ହାଇଦ୍ରାବାଦ: ନିଜ ସମ୍ପର୍କକୁ ନେଇ ଆଜିକାଲି ବେଶ ଚର୍ଚ୍ଚାରେ ରହିଛନ୍ତି ଲଭବାର୍ଡ ତମନ୍ନା ଭାଟ୍ଟିଆ ଏବଂ ବିଜୟ ବର୍ମା । ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳୁଥିବା ବେଳେ ପରସ୍ପର ପ୍ରତି ପ୍ରେମବ୍ୟକ୍ତ କରୁଥିବା ବି ନଜର ଆସିଛନ୍ତି । ବର୍ତ୍ତମାନ ଉଭୟଙ୍କୁ ଡିନର ନାଇଟରେ ସ୍ପଟ କରାଯାଇଛି । ତମନ୍ନା ଏବଂ ବିଜୟ ହାତ ଧରି ଏକ ରେସ୍ତୋରାଁ ବାହାରେ ନଜର ଆସିଛନ୍ତି । ଉଭୟଙ୍କ ଏହି ଭିଡିଓ ସୋସଇାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଇନ୍ଷ୍ଟାଗ୍ରାମରେ ଜଣେ ପ୍ୟାପ୍ଙ୍କ ଦ୍ବାରା ସେୟାର ହୋଇଥିବା ଏକ ଭିଡିଓରେ ତମନ୍ନା ଏବଂ ବିଜୟଙ୍କୁ ଦେଖିବାକୁ ମିଳିଛି । ଉଭୟ ମୁମ୍ବାଇର ଏକ ରେସ୍ତୋରାଁରେ ଡିନର୍ ନାଇଟ୍ କରିବାକୁ ଯାଇଥିବା ବେଳେ ଏକାଠି ନଜର ଆସିଛନ୍ତି । ଏହି ସମୟରେ ଉଭୟ ପରସ୍ପର ହାତ ଧରିଥିବା ବେଳେ ତମନ୍ନା ବିଜୟଙ୍କ ଜ୍ୟାକେଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି । ଉଭୟଙ୍କ ଏହି ଭିଡିଓ ଭାଇରାଲ ପରେ ଫ୍ୟାନ୍ସ କମେଣ୍ଟ ବର୍ଷା କରୁଛନ୍ତି ।
ଅନେକ ଫ୍ୟାନ୍ସ ଏହି କପଲ୍ଙ୍କ ପ୍ରଶଂସା କରିଛନ୍ତି । ଜଣେ ଲେଖିଛନ୍ତି, So Cute । ଆଉ ଜଣେ ଲେଖିଛନ୍ତି, ୱାଓ ସମସ୍ତେ କହିଛନ୍ତି ଯେ, 'ତମନ୍ନା ପ୍ରକୃତରେ ତାଙ୍କ ଜୀବନରେ ଏକ ଭଲ ପୁଅ ପାଇଛନ୍ତି । କିନ୍ତୁ ତମନ୍ନା ପୂର୍ବରୁ ତାଙ୍କୁ କେହି ଜଣେ ଭଲ ବ୍ୟକ୍ତି ଭାବରେ ଲକ୍ଷ୍ୟ କରିନଥିଲେ ।' ଆଉ ଜଣେ ଲେଖିଛନ୍ତି, Just looking like a wow.. wow.. । ଏହିପରି ଅନେକ ଫ୍ୟାନ୍ସ ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଫାୟାର ଇମେଜି ଏବଂ ଲାଲ୍ ହାର୍ଟ ଇମୋଜି ଦେଇଛନ୍ତି ।
ସୂଚନା ଥାଉ କି, ଏହି ଲଭବାର୍ଡ ଖୋଲାଖୋଲି ଭାବରେ ସେମାନଙ୍କ ସମ୍ପର୍କକୁ ଗ୍ରହଣ କରିଛନ୍ତି, ବାରମ୍ବାର ଏକାଠି ସ୍ପଟ୍ ହୋଇଥାଆନ୍ତି । ନିକଟରେ ଏକ ସାକ୍ଷାତକାରରେ ବିଜୟ ବିବାହ ବିଷୟରେ ନିଜର ଭାବନା ସେୟାର କରିଥିଲେ । ଏବଂ ବିଜୟ ବର୍ମାଙ୍କୁ ତାଙ୍କ ବିବାହ ବିଷୟରେ ପଚରାଯାଇଥିଲା । ସେତେବେଳେ ସେ ଏହି ପ୍ରଶ୍ନକୁ ଏଡ଼ାଇ ଦେଇଥିଲେ । ସେ କହିଥିଲେ ଯେ, 'ମୁଁ ଏହି ପ୍ରଶ୍ନର ଉତ୍ତର ମୋ ମାଆଙ୍କୁ ମଧ୍ୟ କହି ପାରିବି ନାହିଁ ଏବଂ ମୁଁ ତୁମକୁ ଏହାର ଉତ୍ତର ଦେଇ ପାରିବି ନାହିଁ । ସେପଟେ ଅନ୍ୟ ଏକ ସାକ୍ଷାତକାର ସମୟରେ ତମନ୍ନା ବିଜୟଙ୍କୁ ତାଙ୍କର 'ଖୁସି ସ୍ଥାନ' ବୋଲି କହିଥଲେ ।
ଏହା ମଧ୍ୟ ପଢନ୍ତୁ: ତମନ୍ନା ଭାଟିଆଙ୍କ ସହ ରିଲେସନସିପ୍କୁ ନେଇ ମୁହଁ ଖୋଲିଲେ ବିଜୟ ବର୍ମା
ୱାର୍କଫ୍ରଣ୍ଟ୍ କଥା କହିବାକୁ ଗଲେ, ବିଜୟଙ୍କୁ 'ଜାନେ ଜାନ୍', 'କାଲ୍କୁଟ୍' ଓ 'ଦାହାଡ'ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଅଭିନେତା ହୋମି ଅଦଜାନିଆର 'ମର୍ଡର ମୁବାରକ' ଏବଂ 'ଆଫଗାନି' ସୋ ପ୍ରୋଜେକ୍ଟରେ ନଜର ଆସିବେ । ଏହି ସମୟରେ କରୀନା କପୁର ନିର୍ଦ୍ଦେଶକ ହଂସଲ ମେହେଟ୍ଟାଙ୍କ 'ଦ ବକିଙ୍ଗହମ୍ ମଡର୍ସ'ରେ ନଜର ଆସିବେ, ଯାହା ତାଙ୍କର ପ୍ରଥମ ପ୍ରଡକ୍ସନ ଫିଲ୍ମ ଅଟେ । ତମନ୍ନାଙ୍କ କଥା କହିବାକୁ ଗଲେ, ନିକଟରେ ତାଙ୍କୁ ଫିଲ୍ମ ଜେଲର ଏବଂ ଆଖିରି ସଚ୍ ଓଟିଟି ଫିଲ୍ମରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ Aranmanai-4ରେ ନଜର ଆସିବେ ।