ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର୍ ବିଜୟ ଦେବରକୋଣ୍ଡା । ନିକଟରେ ଫିଲ୍ମ 'ଲାଇଗର' ସହିତ ବଲିଉଡରେ ଏଣ୍ଟ୍ରି କରିଥିଲେ ବିଜୟ ଦେବରକୋଣ୍ଡା । ମାତ୍ର ଫିଲ୍ମ ଫ୍ଲପ୍ ହେବାରୁ ସେ ନିର୍ମାତାଙ୍କୁ ତାଙ୍କ ଫି ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଚଳଚ୍ଚିତ୍ରଟି 25 ଅଗଷ୍ଟରେ ସାରା ବିଶ୍ୱରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଦକ୍ଷିଣର ପ୍ରସିଦ୍ଧ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ । ଏହି ଚଳଚ୍ଚିତ୍ର କରଣ ଜୋହରଙ୍କ ଧର୍ମ ପ୍ରଡକ୍ସନରେ ନିର୍ମିତ ହୋଇଥିଲା ।
ଏହି ଫିଲ୍ମରେ ବିଜୟ ଜଣେ ବକ୍ସର ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ବିଜୟଙ୍କ ବିପକ୍ଷରେ ଥିଲେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଚଳଚ୍ଚିତ୍ରର ହାଇପ୍ରୋଫାଇଲ୍ ବଢାଇବାକୁ ବିଶ୍ୱ ଚମ୍ପିଆନ୍ ବକ୍ସର ମାଇକ୍ ଟାଇସନ୍ଙ୍କୁ ମଧ୍ୟ ଏକ ପ୍ରମୁଖ ଭୂମିକା ଦିଆଯାଇଥିଲା, ଏହା ସତ୍ତ୍ବେ ଫିଲ୍ମର ଯାଦୁ ପ୍ରଶଂସକଙ୍କ ଉପରେ କାମ କରିପାରିଲାନି ।
ଯଦି ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବକ୍ସ ଅଫିସରେ ଏତେଟା କମାଲ କରିପାରିଲାନି ଲାଇଗର । ଯାହାକୁ ଆଖି ଆଗରେ ରଖି ବିଜୟ ଦେବରକୋଣ୍ଡା ହୋଇଥିବା କ୍ଷତିର ଭରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଚଳଚ୍ଚିତ୍ର ପାଇଁ ବିଜୟଙ୍କୁ 6 କୋଟି ଟଙ୍କା ମିଳିଥିଲା । ଏହି ଚଳଚ୍ଚିତ୍ରର ନିର୍ମାତା ଥିଲେ କରଣ ଜୋହର ଏବଂ ଦକ୍ଷିଣ ଅଭିନେତ୍ରୀ ଚାର୍ମି କୌର। ‘ଲାଇଗର୍’ର ବଜେଟ୍ ପ୍ରାୟ ୧୦୦ କୋଟି ହେବ ବୋଲି କୁହାଯାଇଥିଲା। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୬୬.୮୯ କୋଟି କଲେକସନ୍ କରିଛି । ଏଥିସହିତ ନିର୍ମାତା ଫିଲ୍ମର ପ୍ରମୋସନ ପାଇଁ ବିପୁଳ ପରିମାଣର ଖର୍ଚ୍ଚ ମଧ୍ୟ କରିଥିଲେ ।
ବିଜୟ ଏବଂ ଅନନ୍ୟା ଅନେକ ସହରରେ ଏହି ଚଳଚ୍ଚିତ୍ରର ପ୍ରମୋଟ୍ କରିଥିଲେ । ତେବେ ପ୍ରେକ୍ଷାଳୟରେ ଭିଡ଼ ନହେବାର ଗୋଟିଏ କାରଣ ହେଉଛି ବିଜୟଙ୍କ ବୟାନ, ଯାହା ସେ ଫିଲ୍ମର ପ୍ରମୋସନ ସମୟରେ ଦେଇଥିଲେ । ବଲିଉଡ ବୟକଟ ଟ୍ରେଣ୍ଡ ମଧ୍ୟରେ ବିଜୟ ଦର୍ଶକଙ୍କୁ ନେଇ କହିଥିଲେ, ସେ ଦେଖିନେବେ...।
ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ବିଜୟ ଏବଂ ପୁରୀଙ୍କ ଯୋଡି ପରବର୍ତ୍ତୀ ଚଳଚ୍ଚିତ୍ର 'ଜନ ଗଣ ମନ' ପାଇଁ ମଧ୍ୟ ଫି ନେବେ ନାହିଁ । ବିଜୟ ଟଲିଉଡରେ ବଡ ସଫଳତା ହାସଲ କରିବା ପରେ 'ଲାଇଗର୍' ସହିତ ବଲିଉଡରେ ଏକ ବଡ଼ ବ୍ରେକ୍ ପାଇଥିଲେ ।