ହାଇଦ୍ରାବାଦ: 2020ରେ ବଲିଉଡ ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଅଲାୟା ବଲିଉଡରେ ଫିଲ୍ମ ଜୱାନୀ ଜାନେମନ ସହ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ବର୍ତ୍ତମାନ ଅଭିନେତ୍ରୀ ଫିଲ୍ମ ପାଇଁ ନୁହେଁ ନିଜ ୱାର୍କଆଉଟ ପାଇଁ ଚର୍ଚ୍ଚାରେ ରହିଛନ୍ତି । ସେ ଏକ ନୂଆ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଫିଟ୍ ରହିବାକୁ ଜବରଦସ୍ତ ଟ୍ରେନିଂ ନେଉଥିବା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ: ଜେଲରୁ ମୁକୁଳିଲେ ରାକ୍ଷୀଙ୍କ ପୂର୍ବତନ ସ୍ୱାମୀ ଆଦିଲ, କହିଲେ ସବୁକିଛି ଖୁଲାସା କରିବି
ସୋସିଆଲ ମିଡିଆରେ ଅଲାୟା ବହୁତ ସକ୍ରିୟ ରୁହନ୍ତି । ସେ ପ୍ରତିଦିନ ନିଜ ୱାର୍କ୍ଆଉଟର ଭିଡିଓ ସେୟାର କରିଥାଆନ୍ତି । ଏହି ସମୟରେ, ସୋମବାର ଅଲାୟା ଏକ ନୂଆ ଭିଡିଓ ସେୟାର କରିଛନ୍ତି । ପ୍ରଥମ ଭିଡିଓରେ ତାଙ୍କ ପ୍ରଶିକ୍ଷକ ଅଭିନେତ୍ରୀଙ୍କ ପେଟକୁ କ୍ରମାଗତ ଭାବରେ ପିଟୁଥିବାର ଦେଖିବାକୁ ମିଳିଛି । ଅନ୍ୟ ଭିଡିଓରେ ଉତ୍ତମ ଟ୍ରେନିଂ, ଡ୍ୟାନ୍ସ, ସ୍ପୋର୍ଟ୍ସ ସେସନ୍ ଏବଂ ଯୋଗ କରୁଥିବା ଦେଖିବାକୁ ମିଳିଛି । ଅଭିନେତ୍ରୀଙ୍କ ଏହି ନୂତନ ଭିଡିଓ ସୋସିଆଲ ମିଡିଆରେ ସେୟାର ହେବା ମାତ୍ର ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି । ପ୍ରତିକ୍ରିୟାରେ ଲାଲ ହାର୍ଟ ଇମୋଜି ଏବଂ ଫାୟାର ଇମୋଜି ଦେବା ସହ ଅଭିନେତ୍ରୀଙ୍କ ପ୍ରଶଂସା କରିଛନ୍ତି । ଜଣେ ପ୍ରଶଂସକ ଅଲାୟାଙ୍କ ଏହି ଭିଡିଓକୁ ମୋଟିଭେସନ୍ ବୋଲି କହିଥିବା ବେଳେ ଆଉ ଜଣେ ଲେଖିଛନ୍ତି, "ଏପରି କିଛି ଅଛି ଯାହାକୁ ଆପଣ କରିପାରିବେ ନାହିଁ। ଅନ୍ୟ ଜଣେ ଲେଖିଛନ୍ତି, "ମୁଁ ଆଶ୍ଚର୍ଯ୍ୟ ଯେ ଆପଣ କିପରି ସବୁକିଛିରେ ଏତେ ସିଦ୍ଧ ଏବଂ ସୁନ୍ଦର ।"
ଏହା ମଧ୍ୟ ପଢନ୍ତୁ: ସାୟାମି ଖେରଙ୍କୁ ଚିଠି ଲେଖି ପ୍ରଶଂସା କଲେ ବିଗ ବି, ଫଟୋ ସେୟାର କରି ହୃଦୟସ୍ପର୍ଶୀ ନୋଟ୍ ଲେଖିଲେ ଅଭିନେତ୍ରୀ
ଅଲାୟାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଚଳଚ୍ଚିତ୍ର 'ଜୱାନୀ ଜାନେମନ' ସହିତ ଅଲାୟା ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସେ ସୈଫ ଅଲ୍ଲି ଖାନଙ୍କ ସହ ନଜର ଆସିଥିଲେ । ଏହା ପରେ ଅଭିନେତ୍ରୀ ପଛକୁ ଚାହିଁ ନଥିଲେ । ଅଲାୟା କାର୍ତ୍ତିକ ଆର୍ଯ୍ୟନଙ୍କ OTT ଚଳଚ୍ଚିତ୍ର 'ଫ୍ରେଡି' ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିତିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ଅଭିନୟରେ ସେ ସମାଲୋଚକ ତଥା ଦର୍ଶକଙ୍କୁ ମଧ୍ୟ ପ୍ରଭାବିତ କରିଥିଲେ । ଏହାପରେ ପ୍ୟାର୍ ୱିଥ୍ ଡିଜେ ମୋହବତରେ ନଜର ଆସିଥିଲେ । ସେ ଆଗାମୀ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ', 'ଶ୍ରୀ' ଏବଂ 'ଏକ ଔର ଗଜବ କାହାନୀ'ରେ ନଜର ଆସିବେ ।