ହାଇଦ୍ରାବାଦ: ଆରଆରଆର ତାରକା ରାମ ଚରଣ ଓ ତାଙ୍କ ପତ୍ନୀ ଉପସାନା ଏକ ଶିଶୁ କନ୍ୟାର ମାତାପିତା ହୋଇଥିଲେ । ବିବାହର ପ୍ରାୟ 11 ବର୍ଷ ପରେ ଏହି ଦମ୍ପତି ପିତାମାତା ହୋଇଛନ୍ତି । ଏହା ହେଉଛି ଦମ୍ପତିଙ୍କର ପ୍ରଥମ ସନ୍ତାନ । ତେବେ ଆଜି ରାମ ଏବଂ ଉପସାନା ତାଙ୍କ ଝିଅଙ୍କ ନାମକରଣ ସମାରୋହ ଆୟୋଜନ କରିଛନ୍ତି । ଉପସାନା ସୋସିଆଲ ମିଡିଆରେ ଏହି ସମାରୋହର କିଛି ଝଲକ ସେୟାର କରିଛନ୍ତି । ଏହି ଫଟୋକୁ ଫ୍ୟାନ୍ସ ଲାଇକ୍ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।
-
The Prep is On for #MegaPrincess Naming Ceremony Today ❤️@AlwaysRamCharan @upasanakonidela pic.twitter.com/wv3hanbtcW
— Trends RamCharan™ (@TweetRamCharan) June 30, 2023 " class="align-text-top noRightClick twitterSection" data="
">The Prep is On for #MegaPrincess Naming Ceremony Today ❤️@AlwaysRamCharan @upasanakonidela pic.twitter.com/wv3hanbtcW
— Trends RamCharan™ (@TweetRamCharan) June 30, 2023The Prep is On for #MegaPrincess Naming Ceremony Today ❤️@AlwaysRamCharan @upasanakonidela pic.twitter.com/wv3hanbtcW
— Trends RamCharan™ (@TweetRamCharan) June 30, 2023
ଉପାସନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ କିଛି ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ନାମକରଣ ସମାରୋହ ପାଇଁ ଘର ଫୁଲରେ ସଜାଯାଇଥିବା ଦେଖିବାକୁ ମିଳିଛି । ଭିଡିଓ ସେୟାର କରି ସେ ଲେଖିଛନ୍ତି, "ଆମର ପ୍ରିୟ ଝିଅର ନାମକରଣ ସମାରୋହ । ଏହି ସମାରୋହରେ ରାମ ଚରଣଙ୍କ ପିତା ଚିରଞ୍ଜୀବୀଙ୍କ ସମେତ ପୁରା ପରିବାର ସାମିଲ ହେବେ । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ରାମ ଚରଣଙ୍କ ପ୍ରଶଂସକମାନେ ତାଙ୍କ ମେଗା ରାଜକୁମାରୀଙ୍କ ଚେହେରା ଦେଖିବାକୁ ଅପେକ୍ଷା କରିଛନ୍ତି ।"
ରିପୋର୍ଟ ଅନୁଯାୟୀ, ଉପାସନାଙ୍କ ମାଆଙ୍କ ଘରେ ଏହି ସମାରୋହ ଅନୁଷ୍ଠିତ ହେବ । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଉପାସନା ତାଙ୍କ ଶିଶୁ କନ୍ୟା ସହ ତେଲେଙ୍ଗାନାର ମୋଇନବାଦରେ ଥିବା ତାଙ୍କ ମା’ ବାପାଙ୍କ ଘରେ ରହୁଛନ୍ତି । କିଛି ଦିନ ପୂର୍ବରୁ ଉପାସାନା ଇନଷ୍ଟାଗ୍ରାମରେ ତାଙ୍କ ପାରିବାରିକ ଫଟୋ ସେୟାର କରିଥିଲେ । ଏହି ଫଟୋରେ ସେ ତାଙ୍କ ଝିଅକୁ କୋଳରେ ଧରିଥିବା ବେଳେ ରାମ ପୋଷା କୁକୁରଙ୍କୁ କୋଳରେ ଧରି ପୋଜ୍ ଦେଉଥିବାର ନଜର ଆସିଛନ୍ତି । ଏହି ପୋଷ୍ଟ କରି ଉପାସନା ସମସ୍ତଙ୍କ ଶୁଭକାମନା ପାଇଁ ଧନ୍ୟବାଦ ଜଣାଇଥିଲେ ।
ଏହା ମଧ୍ୟ ପଢନ୍ତୁ: କୁନି ପରୀକୁ ସାଥିରେ ନେଇ ଘରକୁ ଫେରିଲେ ରାମଚରଣ ଓ ପତ୍ନୀ ଉପାସନା
ରାମ ଏବଂ ଉପାସନା 14 ଜୁନ୍ 2012ରେ ବିବାହ କରିଥିଲେ । ଡିସେମ୍ବର 2022 ରେ ସେ ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ । 20 ଜୁନ୍ରେ ସେମାନଙ୍କ ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ଜୁନ 24ରେ ହସ୍ପିଟାଲରୁ ଡିସଚାର୍ଜ ପରେ ଲାଡଲିକୁ ନେଇ ଘରକୁ ଫେରିଥିଲେ ରାମ ଏବଂ ଉପାସନା । ଏହି ସମୟରେ ଝିଅ ଏବଂ ପତ୍ନୀଙ୍କୁ ଡାକ୍ତରଖାନାରୁ ଘରକୁ ନେବା ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାମ ଚରଣ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ । 11ବର୍ଷ ପରେ ଏହି ଦମ୍ପତି ପିତାମାତା ହୋଇଥିବାରୁ ପରିବାର ଏବଂ ଫ୍ୟାନ୍ସଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି ।