ETV Bharat / entertainment

କାଲି ବିବାହ କରିବେ ଆମୀର ଖାନଙ୍କ ଝିଅ ଇରା ଖାନ

Ira Khan Wedding: ଜାନୁଆରୀ ୩ରେ ଆମୀର ଖାନଙ୍କ ଝିଅ ଇରା ଖାନଙ୍କ ପଡିବ ହାତଗଣ୍ଠି । ସେ ନିଜ ବୟଫ୍ରେଣ୍ଡ ନୁପୁର ଶିଖରେଙ୍କୁ ବିବାହ କରିବେ । ତେବେ ବିବାହ ପାଇଁ ଆମୀର ଖାନ ଏବଂ ପୂର୍ବତନ ପତ୍ନୀ ରୀନା ଦତ୍ତାଙ୍କ ଘର ସୁସଜ୍ଜିତ ହୋଇଛି । ବିବାହ ପ୍ରସ୍ତୁତିର ଅନେକ ଭିଡିଓ ଏବେ ସାମ୍ନାକୁ ଆସିଛି । ଦେଖନ୍ତୁ ଭିଡିଓ,

author img

By ETV Bharat Odisha Team

Published : Jan 2, 2024, 10:58 AM IST

ଆସନ୍ତାକାଲି ବିବାହ କରିବେ ଆମୀର ଖାନଙ୍କ ଝିଅ ଇରା ଖାନ

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଆମୀର ଖାନ ଏବଂ ରୀନା ଦତ୍ତାଙ୍କ ଝିଅ ଇରା ଖାନ ଆସନ୍ତାକାଲି (ଜାନୁଆରୀ ୩)ରେ ବିବାହ ବନ୍ଧନରେ ବାନ୍ଧି ହେବେ । ଦୀର୍ଘ ଦିନର ବୟଫ୍ରେଣ୍ଡ ନୁପୁର ଶିଖରେଙ୍କୁ ସାତ ଜନ୍ମର ସାଥୀ କରିବେ ଇରା । ରାତି ପାହିଲେ ବିବାହ ହେବାକୁ ଥିବାବେଳେ ଆମୀର ଖାନ ଏବଂ ପୂର୍ବତନ ପତ୍ନୀ ରୀନା ଦତ୍ତାଙ୍କ ଘର ଆଲୋକମାଳାରେ ସୁସଜ୍ଜିତ ହୋଇଛି । ଯାହାର ଅନେକ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି ।

ବିବାହ ପାଇଁ ଉଭୟ ଖାନ ଏବଂ ଶିଖରେ ପରିବାରରେ ସେଲିବ୍ରେସନର ମାହୋଲ ଦେଖିବାକୁ ମିଳିଛି । ଆମୀର ଖାନ, ରୀନା ଦତ୍ତା ଏବଂ ଶିଖରେଙ୍କ ବାସଭବନ ଆଲୋକମାଳାରେ ସଜ୍ଜିତ ହୋଇଥିବା ଦେଖିବାକୁ ମିଳିଛି । ଯାହାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୂଚନା ଥାଉକି, ଇରା ଖାନ ଏବଂ ନୁପୁର ଶିଖରେ ଦୁଇ ବର୍ଷ ଡେଟିଂ କରିବା ପରେ ଉଭୟ ନଭେମ୍ବର ୨୦୨୨ରେ ନିର୍ବନ୍ଧ କରିଥିଲେ । ନିର୍ବନ୍ଧ ସମାରୋହରେ ଅନେକ ବି-ଟାଉନ ତାରକା ଯୋଗ ଦେଇଥିଲେ । ପରେ ଉଭୟଙ୍କ ପରିବାରରେ ପ୍ରି-ୱେଡିଂ ସାମରୋହ ହୋଇଥିଲା । ଯାହାର ଅନେକ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଥିଲା । ଏପରିକି ଏହି ସମାରୋହରେ ଆମୀରଙ୍କ ପୂର୍ବ ପତ୍ନୀ କିରଣ ରାଓ ଏବଂ ଆଜାଦ ରାଓ ଖାନ ମଧ୍ୟ ସାମିଲ ହୋଇଥିଲେ ।

ନୁପୁର ଶିଖରଙ୍କ ବିଷୟରେ କହିବାକୁ ଗଲେ ସେ ବୃତ୍ତିରେ ଜଣେ ଫିଟନେସ୍ କୋଚ୍‌ ଅଟନ୍ତି । ଇରା ପୂର୍ବରୁ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ, ସେ ଫିଟନେସ୍ କୋଚ୍‌ ନୁପୁରଙ୍କୁ ଭେଟିଥିଲେ ଏବଂ ତାଙ୍କ ପ୍ରେମରେ ପଡିଯାଇଥିଲେ । 17 ବର୍ଷ ବୟସରେ ସେ ତାଙ୍କୁ ତାଲିମ ଦେବା ଆରମ୍ଭ କରିଥିଲେ । ପରେ ଦୁହିଁଙ୍କ ଭିତରେ ଧୀରେ ଧୀରେ ବନ୍ଧୁତା ଆରମ୍ଭ ହୋଇ ପରସ୍ପରକୁ ଡେଟିଂ କରିଥିଲେ । ଏକ ଖେଳ ଆୟୋଜନ ସମୟରେ ନୁପୁର ଇରାଙ୍କୁ ପ୍ରପୋଜ କରିଥିଲେ । ଯାହାପରେ ସେ ହଁ କରିବା ସହ ଉଭୟ ବିବାହ ପାଇଁ ମନସ୍ଥ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଭାବି ସ୍ବାମୀଙ୍କ ସହ ପ୍ରିଓ୍ବେଡିଂ ଫଟୋସୁଟ୍ କଲେ ଇରା; ଲେଖିଲେ ତୁମେ ମୋର Blue Sky

ସୂଚନା ଥାଉକି, ଇରା ଖାନ, ଆମୀର ଖାନ ଏବଂ ତାଙ୍କର ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ଝିଅ । ଜୁନୈଦ ଖାନ ରୀନା ଦତ୍ତାଙ୍କ ପୁଅ । ରୀନାଙ୍କଠାରୁ ଛାଡ଼ପତ୍ର ପରେ ଆମୀର କିରଣ ରାଓଙ୍କୁ ବିବାହ କରିଥିଲେ । 2005ରେ ଆମୀର ଏବଂ କିରଣଙ୍କ ଚଳଚ୍ଚିତ୍ର 'ଲଗାନ' ସେଟରେ ସାକ୍ଷାତ ହୋଇଥିଲା । ଦୁହିଁଙ୍କର ଏକ ପୁଅ ଆଜାଦ ରାଓ ଖାନ ଅଛନ୍ତି, ଯିଏ ଆଇଭିଏଫ ମାଧ୍ୟମରେ ଜନ୍ମ ହୋଇଥିଲେ । ଦୁଇ ବର୍ଷ ପୂର୍ବେ ଆମୀର କିରଣଙ୍କୁ ମଧ୍ୟ ଛାଡପତ୍ର ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.