା । ଦୀର୍ଘ ୨ ବର୍ଷ ପରେ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଚଳିତ ବର୍ଷ 'ପୁଷ୍କରା' ସହ ପରଦାକୁ ଫେରିଥିଲେ । ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ 'ନଡା ବିନ୍ଦୁ'ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ଜିଯାଉଥିବା ସଂସ୍କୃତି, ପରମ୍ପରା ଏବଂ କୌଳିକ ବୃତ୍ତି ଉପରେ ଆଧାର କରି ଫିଲ୍ମ ପ୍ରସ୍ତୁତ । ଏହି ଫିଲ୍ମ ଦୀର୍ଘ ଦିନ ଧରି ପ୍ରକ୍ଷାଳୟରେ ଚାଲିଥିବା ବେଳେ ଲୋକେ ଏଥିରେ ସବ୍ୟସାଚୀଙ୍କ ସମେତ ଅନକେ କଳାକାରଙ୍କ ଅଭିନୟକୁ ବେଶ ପ୍ରଶଂସା କରିଛନ୍ତି । ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଛନ୍ତି । ସୁପ୍ରିୟା ନାୟକ, ସ୍ବର୍ଗତ ଅଭିନେତା ପିଣ୍ଟୁ ନନ୍ଦ, ବିକାଶ ଚୌଧୁରୀ, ତ୍ରିଭୁବନ ପଣ୍ଡାଙ୍କ ସମେତ ଅନେକ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

  • ମାଲ୍ୟଗିରି

ଓଲିଉଡ ଅଭିନେତା ବାବୁଶାନଙ୍କ ଫିଲ୍ମ ମାଲ୍ୟଗିରି ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲା । ଏହି ଫିଲ୍ମ ଅକ୍ଟୋବର ୧୯, ୨୦୨୩ରେ ଦଶହରା ଅବସରରେ ରିଲିଜ ହୋଇଥିବା ବେଳେ ପ୍ରାୟ ୫୦ ଦିନରୁ ଉର୍ଦ୍ଧ୍ବ ସମୟ ହେବ ଏହା ପ୍ରେକ୍ଷାଳୟରେ ଚାଲିଥିଲା । ଫିଲ୍ମରେ ଓଲିଉଡ଼ ଅଭିନେତା ବାବୁଶାନଙ୍କ ସମେତ ଅମ୍ଲାନ ଦାସ, ଅଭିନେତ୍ରୀ ଶିବାନୀ ସଙ୍ଗୀତା, ଏଲିନା ସାମନ୍ତରାୟ, ସୂର୍ଯ୍ୟମୟୀ ମହାପାତ୍ର ଏହି ଫିଲ୍ମରେ ଅଭିନୟ କରିଛନ୍ତି । ତେବେ ପ୍ରଥମ ଥର ପାଇଁ ବାବୁସାନ ଏବଂ ଅମ୍ଲାନ ଏହି ଫିଲ୍ମ ସହ ଏକାଠି ନଜର ଆସିଥିବା ବେଳେ ଫିଲ୍ମ ଲୋକଙ୍କ ମନ ଜିତିଥିଲା ।

