ETV Bharat / entertainment

ହଲିଉଡ ଅଭିନେତା ଆଦନ କାଣ୍ଟୋଙ୍କ ପରଲୋକ

author img

By ETV Bharat Odisha Team

Published : Jan 10, 2024, 10:45 AM IST

Adan Canto Passes Away: ଆଉ ନାହାଁନ୍ତି 'ଦ କିଲିଂ ଲେଡି' ଏବଂ 'ଏକ୍ସ ମ୍ୟାନ-ଡେ ଅଫ ଫ୍ୟୁଚର ପାଷ୍ଟ' ଫେମ ଅଭିନେତା ଆଦନ କାଣ୍ଟୋ । ଅଭିନେତା କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଅଧିକ ପଢନ୍ତୁ

ହଲିଉଡ ଅଭିନେତା ଆଦନ କାଣ୍ଟୋଙ୍କ ପରଲୋକ
ହଲିଉଡ ଅଭିନେତା ଆଦନ କାଣ୍ଟୋଙ୍କ ପରଲୋକ

ହାଇଦ୍ରାବାଦ: ହଲିଉଡ ଇଣ୍ଡଷ୍ଟ୍ରିରୁ ପୁଣି ଆସିଲା ଆଉ ଏକ ଦୁଃଖଦ ଖବର । ହଲିଉଡ ଅଭିନେତା ଓଲିଭରଙ୍କ ମୃତ୍ୟୁ ମନରୁ ନ ଲିଭୁଣୁ ବର୍ତ୍ତମାନ ଆଉ ଜଣେ ତାରକାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିଛି । 'ଦ କିଲିଂ ଲେଡି' ଏବଂ 'ଏକ୍ସ ମ୍ୟାନ-ଡେ ଅଫ ଫ୍ୟୁଚର ପାଷ୍ଟ' ଫେମ ଅଭିନେତା ଆଦନ କାଣ୍ଟୋଙ୍କ ପରଲୋକ ହୋଇଛି । ସେ କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଜାନୁଆରୀ ୮ ତାରିଖରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୨ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ପରିବାର ଏବଂ ହଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ଅଭିନେତାଙ୍କ ପ୍ରଚାରକ ଜେନିଫର ଆଲେନଙ୍କ କହିବା ଅନୁସାରେ, ଆଦନ ଦୀର୍ଘ କିଛି ଦିନ ହେଲା ଆପେଣ୍ଡିସିଆଲ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ସେ ନିଜ ଚିକିତ୍ସାକୁ ଗୁପ୍ତ ରଖିଥିଲେ । ତେବେ ସେ ସୋମବାର (ଜାନୁଆରୀ ୮ରେ) ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଜେନିଫର ଆଲେନ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେ ସଭିଁଙ୍କ ହୃଦୟରେ ଚିର ସ୍ମରଣୀୟ ରହିବେ କହିଛନ୍ତି । ଏଥିସହ ହଲିଉଡର ଅନେକ ସେଲିବ୍ରିଟି ଏବଂ ଫ୍ୟାନ୍ସ ଅଭିନେତାଙ୍କ ବିୟୋଗରେ ଶୋକପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ପରିବାରକୁ ସମବେଦନା ଜଣାଇଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ, ଆଦନ କାଣ୍ଟୋ ନିକଟରେ ଫକ୍ସ ଡ୍ରାମା ସିରିଜ 'ଦ କିଲିଂ ଲେଡି'ରେ ନଜର ଆସିଥିଲେ । ଏହି ଆମେରିକୀୟ ଟେଳିଭିଜନ ଧାରାବାହିକରେ ସେ ମୁଖ୍ୟ ଅଭିନେତା ଭାବେ ଅରମାନ ମୋରେଲସ ଭୂମିକାରେ ନଜର ଆସିଥିଲେ । ବ୍ୟାକ ଟୁ ବ୍ୟାକ ଏହି ଏହି ସିଜନର ୨ଟି ସିଜନରେ କାମ କରିଛନ୍ତି । କିନ୍ତୁ ସ୍ବାସ୍ଥ୍ୟ ଖରାପ କାରଣରୁ 'ଦ କିଲିଂ ଲେଡି' ଏହି ସିରିଜ ୩ୟ ସିଜନର ଅଂଶ ହୋଇପାରିଲେ ନାହିଁ । ଯାହାର ସୁଟିଂ ଗତ ବର୍ଷ ଡିସେମ୍ବରରେ ଆରମ୍ଭ ହୋଇଥିଲା । ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ପରେ ଏହି ସିଜନର କାଷ୍ଟ ହୋଇଥାନ୍ତେ । କିନ୍ତୁ ଏହା ହୋଇପାରିଲା ନାହିଁ । କୁହାଯାଉଛି ଯେ, 'ଦ କିଲିଂ ଲେଡି' ସିଜନ ୩ର ପ୍ରିମିୟର ସହ ନିର୍ମାତା ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇପାରନ୍ତି ।

ଏହା ମଧ୍ୟ ପଢନ୍ତୁ: ବିମାନ ଦୁର୍ଘଟଣାରେ ହଲିଉଡ ଅଭିନେତା ଓ ତାଙ୍କ ଦୁଇ ଝିଅଙ୍କ ମୃତ୍ୟୁ

ସୂଚନା ଥାଉକି, ଅଭିନେତା ଟିଭି ସିରିଜ ସହ ଅନେକ ହଲିଉଡ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି । ସେ ୨୦୦୯ରେ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ୨୦୨୪ରେ ରିଲିଜ ହୋଇଥିବା 'ଏକ୍ସ ମ୍ୟାନ-ଡେ ଅଫ ଫ୍ୟୁଚର ପାଷ୍ଟ'ରେ ତାଙ୍କ ଅଭିନୟ ତାଙ୍କୁ ଘରେ ଘରେ ପରିଚିତ କରିଥିଲା । ଅଭିନେତାଙ୍କ ପତ୍ନୀ ଏବଂ ୨ଟି ପିଲା ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.