ETV Bharat / entertainment

Box Office Collection: ତେଜସକୁ ପଛରେ ପକାଇଲା 12th ଫେଲ୍, ୬ଷ୍ଠ ଦିନରେ ଏତିକି କଲା କଲେକ୍ସନ - 12th Fail Vs Tejas Box Office Collection

୨୭ ଅକ୍ଟୋବରରେ ରିଲିଜ ହୋଇଥିଲା କଙ୍ଗନା ରାଣାୱତଙ୍କ ଫିଲ୍ମ ତେଜସ ଏବଂ ବିକ୍ରାନ୍ତ ମେସିଙ୍କ 12th ଫେଲ । ଉଭୟ ଫିଲ୍ମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ରିଲିଜ ୬ଷ୍ଠ ଦିନରେ ତେଜସକୁ ଫଛରେ ପକାଇଛି 12th ଫେଲ । ଅଧିକ ପଢ଼ନ୍ତୁ

ତେଜସକୁ ପଛରେ ପକାଇଲା 12th ଫେଲ୍, ୬ଷ୍ଠ ଦିନରେ ଏତିକି କଲା କଲେକ୍ସନ

author img

By ETV Bharat Odisha Team

Published : Nov 1, 2023, 12:24 PM IST

ହାଇଦ୍ରାବାଦ: ଏକାସାଙ୍ଗେ ରିଲିଜ ହୋଇଛି କଙ୍ଗନା ରାଣାୱତଙ୍କ ଫିଲ୍ମ ତେଜସ ଏବଂ ବିକ୍ରାନ୍ତ ମେସିଙ୍କ 12th ଫେଲ । ଉଭୟ ଫିଲ୍ମ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲିଥିବା ବେଳେ ବକ୍ସ ଅଫିସରେ ଚାଲୁନି କଙ୍ଗନା ରାଣାୱତଙ୍କ ଯାଦୁ । ଫିଲ୍ମର କଲେକ୍ସନ ଦିନକୁ ଦିନ କମିବାରେ ଲାଗିଛି । ସେପଟେ ଦର୍ଶକଙ୍କ ମନ ଜିତୁଛି 12th ଫେଲ । ଏପରିକି ଅନେକ ସେଲିବ୍ରିଟି ମଧ୍ୟ ଫିଲ୍ମକୁ ନେଇ ପ୍ରଂଶସା କରୁଛନ୍ତି । ଉଭୟ ଫିଲ୍ମ ରିଲିଜର ୬ଷ୍ଠ ଦିନରେ ପହଞ୍ଚିଛି । ତେଜସର ମୋଟ ଆୟ ୪.୩୫ କୋଟି ହୋଇଥିବା ବେଳେ 12th ଫେଲ ୧୨କୋଟି କଲେକ୍ସନ କରିସାରିଲାଣି ।

ବିଦ୍ୟା ବାଲାନଙ୍କ ପୋଷ୍ଟ
ବିଦ୍ୟା ବାଲାନଙ୍କ ପୋଷ୍ଟ

ଇଣ୍ଡଷ୍ଟ୍ରି ଟ୍ରାକର ସାକ୍‌ନିକ୍‌ଙ୍କ ଅନୁଯାୟୀ, କଙ୍ଗନା ରାଣାୱତଙ୍କ ଫିଲ୍ମ ତେଜସ ରିଲିଜର ୬ଷ୍ଠ ଦିନରେ ୦.୨୦ କୋଟି (ଆନୁମାନିକ) ଆୟ କରିଛି । ଫଳରେ ଫିଲ୍ମର ମୋଟ ଆୟ ୪.୩୫ କୋଟିକୁ ବୃଦ୍ଧି ପାଇଛି । ରିଲିଜ ପ୍ରଥମ ଦିନରୁ ବକ୍ସ ଅଫିସରେ ଜଲୱା ଦେଖାଇପାରିନି ତେଜସ । ପ୍ରଥମ ଦିନରେ ୧.୨୫କୋଟି ଓପନିଂ ସହ କରିଥିବା ବେଳେ ୨ୟ ଦିନରେ ୧.୩ କୋଟି, ୩ୟ ଦିନରେ ୧.୨ କୋଟି, ୪ର୍ଥ ଏବଂ ୫ମ ଦିନରେ ୦.୪ କୋଟି ଆୟ କରିପାରିଛି ।