  • ମାଇଣ୍ଡ ଗେମ୍

ଅକ୍ଟୋବର ୬, ୨୦୨୩ରେ ରିଲିଜ ହୋଇଥିଲା ବହୁଚର୍ଚ୍ଚିତ ଓଡ଼ିଆ ଓ ସମ୍ବଲପୁରୀ ଚଳଚ୍ଚିତ୍ର ‘ମାଇଣ୍ଡ ଗେମ୍‌’ । ଏକ ସତ ଘଟଣାକୁ ନେଇ ଆଧାରିତ ଏହି ଚଳଚ୍ଚିତ୍ର ଓଡିଶାବାସୀଙ୍କୁ ଖୁବ୍‌ ଆକର୍ଷିତ କରିଥିଲା । ଗତ ୫ ବର୍ଷ ପୂର୍ବେ ଘଟିଥିବା ବହୁ ଚର୍ଚ୍ଚିତ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପୋଲିସ ଯାଞ୍ଚ ସମ୍ପର୍କୀତ ସତ୍ୟ ଘଟଣା ଉପରେ ଆଧାରିତ ନିଚ୍ଛକ ଓଡ଼ିଆ କାହାଣୀ ଉପରେ ଆଧାରିତ ‘ମାଇଣ୍ଡ୍‌ ଗ୍ୟାମ୍‌’ । ତେବେ ଏହି ଫିଲ୍ମରେ ବଲିଉଡ ଅଭିନେତା ଅତୁଲ କୁଲକର୍ଣ୍ଣି, ୟଶପାଲ ଶର୍ମା, ତନିକେଲା ଭରାଣୀ ଭଳି ତାରକା ସହ ଓଲିଉଡ ଅଭିନେତା ମନୋଜ ମିଶ୍ର ଏବଂ ଅନୁ ଚୌଧୁରୀ ସମେତ ଅନେକ ପ୍ରଖ୍ୟାତ ଓ ବିଶିଷ୍ଟ କଳାକାରଙ୍କ ଅଭିନୟ କରିଥିଲେ । ସେହିପରି ସିଦ୍ଧାନ୍ତ ମହାପାତ୍ରଙ୍କ ଫିଲ୍ମ 'କଟକ: ଶେଷରୁ ଆରମ୍ଭ, ଗୁଡୁ ଗ୍ୟାଙ୍ଗଷ୍ଟାର' ଭଳି ଫିଲ୍ମ ଓଡିଆ ଫିଲ୍ମ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲା ।

୨୦୨୩ରେ ବଲିଉଡର ଏହି ଫିଲ୍ମ ବକ୍ସ ଅଫିସରେ ଧମାକା କରିଛି

  • ପଠାନ

ଦୀର୍ଘ ୪ ବର୍ଷ ପରେ ଚଳିତ ବର୍ଷ ପରଦାକୁ ଫେରିଲେ ଶାହାରୁଖ ଖାନ । କିଙ୍ଗ ଖାନ ୨୦୨୩ରେ ପ୍ରଥମ ଫିଲ୍ମ ପଠାନ ସହ ପରଦାରେ ନଜର ଆସିଥିଲେ । ଏହି ଫିଲ୍ମ ୨୫ ଜାନୁଆରୀ ୨୦୨୩ ରିଲିଜ ହୋଇଥିଲା । ମୋଟ ୧୦୪୮ କୋଟି ଆୟ କରି ବକ୍ସ ଅଫିସରେ ଇତିହାସ ରଚିବା ସହ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଥିଲା । 'ପଠାନ୍'ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିର୍ଦ୍ଦେଶନା ଦେଇଥିବା ବେଳେ ଏହି ଚଳଚ୍ଚିତ୍ରଟି ଶ୍ରୀଧର ରାଘବନ୍ ଏବଂ ଅୱଜନ ବାଇରୱାଲା ରଚନା କରିଥିଲେ । ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ଶାହାରୁଖ ଖାନଙ୍କ ବ୍ୟତୀତ ଅଭିନେତ୍ରୀ ଦୀପିକା ପାଦୁକୋନ, ଜନ୍ ଅବ୍ରହାମ, ଡିମ୍ପଲ୍ କପାଡିଆ ଏବଂ ଆଶୁତୋଷ ରାଣା ପ୍ରମୁଖ ଅଭିନୟ କରିଛନ୍ତି ।

  • ଜବାନ

ଏହା ପରେ ଶାହାରୁଖ ଖାନଙ୍କ ଚଳିତ ବର୍ଷର ୨ୟ ଫିଲ୍ମ ଜବାନ ରିଲିଜ ହୋଇଥିଲା । ଏହି ଫିଲ୍ମ ସେପ୍ଟେମ୍ବର 7, 2023ରେ ଜନ୍ମାଷ୍ଟମୀ ଅବସରରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ ୧୧୪୬ କୋଟି ଆୟ କରି ବେଶ ସଫଳତା ହାସଲ କରିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସାଉଥ ନିର୍ଦ୍ଦେଶକ ଅଟଲି । ଏହି ଫିଲ୍ମରେ ଶାହାରୁଖଙ୍କ ବ୍ୟତୀତ ସାଉଥ ଅଭିନେତା ବିଜୟ ସେଥୁପଥୀ ଏବଂ ନୟନତାରା ଏବଂ ବଲିଉଡ ଅଭିନେତା ଦୀପିକା ପାଦୁକୋନ୍ ଏବଂ ସଞ୍ଜୟ ଦତ୍ତ ମଧ୍ୟ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ନିର୍ମାତା ଅଟଲି, ଅଭିନେତା ବିଜୟ ଏବଂ ନୟନତାରାଙ୍କ ସହ ଶାହାରୁଖଙ୍କ ପ୍ରଥମ ଥର ପାଇଁ କାମ କରିଛନ୍ତି ।

  • ଆନିମଲ

ଆନିମଲ ଚଳିତ ବର୍ଷର ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରେ ଅନ୍ୟତମ । ଏହି ଫିଲ୍ମ ଡିସେମ୍ବର ୧, ୨୦୨୩ରେ ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରେକ୍ଷାଳୟରେ ନିଜର ଜଲୱା ଜାରି ରଖିଛି । 'ଆନିମଲ' ଭାରତୀୟ ବକ୍ସ ଅଫିସରେ ଏହି ଫିଲ୍ମ ବର୍ତ୍ତମାନ ୫୦୦ କୋଟି ପାର୍ କରିଥିବା ବେଳେ ବିଶ୍ୱରେ ୮୫୦ କୋଟି ରୁ ଅଧିକ ଆୟ କରିବାରେ ସଫଳ ହୋଇଛି । ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର, ଅନୀଲ କପୁର, ବବି ଦେଓଲ, ରଶ୍ମିକା ମନ୍ଦାନା, ତ୍ରିପ୍ତୀ ଡିମ୍ରି, ସୁରେଶ ଓବରୋଇ ଏବଂ ପ୍ରେମ ଚୋପ୍ରା ମଧ୍ୟ ନଜର ଆସିଛନ୍ତି । ଏହି ଫିଲ୍ମରେ ସମସ୍ତ ଚରିତ୍ରଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଉଛି ।

  • ଗଦର ୨

ଦୀର୍ଘ ୨୨ ବର୍ଷ ପରେ ସନ୍ନି ଦେଓଲ ଗଦର ୨ ସହ ଚଳିତ ବର୍ଷ ପରଦାକୁ ଫେରିଥିଲେ । ଏହି ଫିଲ୍ମ ଅଗଷ୍ଟ ୧୧, ୨୦୨୩ରେ ଥିଏଟରରେ ରିଲିଜ ହୋଇଥିଲା । ଏହି ଫିଲ୍ମ ମୋଟ ୬୯୧.୦୮ କୋଟି ଆୟ କରି ବେଶ ଲୋକପ୍ରିୟତା ହାସଲ କରିଛି । ଏହି ଫିଲ୍ମ ଦ୍ବାରା ସନ୍ନି ଦମଦାର କମବ୍ୟାକ କରିଛନ୍ତି । ଏହା 2001ରେ ରିଲିଜ ହୋଇଥିବା 'ଗଦର-ଏକ ପ୍ରେମ କଥା'ର ସିକ୍ବଲ ଅଟେ । ପ୍ରଥମ ଭାଗ ପରି ଏଥିରେ ମଧ୍ୟ ଅମୀଷା ପଟେଲ ଏବଂ ସନ୍ନିଙ୍କ ଯୋଡି ଦେଖିବାକୁ ମିଳିଥିଲା । ଏଥିସହ ଗୌରବ ଚୋପ୍ରା, ଉତ୍କର୍ଷ ଶର୍ମା ଏବଂ ଲଭ୍‌ ସିହ୍ନା ନଜର ଆସିଛନ୍ତି ।

