ETV Bharat / entertainment

ଝିଅ ରାହା ସହ ନୂଆବର୍ଷ ପାଳନ ପାଇଁ ଭ୍ୟାକେସନରେ ଗଲେ ଆଲିଆ-ରଣବୀର, ଏୟାରପୋର୍ଟରେ ଆସିଲେ ନଜର

author img

By ETV Bharat Odisha Team

Published : Dec 26, 2023, 1:02 PM IST

Ranbir Kapoor-Alia Bhatt With Raha: ଖ୍ରୀଷ୍ଟମାସ ଉତ୍ସବ ସେଲିବ୍ରେଟ କରିବା ପରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ନୂଆ ବର୍ଷ ପାଇଁ ଭ୍ୟାକେସନରେ ବାହାରିଛନ୍ତି । ଏହି ଷ୍ଟାର ଦମ୍ପତିଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି । ଏହି ସମୟରେ ଝିଅ ରାହା ମଧ୍ୟ ନଜର ଆସିଛନ୍ତି । ଦେଖନ୍ତୁ ଭିଡିଓ

ଝିଅ ରାହା ସହ ନ୍ୟୁ-ୟର ପାଳନ ପାଇଁ ଭ୍ୟାକସନରେ ଗଲେ ଆଲିଆ-ରଣବୀର,ଏୟାରପୋର୍ଟରେ ଆସିଲେ ନଜର

ହାଇଦ୍ରାବାଦ: ରଣବୀର କପୁର ଏବଂ ଆଲିଆ ଭଟ୍ଟ ବଲିଉଡ୍‌ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରେ ଅନ୍ୟତମ । ଏହି ଦମ୍ପତି ନିଜ ଅଭିନୟ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସଫଳ ତାରକା ହୋଇପାରିଛନ୍ତି । ରିଲ୍‌ ଲାଇଫ ପରି ରିଅଲ୍‌ ଲାଇଫରେ ମଧ୍ୟ ଏହି ଦମ୍ପତି ବେଶ ଚର୍ଚ୍ଚାରେ ରହିଥାଆନ୍ତି । ବର୍ତ୍ତମାନ ଏହି ଦମ୍ପତି ଝିଅ ରାହାକୁ ନେଇ ଶିରୋନାମାରେ ରହିଛନ୍ତି । ଗତକାଲି ଖ୍ରୀଷ୍ଟାମାସ ଅବସରରେ ବର୍ଷେ ପରେ ରଣବୀର-ଆଲିଆ ନିଜ ଝିଅ ରାହାଙ୍କ ଚେହେରା ଦେଖାଇଛନ୍ତି । ଏବେ ଖ୍ରୀଷ୍ଟମାସ ପରେ ନ୍ୟୁ-ୟର ସେଲିବ୍ରେସନ ପାଇଁ ବାହାରିଛନ୍ତି ଆଲିଆ-ରଣବୀର । ଏହି ସମୟରେ ଝିଅ ରାହା ମଧ୍ୟ ନଜର ଆସିଛନ୍ତି ।

ଏହି ଦମ୍ପତି କ୍ୟାମେରା ଆଗରେ ଆସି ପ୍ରିୟ ଝିଅ ରାହା କପୁରଙ୍କ ଚେହେରାକୁ ପ୍ରଥମ ଥର ପାଇଁ ଫ୍ୟାନ୍ସକୁ ଦେଖାଇଛନ୍ତି । ରାହାଙ୍କ ଲୁକ୍‌ ସାମ୍ନାକୁ ଆସିବା ମାତ୍ରେ ଷ୍ଟାର କିଡ୍‌ ଭାବେ ତାଙ୍କ ଫଟୋ ବେଶ ଭାଇରାଲ ହୋଇଛି । ଏବଂ ସମସ୍ତେ କ୍ୟୁଟ୍‌ ପରୀଙ୍କ ବେଶ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି । ତେବେ ଏବେ ଖ୍ରୀଷ୍ଟମାସ ପରେ ନୂଆ ବର୍ଷ ସେଲିବ୍ରେସନ ପାଇଁ ଝିଅ ରାହାଙ୍କ ସହ ବାହାରିଛନ୍ତି ଆଲିଆ-ରଣବୀର । ଏହି ଦମ୍ପତିଙ୍କୁ ମୁମ୍ବାଇ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଛି । ଏହି ସମୟରେ ଆଲିଆଙ୍କ ଝିଅ ରାହା କପୁର ମଧ୍ୟ ତାଙ୍କ କୋଳରେ ଶୋଇଥିବାର ନଜର ଆସିଛନ୍ତି ।

ଆଲିଆ ଭଟ୍ଟ ବ୍ଲାକ୍‌ ପ୍ୟାଣ୍ଟ ଏବଂ ଚଷମା ସହ ହ୍ବାଇଟ୍‌ ଟପ୍ ସହ ଫର୍ମାଲ ଲୁକ୍‌ରେ ନଜର ଆସିଥିବା ବେଳେ ରଣବୀର କପୁର ଏକ ବ୍ଲାକ୍‌ ଟ୍ରାକ୍‌ ସୁଟ୍‌ରେ ନଜର ଆସିଛନ୍ତି । ଷ୍ଟାର୍ ଦମ୍ପତି ବିମାନବନ୍ଦରରେ ପ୍ୟାପ୍ସଙ୍କୁ ହାତ ହଲାଇ ପୋଜ୍‌ ଦେଇଥିଲେ । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସଇାଲ ମିଡିଆରେ ଭାଇରାଲ ହେଉଛି । ସୂଚନା ଥାଉ କି, ନୂଆ ବର୍ଷ ସେଲିବ୍ରେସନ ପାଇଁ ଏହି ଦମ୍ପତି କେଉଁଆଡେ ଯାଇଛନ୍ତି ତାହା ଜଣାପଡିନାହିଁ । ବିବାହ ପରେ ଏହି ଦମ୍ପତି ଦ୍ୱିତୀୟ ନୂଆ ବର୍ଷ ସେଲିବ୍ରେଟ୍‌ କରିବେ ।

ଏହା ମଧ୍ୟ ପଢନ୍ତୁ: ଖ୍ରୀଷ୍ଟମାସରେ ଫ୍ୟାନ୍ସଙ୍କୁ ଭେଟି ଦେଲେ ଆଲିଆ-ରଣବୀର, ଝିଅ ରାହାଙ୍କ ଦେଖାଇଲେ ଚେହେରା

ସୂଚନା ଥାଉ କି, ଆଲିଆ-ରଣବୀର ବ୍ରହ୍ମାସ୍ତ୍ର ଫିଲ୍ମର ସୁଟିଂ ସମୟରେ ପ୍ରେମରେ ପଡି ଯାଇଥିଲେ । ଏହାପରେ ପରସ୍ପର ଡେଟିଂ କରିବା ପରେ ୨୦୨୨, ଏପ୍ରିଲ ୧୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହାପରେ ନଭେମ୍ବର ୬, ୨୦୨୨ରେ ଝିଅ ରାହାଙ୍କ ପିତାମାତା ହୋଇଥିଲେ । ତେବେ ଚଳିତ ବର୍ଷ ରାହାଙ୍କ ପ୍ରଥମ ଜନ୍ମଦିନରେ ଏହି ଦମ୍ପତି ଅନେକ ଖୁଲାସା କରିଥିଲେ । ବର୍ତ୍ତମାନ ରାହାଙ୍କ ଚେହେରା ସମସ୍ତଙ୍କୁ ଦେଖାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.