ETV Bharat / entertainment

Mouni Roy: ପାସପୋର୍ଟ ଭୁଲିଗଲେ ମୌନି, ଫ୍ୟାନ୍ସ କହିଲେ ଏମିତି

author img

By

Published : Jul 12, 2023, 12:02 PM IST

ମୁମ୍ବାଇ ବିମାନବନ୍ଦରରେ ସ୍ପଟ୍‌ ହେଲେ ଅଭିନେତ୍ରୀ ମୌନି ରୟ । ସେ ପାସପୋର୍ଟ ନେବାକୁ ଭୁଲିଯାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହା ପରେ ଫ୍ୟାନ୍ସ ତାଙ୍କୁ ପରିହାସ କରିଛନ୍ତି । ଅଧିକ ପଢନ୍ତୁ

ପାସପୋର୍ଟ ଭୁଲିଗଲେ ମୌନି, ଫ୍ୟାନ୍ସ କହିଲେ ଏମିତି

ହାଇଦ୍ରାବାଦ: ଅଭିନେତ୍ରୀ ମୌନି ରୟ ଟିଭି ସିରିଏଲ ନାଗିନରେ ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ମନ ଜିତିବା ସହ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏଥିସହ ବ୍ରହ୍ମାସ୍ତ୍ରରେ ଦମଦାର ଅଭିନୟ ସହ ସମସ୍ତଙ୍କ ହୃଦୟ ଜିତିଥିଲେ । ଆଜିକାଲି ନିଜ ଫ୍ୟାଶନକୁ ନେଇ ସେ ଲାଇମଲାଇଟରେ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ମୌନିଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ମୌନିଙ୍କୁ ପରିହାସ କରିଛନ୍ତି ଫ୍ୟାନ୍ସ।

ଇନଷ୍ଟାଗ୍ରାମରେ ଏକ ପାପରାଜି ସେୟାର କରିଥିବା ଭିଡିଓରେ ନାଗିନ୍ ଅଭିନେତ୍ରୀ ମୁମ୍ବାଇ ବିମାନବନ୍ଦରରେ ମୌନି ବ୍ଲୁ-ହ୍ବାଇଟ କୋଅର୍ଡ ସେଟରେ ନଜର ଆସିଥିଲେ। ଏହି ସମୟରେ ସେ ତାଙ୍କ ପାସପୋର୍ଟ ଖୋଜୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର ହେବା ପରେ ଏବେ ଫ୍ୟାନ୍ସ ଏନେଇ ତାଙ୍କୁ ଟ୍ରୋଲ କରିଛନ୍ତି । ପ୍ରତିକ୍ରିୟା ଦେଇ ଜଣେ ଫ୍ୟାନ୍ସ ଲେଖିଛନ୍ତି, ସେଲିବ୍ରିଟି ହୁଅନ୍ତୁ କିମ୍ବା ମହିଳା ହୁଅନ୍ତୁ, ବ୍ୟାଗରେ କିଛି ମିଳୁନାହିଁ । ଅନ୍ୟ ଜଣେ ଲେଖିଛନ୍ତି, କ’ଣ କରିବା ମେକଅପ୍ ବ୍ୟତୀତ ଆଉ କିଛି ମନେ ରହୁନି । ଆଉ ଜଣେ ଲେଖିଛନ୍ତି, ତୁମେ ନାଗିନ, ତୁମକୁ କ’ଣ ଭୟ?

ଏହା ମଧ୍ୟ ପଢନ୍ତୁ: ଦିଶା ପାଟାନୀଙ୍କୁ ମୌନି ରୟଙ୍କ ଭିଡିଓ ଭାଇରାଲ, ଏମିତି ପ୍ରତିକ୍ରିୟା ଦେଲେ ଫ୍ୟାନ୍ସ

ସୂଚନା ଥାଉ କି, ମୌନି ନିକଟରେ ମୁମ୍ବାଇରେ ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି । ଯାହାର ଲଞ୍ଚ ପାର୍ଟି ମଧ୍ୟ ଆୟୋଜିତ କରିଥିଲେ । ରେଷ୍ଟୁରାଣ୍ଟର ଓପନିଂ ପାର୍ଟିରେ ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ । ମୌନିଙ୍କ ଘନିଷ୍ଠ ବନ୍ଧୁ ଦିଶା ପଟାନୀ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ସେପଟେ ମୌନିଙ୍କ ୱାର୍କ ଫ୍ରଣ୍ଟ୍‌ କଥା କହିବାକୁ ଗଲେ, ସେ ଟେଲିଭିଜନ ଶୋ' ଙ୍କ୍ୟୁ କି ଶାଶ୍‌ ଭି କଭି ବୋହୂ ଥି (2006)ରୁ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ 2011ରେ ପଞ୍ଜାବୀ ଚଳଚ୍ଚିତ୍ର ହିରୋ ହିଟଲର ଇନ ଲଭରେ ଡେବ୍ୟୁ କରିଥିଲେ ।

ନିକଟରେ ସେ ଜୁବିନ୍ ନୌଟିୟାଲ ଏବଂ ପାୟଲ ଦେବଙ୍କ ମ୍ୟୁଜିକ୍ ଭିଡିଓ ଦୌତାରାରେ ନଜର ଆସିଥିଲେ । ଭିଡିଓଟି ୟୁଟ୍ୟୁବରେ 24 ମିଲିୟନରୁ ଅଧିକ ଭ୍ୟୁ ପାଇଛି । ଏହା ଏକ ବଡ଼ ସଫଳତା ଥିଲା । ପରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ସହ ବ୍ରହ୍ମାସ୍ତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ମୌନି ଏକ ନକାରାତ୍ମକ ଭୂମିକା ଗ୍ରହଣ କରିଥିଲେ । ଯାହାକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ତେବେ ତାଙ୍କୁ ଆଗାମୀ ଅବ୍ବାସ-ମସ୍ତାନ ଭାଇଙ୍କ ଦ୍ୱାରା ନିର୍ଦ୍ଦେଶିତ କ୍ରାଇମ, ସିକ୍ରେଟ୍‌ ଥ୍ରୀଲର ଫିଲ୍ମ 'ପେଣ୍ଟହାଉସ'ରେ ଦେଖିବାକୁ ମିଳିବ । ଏଥିରେ ବବି ଦେଓଲ ଏବଂ ଅର୍ଜୁନ ରାମପାଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.