  • ଟାଇଗର ୩

୨୦୨୩ ମସିହାରେ ସଲମାନ ଖାନଙ୍କ ପ୍ରଥମ ଚଳଚ୍ଚିତ୍ର 'କିସି କା ଭାଇ କିସି କି ଜାନ' ଏକ ଫ୍ଲପ ବୋଲି ପ୍ରମାଣିତ ହୋଇଥିବାବେଳେ ଚଳିତ ବର୍ଷ ଭାଇଜାନ ଦିୱାଲୀ (୧୨ ନଭେମ୍ବର)ରେ 'ଟାଇଗର ୩' ସହ ଫେରିଥିଲେ । ଏହି ଫିଲ୍ମ ଟାଇଗର ପ୍ରାଞ୍ଚାଇଜର ୩ୟ ଭାଗ ଅଟେ । ଏଥିରେ ସଲମାନ ପୁଣି କ୍ୟାଟ୍ରିନା କୈପଙ୍କ ସହ ନଜର ଆସିଛନ୍ତି । ଏବଂ ଇମ୍ରାନ ହାଶମୀ ଫିଲ୍ମ ଖଲନାୟକ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମ ୪୬୬.୩୩ କୋଟି ଟଙ୍କା ଆୟ କରି ସଫଳତା ହାସଲ କରିଛି ।

  • ଡଙ୍କି

ଚଳିତ ବର୍ଷର ଶାହାରୁଖ ଖାନଙ୍କ ଶେଷ ଫିଲ୍ମ ଡଙ୍କି ଡିସେମ୍ବର ୨୧ରେ ରିଲିଜ ହୋଇଛି । ଏହି ଫିଲ୍ମ ବର୍ତ୍ତମାନ ପ୍ରେକ୍ଷାଳୟରେ ନିଜ ପ୍ରଦର୍ଶନ ଜାରି ରଖିଥିବା ବେଳେ ୪ଦିନ ମଧ୍ୟରେ ଫିଲ୍ମ ୧୦୦ କୋଟିରୁ ଅଧିକ ଆୟ କରିଛି । ପଠାନ ଏବଂ ଜବାନ ରେକର୍ଡ ନଭାଙ୍ଗିଥିଲେ ମଧ୍ୟ ଏହି ଫିଲ୍ମ ଭଲ ପ୍ରଦର୍ଶନ କରୁଛି । ଏହି ଫିଲ୍ମରେ କିଙ୍ଗ୍‌ ଖାନଙ୍କ ସମେତ ତାପସୀ ପନ୍ନୁ, ବିକି କୌଶଲ, ବୋମାନ ଇରାନୀ, ଅନିଲ ଗ୍ରୋଭର, ବିକ୍ରମ କୋଚର, ଏବଂ ଦିଆ ମିର୍ଜାଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଶାହାରୁଖଙ୍କ ସହ ରାଜକୁମାର ହିରାନୀ, ବିକି ଏବଂ ତାପସୀ ପ୍ରଥମ ଥର କାମ କରିଛନ୍ତି ।

ଛୋଟ ବଜେଟ ବଡ଼ ଧମାକା

ସେହିପରି କମ ବଜେଟରେ ନିର୍ମିତ ଫିଲ୍ମ ଶ୍ରଦ୍ଧା କପୁର ଏବଂ ରଣବୀର କପୁରଙ୍କ ଫିଲ୍ମ 'ତୁ ଝୁଟି ମେ ମକ୍କାର', ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଫିଲ୍ମ'ରକି ଔର ରାନୀ କି ପ୍ରେମ କାହାନୀ', କିଆରା ଆଡଭାନୀ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ସତ୍ୟପ୍ରେମ କି କଥା', ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ', ଆୟୁଷ୍ମାନ ଖୁରାନା ଏବଂ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ 'ଡ୍ରିମ ଗାର୍ଲ ୨' ମଧ୍ୟ ଭଲ ପ୍ରଦର୍ଶନ କରିଛି । ଏବଂ ବଜେଟ ମୂଲ୍ୟରୁ ଅଧିକ ଆୟ କରିବା ସହ ଦର୍ଶକଙ୍କ ମନ ଜିତିଛନ୍ତି ।

୨୦୨୩ରେ ଟଲିଉଡର ଏହି ଫିଲ୍ମ ବକ୍ସ ଅଫିସରେ ଧମାକା କରିଛି

  • ସାଲାର

ଆଦିପୁରୁଷ ଫ୍ଲପ ପରେ ଚଳିତ ବର୍ଶ ସାଲାର ସହ ପୁଣି ପରଦାକୁ ଫେରିଛନ୍ତି ପ୍ରଭାସ । ଏହି ଫିଲ୍ମ ଡିସେମ୍ବର ୨୨, ୨୦୨୩ରେ ରିଲିଜ କରିଥିବା ବେଳେ ଓପନିଂ ଦିନ ଠାରୁ ଲୋକଙ୍କ ମନ ଜିତୁଛି । ଫିଲ୍ମ ୩ ଦିନ ମଧ୍ୟରେ ୨୦୦କୋଟିରୁ ଅଧିକ ଆୟ କରି ଇତିହାସ ରଚିଛି । ଏବଂ ଆଗାମୀ ଦିନରେ ପଠାନ, ଜବାନ ପରି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ପୃଥ୍ୱୀରାଜ ସୁକୁମାରନ, ଶ୍ରୁତି ହାସନ, ଟିନୁ ଆନନ୍ଦ ଏବଂ ଜଗପତି ବାବୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

  • ଭରିସୁ

ଥାଲପତି ବିଜୟ ଚଳିତ ବର୍ଷ ଫିଲ୍ମ ଭରିସୁ ସହ ନଜର ଆସିଥିଲେ । ଏହି ଫିଲ୍ମ ଜାନୁଆରୀ ୧୧, ୨୦୨୩ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ପ୍ରାୟ ୩୦୦ କୋଟିରୁ ଅଧିକ ଆୟ କରିଛି ।

  • ଲିଓ

ଥାଲପତି ବିଜୟ ଏବଂ ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ 'ଲିଓ' ଅକ୍ଟୋବର ୧୮, ୨୦୨୩ରେ ରିଲିଜ କରିଥିଲା । ଏହି ଫିଲ୍ମ ମୋଟ ୬୨୦.୫୦ କୋଟି ଆୟ କରି ସଫଳତା ହାସଲ କରିଛି । ବିଜୟଙ୍କ ସମେତ ତ୍ରିଶା, ସଞ୍ଜୟ ଦତ୍ତ, ଅର୍ଜୁନ ସରଜା, ମିସ୍କିନ୍, ସ୍ୟାଣ୍ଡି ଏବଂ ଗୌତମ ମେନନଙ୍କ ସମେତ ଅନେକ କଳାକାର ଏହି ଆକ୍ସନ୍ ଫିଲ୍ମରେ ନଜର ଆସିଛନ୍ତି ।

  • ଜେଲର

ଅଗଷ୍ଟ ୧୦ରେ ରଜନୀକାନ୍ତଙ୍କ ଫିଲ୍ମ ଜେଲର ସିଲଭର ସ୍କ୍ରିନରେ ରିଲିଜ ହୋଇଥିଲା। ଏହି ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିଲା । ଏହି ଫିଲ୍ମ ପ୍ରାୟ ୬୫୦ କୋଟି ଆୟ କରି ସଫଳତା ହାସଲ କରିଛି । ନେଲ୍‌ସନ୍‌ ଦିଲ୍ଲୀପ କୁମାରଙ୍କ ନିର୍ଦ୍ଦେଶିତ ରଜନୀକାନ୍ତଙ୍କ ବ୍ୟତୀତ ଏହି ଫିଲ୍ମରେ ବିନୟକନ୍, ରାମିଆ କୃଷ୍ଣନ୍, ବସନ୍ତ ରବି ଏବଂ ତମନ୍ନା ଭାଟ୍ଟିଆ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।

