ETV Bharat / entertainment

'ଦ କାଶ୍ମୀର ଫାଇଲ୍ସ'କୁ ନେଇ ନାସିରୁଦ୍ଦିନ ଶାହାଙ୍କ ଟିପ୍ପଣୀ: ଏମିତି ଜବାବ ଦେଲେ ବିବେକ ଅଗ୍ନିହୋତ୍ରୀ

author img

By ETV Bharat Odisha Team

Published : Sep 13, 2023, 4:44 PM IST

ନିକଟରେ ନାସିରୁଦ୍ଦିନ ଶାହା ଗଦର ୨ ଏବଂ ଦ କେରଳ ଷ୍ଟୋରୀ ସହ 'ଦ କାଶ୍ମୀର ଫାଇଲ୍ସ'କୁ ସମାଲୋଚନା କରିଥିଲେ । ଏପରିକି ଏହି ଫିଲ୍ମଗୁଡିକର ସଫଳତା ଉପରେ ମଧ୍ୟ ପ୍ରଶ୍ନ କରିଥିଲେ । ବର୍ତ୍ତମାନ ଅଭିନେତାଙ୍କ ମନ୍ତବ୍ୟକୁ ନେଇ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି । ଅଧିକ ପଢନ୍ତୁ,

'ଦ କାଶ୍ମୀର ଫାଇଲ୍ସ'କୁ ଖରାପ ଚଳଚ୍ଚିତ୍ର କହିଥିଲେ ନାସିରୁଦ୍ଦିନ ଶାହା, ଏମିତି ଜବାବ ଦେଲେ ବିବେକ ଅଗ୍ନିହୋତ୍ରୀ

ହାଇଦ୍ରାବାଦ: ହିନ୍ଦୀ ସିନେମାର ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହା କେବଳ ତାଙ୍କ ଚଳଚ୍ଚିତ୍ର ପାଇଁ ନୁହେଁ ବରଂ ତାଙ୍କ ବୟାନ ପାଇଁ ମଧ୍ୟ ଶିରୋନାମାରେ ରହିଛନ୍ତି । ନିକଟରେ ନାସିରୁଦ୍ଦିନ ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଗଦର-୨, ଦ କାଶ୍ମୀର ଫାଇଲ୍ସ ଏବଂ ଦ କେରଳ ଷ୍ଟୋରୀକୁ ନେଇ ପ୍ରତିକ୍ରିୟା ଦେଇଥିଲେ । ନାସିରୁଦ୍ଦିନ ଶାହା କହିଥିଲେ ଯେ ଏହି ବିଷୟବସ୍ତୁର ଚଳଚ୍ଚିତ୍ର ତାଙ୍କୁ ବ୍ୟଥିତ କରୁଛି । ଏପରି ଏହି ଫିଲ୍ମଗୁଡିକୁ ସେ ଖରାପ ଫିଲ୍ମ କହିବା ସହ ଏହାର ସଫଳତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ତେବେ ବର୍ତ୍ତମାନ ‘କାଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଅଭିନେତାଙ୍କ ଏଭଳି ମନ୍ତବ୍ୟ ନେଇ ବର୍ଷିଛନ୍ତି ।

