ETV Bharat / entertainment

ଯୌନ ନିର୍ଯାତନା ମାମଲା: ବିଜୟ ବାବୁଙ୍କୁ ଅଗ୍ରିମ ଜାମିନ ପ୍ରଦାନ କଲେ କେରଳ ହାଇକୋର୍ଟ

author img

By

Published : Jun 22, 2022, 7:20 PM IST

ମାଲାୟାଲମ ଅଭିନେତା-ନିର୍ମାତା ବିଜୟ ବାବୁଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଯୌନ ନିର୍ଯାତନା ମାମଲାରେ କେରଳ ହାଇକୋର୍ଟ ପୁଣି ଥରେ ଅଗ୍ରିମ ଜାମିନ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ବିଜୟ ବାବୁଙ୍କୁ ଅଗ୍ରିମ ଜାମିନ ପ୍ରଦାନ କଲେ କେରଳ ହାଇକୋର୍ଟ

ହାଇଦ୍ରାବାଦ: ମାଲାୟାଲମ ଅଭିନେତା-ନିର୍ମାତା ବିଜୟ ବାବୁଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଯୌନ ନିର୍ଯାତନା ମାମଲାରେ କେରଳ ହାଇକୋର୍ଟ ପୁଣି ଥରେ ଅଗ୍ରିମ ଜାମିନ ପ୍ରଦାନ କରିଛନ୍ତି । ଉଲ୍ଲେଖନୀୟ ଯେ, 2022 ଏପ୍ରିଲ 22 ରେ ଜଣେ ଅଭିନେତ୍ରୀ ଅଭିନେତା ବିଜୟ ବାବୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାପରେ ବିଜୟଙ୍କ ବିରୋଧରେ ଦୁଷ୍କର୍ମ ଓ ଶାରୀରିକ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା।

ଦେଶ ଛାଡି ପଳାଇଥିଲେ ବିଜୟ ବାବୁ

ଉଲ୍ଲେଖନୀୟ କଥା ହେଉଛି, ସୋସିଆଲ ମିଡିଆରେ ଅଭିଯୋଗକାରୀଙ୍କ ପରିଚୟ ଓ ନାମ ପ୍ରକାଶ କରିବାକୁ ନେଇ ପୋଲିସ ବିଜୟ ବାବୁଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଥିଲା। କୋଚ୍ଚି ନଗର ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ବିଜୟ ବାବୁ ଗିରଫଦାରୀ ଭୟରେ ଦେଶ ଛାଡି ପଳାଇଥିଲେ। ଏହା ପରେ ହାଇକୋର୍ଟଙ୍କ ଗିରଫଦାରୀରୁ ସୁରକ୍ଷା ପାଇବା ପରେ ସେ ମେ ମାସର ଶେଷ ସପ୍ତାହରେ କୋଚ୍ଚି ଫେରିଥିଲେ।

ବିଜୟ ବାବୁଙ୍କ ଯୁକ୍ତି

ଯେତେବେଳେ ବିଜୟ ବାବୁଙ୍କୁ ପଚରାଉଚରା ପାଇଁ ପୋଲିସ ସମ୍ମୁଖରେ ହାଜର କରାଯାଇଥିଲା, ସେତେବେଳେ ସେ କହିଥିଲେ ଯେ, ସେମାନଙ୍କ ସମ୍ପର୍କ ଅଭିନେତ୍ରୀଙ୍କ ସହମତି ଉପରେ ଆଧାରିତ ଥିଲା। ବିଜୟ ବାବୁ ଅଭିଯୋଗ କରିଛନ୍ତି ଯେ, ଅଭିନେତ୍ରୀ ତାଙ୍କ ଚଳଚ୍ଚିତ୍ରରେ ଭୂମିକା ନପାଇବାରୁ ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ଏହାପୂର୍ବରୁ ଜାମିନ ଆବେଦନ କରିବାକୁ ବିଜୟ ବାବୁ ସୋସିଆଲ ମିଡିଆ ଚାଟ୍‌ର ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।

ସୂଚନା ମୁତାବକ, ସିନେମାରେ କାମ ଦେବାକୁ କହି ବିଜୟ ବାବୁ ଅସଦାଚରଣ କରିଥିବା ଅଭିଯୋଗ ଆଣିଥିଲେ ଜଣେ ଅଭିନେତ୍ରୀ। ପୀଡ଼ିତା ମହିଳା ଜଣକ ଏପ୍ରିଲ ୨୨ ତାରିଖରେ ବିଜୟଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ଏମିତିକି ବିଜୟ ତାଙ୍କର ନଗ୍ନ ଭିଡିଓ ରେକର୍ଡିଂ କରି ତାଙ୍କୁ ବାରମ୍ବାର ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରୁଥିଲେ। ନହେଲେ ଭିଡିଓ ଭାଇରାଲ୍ କରିବାକୁ ଧମକାଉଥିଲେ ବୋଲି ଅଭିନେତ୍ରୀ ଅଭିଯୋଗ ଆଣିଥିଲେ। ଏହାପରେ ବିଜୟଙ୍କ ବିରୋଧରେ ଦୁଷ୍କର୍ମ ଓ ଶାରୀରିକ ନିର୍ଯାତନା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଏପଟେ ବିଜୟ ବାବୁ ଅଭିଯୋଗକୁ ଖଣ୍ଡନ କରିବା ସହିତ ଅଭିଯୋଗକାରିଣୀ ମିଛ କହୁଛନ୍ତି। ଉକ୍ତ ମହିଳାଙ୍କ ବିରୋଧରେ ସେ ମଧ୍ୟ ଆଇନ୍‌ର ଲଢ଼େଇ ଲଢ଼ିବେ ବୋଲି ବିଜୟ ବାବୁ କହିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.