ETV Bharat / entertainment

Jaane Jaan Screening: ହାତ ଧରାଧରି ହୋଇ ଏକାଠି ପହଞ୍ଚିଲେ ଲଭବାର୍ଡ ବିଜୟ-ତମନ୍ନା

author img

By ETV Bharat Odisha Team

Published : Sep 19, 2023, 12:21 PM IST

ନିକଟରେ କରୀନା କପୁର ଖାନ ଏବଂ ବିଜୟ ବର୍ମାଙ୍କ ଅଭିନୀତ ଫିଲ୍ମ ‘ଜାନେ ଜାନ’ର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା। ଅନେକ ବି-ଟାଉନ୍ ସେଲିବ୍ରିଟିମାନେ ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ହେଲେ ସମସ୍ତଙ୍କ ନଜର ଥିଲା ଲଭବାର୍ଡ ବିଜୟ ବର୍ମା ଏବଂ ତମନ୍ନା ଭାଟିଆଙ୍କ ଉପରେ । ଅଧିକ ପଢ଼ନ୍ତୁ

ବିଜୟ ବର୍ମା ତମନ୍ନା ଭାଟିଆ
ବିଜୟ ବର୍ମା ତମନ୍ନା ଭାଟିଆ

ହାଇଦ୍ରାବାଦ: ଚର୍ଚ୍ଚାରେ ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜାନେ ଜାନ' । ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ଦିନଠାରୁ ଲୋକମାନେ ଏହି ଫିଲ୍ମ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ବିଜୟ ବର୍ମା ପ୍ରଥମ ଥର ପାଇଁ କରୀନା କପୁର ଖାନଙ୍କ ସହ ନଜର ଆସିବେ । ସୋମବାର ରାତିରେ ଫିଲ୍ମର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା ।

‘ଜାନେ ଜାନ’ ସ୍କ୍ରିନିଂରେ ଯୋଗ ଦେଇଥିଲେ ଏହି ସେଲିବ୍ରିଟି

18 ସେପ୍ଟେମ୍ବର 2023 ରେ ଅନୁଷ୍ଠିତ 'ଜାନେ ଜାନ୍‌'ର ସ୍କ୍ରିନିଂରେ ବଲିଉଡ ସେଲିବ୍ରିଟିଙ୍କ ଭିଡ଼ ଜମିଥିଲା । ଅର୍ଜୁନ କପୁରଙ୍କଠାରୁ ଆରମ୍ଭ କରି ଇଶା ଗୁପ୍ତା, ନୋରା ଫତେହି ପର୍ଯ୍ୟନ୍ତ ତାରକାମାନେ ଦେଖିବାକୁ ମିଳିଥିଲେ। କଳା ପ୍ୟାଣ୍ଟ ଏବଂ ଡେନିମ୍ ସାର୍ଟ ସହିତ ଧଳା ସ୍ନେକର୍ସରେ ଅର୍ଜୁନ କପୁର କୁଲ୍‌ ଦେଖାଯାଉଥିଲେ । ଏହି କାର୍ଯ୍ୟକ୍ରମରେ ସୋଫି ଚୌଧୁରୀଙ୍କୁ ଧଳା ସାର୍ଟ ଏବଂ କଳା ପ୍ୟାଣ୍ଟରେ ଦେଖିବାକୁ ମିଳିଥିଲା ​​। ସେ ସିମ୍ପଲ ଏବଂ ସୋଭର ଦେଖାଯାଉଥିଲେ । ସୋଫିଙ୍କ ବ୍ୟତୀତ ଅନ୍ୟାନ୍ୟ ସେଲିବ୍ରିଟିମାନେ ଷ୍ଟାଇଲିସ୍ ଅନ୍ଦାଜରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ହାତ ଧରାଧରି ହୋଇ ସ୍କ୍ରିନିଂରେ ପହଞ୍ଚିିଲେ ବିଜୟ ଏବଂ ତମନ୍ନା

‘ଜାନେ ଜାନ’ର ପ୍ରିମିୟର୍ ଇଭେଣ୍ଟରେ ନୂଆ ନୂଆ ପ୍ରେମରେ ପଡିଥିବା ବିଜୟ ବର୍ମା ଏବଂ ତମନ୍ନା ଭାଟିଆ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉଭୟ ହାତ ଧରାଧରି ହୋଇ ସ୍କ୍ରିନିଂ ହାତରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ଦୁହେଁ ବହୁତ ସୁନ୍ଦର ଦେଖାଯାଉଥିଲେ । ବିଜୟ ଗୋଲ୍ଡେନ ରଙ୍ଗର ପ୍ୟାଣ୍ଟ ଏବଂ ବ୍ଲେଜର ସହିତ କଳା ସାର୍ଟରେ ଷ୍ଟାଇଲିସ୍ ଦେଖାଯାଉଥିଲେ । ଏହି ସମୟରେ, ନୀଳ ପୋଷାକରେ ତମନ୍ନା ଭାଟିଆଙ୍କ ଗ୍ଲାମର ଲୁକ୍‌ ସବୁଠୁ ହଟ୍‌କେ ଥିଲା । ତମନ୍ନା ହାଇ ହିଲ୍‌ ସାଙ୍ଗକୁ ନ୍ୟୁଡ ମେକଅପ୍‌ରେ ସୁନ୍ଦର ଦେଖାଯାଉଥିଲେ । ତେବେ ସ୍କ୍ରିନିଂରେ ଫିଲ୍ମର ପୁରା ଷ୍ଟାର କାଷ୍ଟ ଉପସ୍ଥିତ ଥିଲେ, କିନ୍ତୁ କରୀନା କପୁର ନଜର ଆସିନଥିଲେ ।

ଏହା ମଧ୍ୟ ପଢନ୍ତୁ: Jaane Jaan: କରୀନା କପୁରଙ୍କ ଓଟିଟି ଡେବ୍ୟୁ ସିରିଜର ଟାଇଟଲ୍ ଟ୍ରାକ୍ ରିଲିଜ, ନୂଆ ଭର୍ସନରେ ଆସିଲା 'ଜାନେ ଜାନ'

ଅର୍ଜୁନଙ୍କ ପାଦ ଛୁଇଁଲେ ସୁଜୟ ଘୋଷ

ପ୍ରିମିୟର୍ ଇଭେଣ୍ଟ୍‌ରୁ ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି । ଏହି କ୍ଲିପ୍‌ରେ 'ଜାନେ ଜାନ୍‌' ନିର୍ଦ୍ଦେଶକ ସୁଜୟ ଘୋଷ ଅଭିନେତା ଅର୍ଜୁନ କପୁରଙ୍କ ପାଦ ଛୁଇଁଥିବା ନଜର ଆସିଛନ୍ତି । ସୁଜୟ ତାଙ୍କ ପାଦ ଛୁଇଁବାକୁ ଗଲାବେଳେ ଅର୍ଜୁନ ତାଙ୍କୁ ଉଠାଇ ଆଲିଙ୍ଗନ କରିଥିଲେ । ଉଭୟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

କେବେ ରିଲିଜ୍‌ ହେବ ଜାନେ ଜାନ ?

କରୀନା କପୁର, ବିଜୟ ବର୍ମା ଏବଂ ଜୟଦୀପ ଅହଲବତଙ୍କ ଅଭିନୀତ ‘ଜାନେ ଜାନ’ ସେପ୍ଟେମ୍ବର 21ରେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.