ସେପଟେ 12th ଫେଲ ୬ଷ୍ଠ ଦିନରେ ୨ କୋଟି(ଆନୁମାନିକ) ଆୟ କରିଛି । ତେବେ ଫିଲ୍ମର ମୋଟ ଆୟ ୧୨କୋଟିରେ ପହଞ୍ଚିଛି । ପ୍ରଥମ ଦିନରୁ ଫିଲ୍ମ ଭଲ ପ୍ରଦର୍ଶନ କରୁଥିବା ବେଳେ କଙ୍ଗନାଙ୍କ ଫିଲ୍ମ ତେଜସକୁ ଫଛରେ ପକାଇଛି । ୧.୧୧ କୋଟି ସହ ଓପେନିଂ କରିଥିବା ବେଳେ ୨ୟ ଦିନରେ ଫିଲ୍ମ ୨.୫୧ କୋଟି, ୩ୟ ଦିନରେ ୩.୧୨ କୋଟି, ୪ର୍ଥ ଦିନ ଏବଂ ୫ମ ଦିନ ଯଥାକ୍ରମେ ୧.୫ ଏବଂ ୧.୭୬ କୋଟି ଆୟ କରିଛି । ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ସମେତ ଅନେକ ସେଲିବ୍ରିଟି ମଧ୍ୟ ପ୍ରଶଂସା କରିଛନ୍ତି । ବିଦ୍ୟା ବାଲାନ ଏବଂ ଅନୀଲ କପୁର ଫିଲ୍ମ ଦେଖିବା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇ ଫିଲ୍ମର ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ ଚାଲୁନି ତେଜସ୍ ଯାଦୁ, କଙ୍ଗନାଙ୍କୁ ଟପିଲା ବିକ୍ରାନ୍ତଙ୍କ ଫିଲ୍ମ ‘12th ଫେଲ୍’

ତେଜସ୍ ଭାରତୀୟ ବାୟୁସେନା(IAF) ପାଇଲଟ୍ ତେଜସ୍ ଗିଲଙ୍କ ଜୀବନ ଯାତ୍ରା ଉପରେ ନିର୍ମିତ ହୋଇଛି । ଏହି ଫିଲ୍ମରେ କଙ୍ଗନା ତେଜସ ଗିଲ୍‌ଙ୍କ ଭୂମିକାରେ ବାୟୁସେନା ପାଇଲଟ୍‌ ଅବତାରରେ ନଜର ଆସିଛନ୍ତି । ଏହି ଫିଲ୍ମ ଆରଏସ୍‌ଭିପି ଦ୍ୱାରା ପ୍ରସ୍ତୁତ କରାଯାଇଛି । ସର୍ଭେଶ ମେୱରାଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁଭାଲାଙ୍କ ଦ୍ୱାରା ନିର୍ମିତ । ସେପଟେ ‘12th ଫେଲ୍’ ଅନୁରାଗ ପାଠକଙ୍କ ଉପନ୍ୟାସ ଉପରେ ଆଧାରିତ । ଯେଉଁଥିରେ ଆଇପିଏସ୍‌ ଅଧିକାରୀ ମନୋଜ କୁମାର ଶର୍ମା ଏବଂ ଆଇଆରଏସ୍‌ ଅଧିକାରୀ ଶ୍ରଦ୍ଧା ଯୋଶୀଙ୍କ ଜୀବନ ଉପରେ ଆଧାରିତ । ଏହି ଫଲ୍ମରେ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.