ETV Bharat / entertainment

ଇରା-ନୁପୁରଙ୍କ ମେହେନ୍ଦି; ପାରମ୍ପରିକ ଲୁକରେ ଆମୀର-କିରଣ

Ira Khan-Nupur Shikhare Mehendi: ଆଜି ନୁପୁର ଶିଖରେ ଏବଂ ଇରା ଖାନଙ୍କ ପଡିବ ହାତଗଣ୍ଠି । ତେବେ ଉଭୟ ମହାରାଷ୍ଟୀଆନ ରୀତିନୀତିରେ ବିାବହ କରିବେ । ଏହା ପୂର୍ବରୁ ଉଭୟଙ୍କ ହଲଦୀ ଏବଂ ମେହେନ୍ଦୀ ସେରମନି ହୋଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଆମୀର ଖାନ ଏବଂ ତାଙ୍କ ପୂର୍ବ ପତ୍ନୀ କିରଣ ରାଓ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 3, 2024, 10:05 AM IST

ଇରା-ନୁପୁରଙ୍କ ମେହେନ୍ଦି; ପାରମ୍ପରିକ ଲୁକରେ ଆମୀର-କିରଣ
ଇରା-ନୁପୁରଙ୍କ ମେହେନ୍ଦି; ପାରମ୍ପରିକ ଲୁକରେ ଆମୀର-କିରଣ

ହାଇଦ୍ରାବାଦ: ବିବାହ କରିବେ ଆମୀର ଖାନଙ୍କ ଲାଡ୍‌ଲି । ଆଜି (ବୁଧବାର) ଆମୀର ଖାନ ଏବଂ ରୀନା ଦତ୍ତାଙ୍କ ଝିଅ ଇରା ଖାନଙ୍କ ବିବାହ । ଇରା ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡ ନୁପୁର ଶିଖରେଙ୍କୁ ସାତ ଜନ୍ମର ସାଥୀ କରିବେ । ତେବେ ଉଭୟ ପରିବାରରେ ବିବାହ ସେଲିବ୍ରେସନ ଜୋରଦାରରେ ଚାଲିଛି । ଗତକାଲି ଇରା ଏବଂ ନୁପୁରଙ୍କ ହଲଦୀ ଏବଂ ମେହେନ୍ଦି ସେରମନି ଆୟୋଜିତ ହୋଇଥିଲା । ଯାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସମୟରେ ଆମୀର ଖାନଙ୍କ ପୂର୍ବତନ ପତ୍ନୀ କିରଣ ରାଓ ମଧ୍ୟ ନିଜ ପୁଅ ସହ ଏହି ବିବାହ ସମାରୋହରେ ସାମିଲ ହୋଇଛନ୍ତି ।

ନୁପୁର ଶିଖରେ ଏହି ସମାରୋହର କିଛି ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ନୁପୁର ଇରାଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଉଭୟ କ୍ୟାମେରା ପାଇଁ ପୋଜ ଦେଉଥିବା ବେଳେ ଅନ୍ୟ ୨ଟିରେ ଉଭୟ ପରସ୍ପରକୁ ଖୁଆଉଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ତୁମକୁ ଜୀବନସାଥୀ କରିବାକୁ ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ମୁଁ ତୁମକୁ ବହୁତ ଭଲ ପାଏ । ଏହି ସମୟରେ ନୁପୁର ଏବଂ ଇରା ମହାରାଷ୍ଟୀଆନ ଲୁକରେ ନଜର ଆସିଛନ୍ତି ।

ସେପଟେ ମଙ୍ଗଳବାର ରାତିରେ ଆମୀର ଏବଂ ତାଙ୍କ ପୁଅ ଜୁନାଦ ଇରାଙ୍କ ମେହେନ୍ଦୀ ସମାରୋହରେ ଗୋଟିଏ କାରରେ ପହଞ୍ଚୁଥିବା ଦେଖିବାକୁ ମିଳିଛି । ସେହିପରି ଆଉ ଏକ କାରରେ ଆମୀରଙ୍କ ଦ୍ବିତୀୟ ତଥା ପୂର୍ବତନ ପତ୍ନୀ କିରଣ ରାଓ ମଧ୍ୟ ତାଙ୍କ ପୁଅ ଆଜାଦଙ୍କ ସହ ଏହି ସମାରୋହରେ ଯୋଗ ଦେବାକୁ ଆସୁଥିବାର ନଜର ଆସିଛନ୍ତି । ଏହି ସମୟରେ ସମସ୍ତଙ୍କୁ ପାରମ୍ପରିକ ଲୁକରେ ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଇରା ଖାନ ଏବଂ ଫିଟନେସ୍ କୋଚ୍‌ ନୁପୁର ଶିଖରେ ଦୁଇ ବର୍ଷ ଡେଟିଂ କରିବା ପରେ ଉଭୟ ନଭେମ୍ବର ୨୦୨୨ରେ ନିର୍ବନ୍ଧ କରିଥିଲେ । ଆଜି ଉଭୟଙ୍କ ପଡିବ ହାତଗଣ୍ଠି । ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଜ ଲ୍ୟାଣ୍ଡସ ଏଣ୍ଡରେ ଇରା ଏବଂ ନୁପୁର ଶିଖର ବିବାହ କରିବେ । ଏହାପରେ ଏହି ଦମ୍ପତି ପରିବାର ସହ ଏକ ରିସେପସନ୍ ପାର୍ଟି କରିବେ । ଜାନୁଆରୀ ୮ରେ ଉଦୟପୁରରେ ଇରା ଏବଂ ନୁପୁରଙ୍କ ରିସେପସନ୍ ପାର୍ଟି ଆୟୋଜିତ ହେବ । ତେବେ ଏହି ରିସେପସନ୍ ପାର୍ଟିରେ ଅନେକ ବି-ଟାଉନ ସେଲିବ୍ରିଟି ଶାହାରୁଖ ଖାନଙ୍କ ଠାରୁ ସଲମାନ ଖାନ ଯାଏଁ ନାମିଦାମୀ ସେଲିବ୍ରିଟି ସାମିଲ ହେବେ ବୋଲି କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଇରା-ନୁପୁରଙ୍କ ହଲଦୀ ସେରମନି, ଏକାଠି ନଜର ଆସିଲେ ଆମୀରଙ୍କ ପୂର୍ବ ପତ୍ନୀ ରୀନା-କିରଣ

କହିରଖୁଛୁ କି, ଇରା ଖାନ ଆମୀର ଖାନ ଏବଂ ତାଙ୍କର ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ଝିଅ । ଜୁନୈଦ ଖାନ ରୀନା ଦତ୍ତାଙ୍କ ପୁଅ । ରୀନାଙ୍କଠାରୁ ଛାଡ଼ପତ୍ର ପରେ ଆମୀର କିରଣ ରାଓଙ୍କୁ ବିବାହ କରିଥିଲେ । ୨୦୦୫ରେ ଆମୀର ଏବଂ କିରଣଙ୍କ ଚଳଚ୍ଚିତ୍ର 'ଲଗାନ'ର ସେଟରେ ସାକ୍ଷାତ ହୋଇଥିଲା । ଦୁହିଁଙ୍କର ଏକ ପୁଅ ଆଜାଦ ରାଓ ଖାନ ଅଛନ୍ତି, ଯିଏ ଆଇଭିଏଫ ମାଧ୍ୟମରେ ଜନ୍ମ ହୋଇଥିଲେ । ଦୁଇ ବର୍ଷ ପୂର୍ବେ ଆମୀର କିରଣଙ୍କୁ ମଧ୍ୟ ଛାଡପତ୍ର ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.