ETV Bharat / entertainment

ଜ୍ୱାଇଁ ହେବେ ଲଳିତ ମୋଦି ! ଏମିତି ଜବାବ ଦେଲେ ସୁସ୍ମିତାଙ୍କ ପିତା

author img

By

Published : Jul 16, 2022, 3:56 PM IST

ସୁସ୍ମିତା ଏବଂ ଲଳିତ ମୋଦିଙ୍କ ପ୍ରେମ ସମ୍ପର୍କ ସାମ୍ନାକୁ ଆସିଥିଲା । ଏହାପରେ ପ୍ରତିକ୍ରିୟା ରଖିଥିଲେ ତାଙ୍କ ପୂର୍ବତନ ପ୍ରେମିକ ରୋହମାନ । ବର୍ତ୍ତମାନ ଅଭିନେତ୍ରୀଙ୍କ ବାପାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି, ମୋର ଏହା ବିଷୟରେ କୌଣସି ଧାରଣା ନାହିଁ । ଅଧିକ ପଢନ୍ତୁ

ଲଲିତ ମୋଦିଙ୍କୁ ଜ୍ବାଇଁ ଭାବରେ ଗ୍ରହଣ କରିବେ କି ସୁସ୍ମିତା ସେନଙ୍କ ପିତା, ଦେଲେ ଏମିତି ଜବାବ୍‌

ମୁମ୍ବାଇ: ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍‌ ଓ ଆଇପିଏଲ୍‌ର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦିଙ୍କ ଆଫାୟର୍ସ ସାମ୍ନାକୁ ଆସିବା ପରେ ଉଭୟଙ୍କ ରିଲେସନସିପ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ସୁସ୍ମିତା ଏବଂ ତାଙ୍କ ପୂର୍ବତନ ପ୍ରେମିକ ରୋହମାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଥିବାବେଳେ ବର୍ତ୍ତମାନ ଅଭିନେତ୍ରୀଙ୍କ ବାପାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଅବସରପ୍ରାପ୍ତ ଭାରତୀୟ ବାୟୁସେନା ଅଧିକାରୀ ଶୁବୀର ସେନ କହିଛନ୍ତି, “ମୋର ଏହା ବିଷୟରେ କୌଣସି ଧାରଣା ନାହିଁ। ମୁଁ ଶୁକ୍ରବାର ସକାଳେ ତାଙ୍କ ସହ ଫୋନରେ କଥା ହୋଇଥିଲି। କିନ୍ତୁ, ସେ ମୋତେ ଏ ବିଷୟରେ କିଛି କହି ନାହାଁନ୍ତି । ଲଳିତ ମୋଦିଙ୍କ ଟ୍ୱିଟ ପରେ ମୁଁ ମିଡିଆ ବ୍ୟକ୍ତିଙ୍କଠାରୁ ଜାଣିବାକୁ ପାଇଲି। କାରଣ, ମୋର ଏହା ବିଷୟରେ କୌଣସି ଧାରଣା ନାହିଁ, ତେଣୁ ମୁଁ ଏହା ଉପରେ ମନ୍ତବ୍ୟ ଦେବାକୁ ଅସମର୍ଥ ।

ସେ ଆହୁରି ମଧ୍ୟ କହିଛନ୍ତି, “ଯଦି ଏହି ଖବର ସତ, ତେବେ ଏହା ମୋ ଝିଅର ଜୀବନରେ ଏକ ନୂଆ ମୋଡ ଆଣିବ। ଭବିଷ୍ୟତରେ ମୁଁ ନିଶ୍ଚିତ ଭାବରେ ଏହା ବିଷୟରେ ଜଣାଇବି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୋ ପାଖରେ କୌଣସି ସୂଚନା ନାହିଁ।"

ଯେତେବେଳେ ସେନଙ୍କୁ ପଚରାଯାଇଥିଲା ଯେ ସେ ଲଳିତ ମୋଦିଙ୍କୁ ତାଙ୍କ ଜ୍ବାଇଁ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ କି ନାହିଁ, ସେ ଉତ୍ତର ଦେଇଥଲେ ଯେ “ମୁଁ ଯଦି ଜାଣିଥାନ୍ତି ମୁଁ ଗଣମାଧ୍ୟମକୁ ଜଣାଇଥାନ୍ତି। କାରଣ ଏହି ପ୍ରସଙ୍ଗରେ ଲୁଚାଇବାକୁ କିଛି ନାହିଁ ।"

ଏହା ବି ପଢନ୍ତୁ: ଲଲିତଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ବ୍ରହ୍ମାଣ୍ଡ ସୁନ୍ଦରୀ

ଗୁରୁବାର ସନ୍ଧ୍ୟାରେ ଲଳିତ ମୋଦି ସୁସ୍ମିତା ସେନଙ୍କ ସହ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଉଭୟ ଏକତ୍ର ଛୁଟି ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି ଲଳିତ ଦାବି କରିଛନ୍ତି ଯେ, ସେ ଜଣେ ବଲିଉଡ ଅଭିନେତ୍ରୀ ସୁସ୍ମିତାଙ୍କୁ ଡେଟ କରୁଛନ୍ତି । ଲଳିତ ମୋଦିଙ୍କ ଏହି ଟ୍ୱିଟ୍ ସାମ୍ନାକୁ ଆସିବା ମାତ୍ରେ ସବୁଆଡେ ହଇଚଇ ସୃଷ୍ଟି ହୋଇଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.