୨୦୨୩ରେ ହଲିଉଡର ଏହି ଫିଲ୍ମ ବକ୍ସ ଅଫିସରେ ଧମାକା କରିଛି

  • ଓପେନହାଇମର

ନିର୍ଦ୍ଦେଶକ ଖ୍ରୀଷ୍ଟଫର ନୋଲନଙ୍କ ଫିଲ୍ମ 'ଓପେନହାଇମର' ଚଳିତ ବର୍ଷ ଧମାକା କରିଥିଲା । ଏହି ଫିଲ୍ମ ଜୁଲାଇ ୨୧, ୨୦୨୩ରେ ରିଲିଜ କରିଥିଲା । ଏହି ଫିଲ୍ପମରମାଣୁ ବୋମାର ପିତା ଜେ ରବର୍ଟ ଓପେନହାଇମର ଜୀବନୀକୁ ଦର୍ଶାଇଛି । ଦ୍ବିତୀୟ ବିଶ୍ବଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମ ଲୋକଙ୍କ ମନ ଜିତିଥିଲା । ଏହି ଫିଲ୍ମ ଆମେରିକୀୟ ଡଲାର ହିସାବରେ ୯୫.୩୮ କୋଟି ଆୟ କରି ବେଶ ସଫଳତା ହାସଲ କରିଛି ।

  • ବାର୍ବି

ମର୍ଟଟ ରୋବିଙ୍କ ଅଭିନୀତ ଫିଲ୍ମ 'ବାର୍ବି' ମଧ୍ୟ ଜୁଲାଇ ୨୧, ୨୦୨୩ରେ ରିଲିଜ କରିଥିଲା । ଏହି ସମୟରେ ଓପେନହାଇମର ସହ ଏହି ଫିଲ୍ମର କଡା ଟକ୍କର ଦେଖିବାକୁ ମିଳିଥିଲା । ପଳରେ ଏହି ଫିଲ୍ମ ମୋଟ ଆମେରିକୀୟ ଡଲାର ୧୪୪.୨ କୋଟି ଆୟ କରିବାରେ ସଫଳ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ବିବାଦ ଲଗାଇ ପାରିଲାନି ଗ୍ରହଣ, ବକ୍ସ ଅଫିସରେ ବମ୍ପର ଆୟ ସହ ଭାଙ୍ଗିଲା ରେକର୍ଡ

  • ମିଶନ୍ ଇମ୍ପସିବଲ୍

ଟମ୍ କ୍ରୁଜଙ୍କୁ ଫିଲ୍ମ ମିଶନ୍ ଇମ୍ପସିବଲ୍ ସିରିଜରେ ଇଥନ୍ ହଣ୍ଟ ନାମକ ଜଣେ ଗୁପ୍ତଚର ଅଧିକାରୀଙ୍କ ଚରିତ୍ରରେ ଦେଖିବାକୁ ମିଳିଥିଲା । । ଟମଙ୍କ ବ୍ୟତୀତ ଫିଲ୍ମରେ ଏଥିରେ ତାଙ୍କ ପୁରୁଣା ସାଥୀ ସାଇମନ୍ ପେଗ୍, ଭିଙ୍ଗ୍ ରେମସ୍, ହାଲ୍ ଏଟୱେଲ, ରେବେକା ଫର୍ଗୁସନ୍, ଏସାଇ ମୋରାଲସ, ଭେନେସା କିର୍ବି, ପଲ୍ମେ ଲେମେଣ୍ଟିଫ୍ ଏବଂ ହେନେରୀ ଜୈନ ନଜର ଆସିଛନ୍ତି । ଏହି ଫିଲ୍ମ ଜୁଲାଇ ୧୨, ୨୦୨୩ରେ ରିଲିଜ ହୋଇଥିବା ବେଳେ ୫୬.୭୫ କୋଟି ଆମେରିକୀୟ ଡଲାର ଆୟ କରି ସଫଳତା ହାସଲ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.