ନିର୍ଦ୍ଦେଶକ କହିଛନ୍ତି, ନାସିରୁଦ୍ଦିନ ସର୍ବଦା ଏହିପରି ଚଳଚ୍ଚିତ୍ର ବିଷୟରେ ନକାରାତ୍ମକ ଚିନ୍ତା କରି ଆସୁଛନ୍ତି । ସେ ସେହି ଚଳଚ୍ଚିତ୍ରଗୁଡିକୁ ପସନ୍ଦ କରନ୍ତି ଯେଉଁଥିରେ ଭାରତର ଭାବମୂର୍ତ୍ତିକୁ ନକାରାତ୍ମକ ଢଙ୍ଗରେ ଦର୍ଶାଯାଇଥାଏ । କିଛି ଲୋକ ସେମାନଙ୍କ ଜୀବନରେ ଅତ୍ୟନ୍ତ ଦୁଃଖିତ ଅଟନ୍ତି । ସେଥିପାଇଁ ସେମାନଙ୍କ ଧ୍ୟାନ କେବଳ ନକରାତ୍ମକ ଜିନିଷ ଉପରେ ଥାଏ । ମୋତେ ଜଣା ନାହିଁ ନାସିରୁଦ୍ଦିନ ଭାଇଙ୍କୁ କଣ ପସନ୍ଦ । ମୁଁ ତାଙ୍କ ଅଭିନୟକୁ ପସନ୍ଦ କରେ ଏବଂ ମୁଁ ତାଙ୍କୁ ମୋର ଚଳଚ୍ଚିତ୍ର ଦ ତାସକନ୍ଦ ଫାଇଲ୍ସରେ କାଷ୍ଟ କରିଥିଲି, ବର୍ତ୍ତମାନ ତାଙ୍କର ଚିନ୍ତାଧାରା ଦେଖି ଲାଗୁଛି ସେ ବୃଦ୍ଧ ହୋଇଯାଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ମୋର ଅର୍ଥ, ସେ ନରସଂହାରକୁ ସମର୍ଥନ କରୁଥିବା ଚଳଚ୍ଚିତ୍ର କରି ଖୁସି । ବୋଧେ ହୁଏ ତାଙ୍କ ଧର୍ମ କିମ୍ବା ନିରାଶା କାରଣରୁ ସେ ସେହି ଫିଲ୍ମରେ କାମ କରିଛନ୍ତି ଯାହା ନରସଂହାରକୁ ସମର୍ଥନ କରୁଛି । ଯାହା ବି କାରଣ ହେଉ ବୋଧହୁଏ ସେ ଆତଙ୍କବାଦୀଙ୍କୁ ସମର୍ଥନ କରିବାକୁ ପସନ୍ଦ କରନ୍ତି । ମୋତେ ଖାତିର ନାହିଁ ନାସିର କଣ କରୁଛନ୍ତି । ମୁଁ ଭାବୁଛି ଆତଙ୍କବାଦୀଙ୍କ ପାଇଁ ମୋର ଶୂନ୍ୟ ସହନଶୀଳତା ଅଛି । ବୋଧହୁଏ ସେ ସେମାନଙ୍କୁ ଭଲ ପାଆନ୍ତି, ଏବଂ ମୁଁ ଏନେଇ ଖାତିର କରୁ ନାହିଁ ।"

ଏହା ମଧ୍ୟ ପଢନ୍ତୁ: ‘ପ୍ରକୃତ ଚଳଚ୍ଚିତ୍ର କେହି ଦେଖନ୍ତି ନାହିଁ’; ‘ଗଦର ୨’ ଏବଂ ‘କାଶ୍ମୀର ଫାଇଲ୍ସ’ର ସଫଳତାକୁ ନେଇ ଏମିତି କହିଲେ ନାସିରୁଦ୍ଦିନ

ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ନାସିରୁଦ୍ଦିନ ପରବର୍ତ୍ତୀ ସମୟରେ ବିଶାଲ ଭରଦ୍ୱାଜଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଚାର୍ଲି ଚୋପ୍ରାରେ ଅଭିନୟ କରିବେ । ତାଙ୍କ ପତ୍ନୀ ରତ୍ନା ପୃଥକ୍ ଶାହା ଏବଂ ସେମାନଙ୍କର ଦୁଇ ପୁଅ ଭିଭାନ୍ ଶାହା ଏବଂ ଇମାଦ୍ ଶାହା ମଧ୍ୟ ନାସିରୁଦ୍ଦିନଙ୍କ ସହ ସୋନି LIVରେ ଷ୍ଟ୍ରିମିଂ ହେବାକୁ ଥିବା ଏହି ଧାରାବାହିକରେ ନଜର ଆସିବେ । ସେପଟେ ବିବେକ ଅଗ୍ନିହୋତ୍ରୀଙ୍କ ଆଗାମୀ ଚଳଚ୍ଚିତ୍ର ଦ ଭ୍ୟାକ୍ସିନ୍ ୱାର ସହ ପୁଣି ଏକ ସତ କାହାଣୀକୁ ନେଇ ପରଦାକୁ ଫେରୁଛନ୍ତି । ଏହା ଭାରତର ପ୍ରଥମ ବାୟୋ-ସାଇନ୍ସ ଫିଲ୍ମ, ଯାହା ସେପ୍ଟେମ୍ବର 28ରେ ଏହି ଫିଲ୍ମ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.