ETV Bharat / entertainment

ମା' ହେଲେ କି ବିଦ୍ୟା ବାଲାନ ? ମୁହଁ ଖୋଲିଲେ ଅଭିନେତ୍ରୀ

ନିକଟରେ ଜଣେ ଝିଅ ସହ ବିଦ୍ୟା ବାଲାନ ନଜର ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେ ବିଦ୍ୟାଙ୍କ ଝିଅ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏନେଇ ବିଦ୍ୟା ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 9, 2023, 7:31 PM IST

ମା' ହେଲେ କି ବିଦ୍ୟା ବାଲାନ? ରୁମର୍ ମଧ୍ୟରେ ମୁହଁ ଖୋଲିଲେ ଅଭିନେତ୍ରୀ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ତାଙ୍କୁ ବିମାନବନ୍ଦରରେ ଜଣେ ୧୦-୧୨ ବର୍ଷର ଝିଅଙ୍କ ସହ ଦେଖିବାକୁ ମିଳିଛି । ଏହି ଭିଡିଓ ଭାଇରାଲ ହେବା ମାତ୍ରେ ସେ ବିଦ୍ୟାଙ୍କ ଝିଅ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏହି ରୁମର୍ ଖବର ମଧ୍ୟରେ ବର୍ତ୍ତମାନ ବିଦ୍ୟା ଏନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଏକ ପାପାରାଜିଙ୍କ ଆକାଉଣ୍ଟରେ ସେୟାର ହୋଇଥିବା ଏକ ଭିଡିଓରେ ବିଦ୍ୟା ବାଲାନଙ୍କୁ ଜଣେ ଝିଅଙ୍କ ସହ ଦେଖିବାକୁ ମିଳିଥିଲା । ଏବଂ ଭିଡିଓର କ୍ୟାପସନରେ ବିଦ୍ୟା ନିଜ କ୍ୟୁଟ ଝିଅ ସହ ବୋଲି ଲେଖାଥିଲା । ଯାହା ପରେ ନେଟିଜେନ୍ସମାନେ ପ୍ରତିକ୍ରିୟା ଦେବା ସହ ତାଙ୍କର ସିକ୍ରେଟ ଝିଅଙ୍କ ବିଷୟରେ ଜାଣିବାକୁ ଉତ୍ସାହିତ ଥିଲେ । ଏହି ରୁମର ଖବର ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀ ଏନେଇ ଖୁଲାସା କରିଛନ୍ତି ।

ବିଦ୍ୟା ବାଲାନ ଏକ ସାକ୍ଷାତକାରରେ ସିକ୍ରେଟ ଝିଅଙ୍କ ରୁମର ଖବରକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି, ସେ ମୋର ଝିଅ ନୁହଁ ବରଂ ସେ ମୋ ଭଉଣୀଙ୍କ ଝିଅ । ତାଙ୍କର ଜାଆଁଳା ସନ୍ତାନ ଅଛନ୍ତି । ଗୋଟିଏ ପୁଅ ରୁହାନ ଏବଂ ଇରା । ବିଦ୍ୟା ସେମାନଙ୍କୁ ତାଙ୍କର "ଟ୍ବିନ୍ ଲାଇଫ୍ ଲାଇନ୍" ବୋଲି କୁହନ୍ତି ଏବଂ ସେମାନଙ୍କୁ ମାଆ ଭଳି ଭଲପାଇବା ଦିଅନ୍ତି । ସୂଚନା ଥାଉ କି, ବିଦ୍ୟା ବାଲନ ଫିଲ୍ମ ନିର୍ମାତା ସିର୍ଦ୍ଦାର୍ଥ ରୟ କପୁରଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତିଙ୍କ ବିବାହକୁ ୧୧ ବର୍ଷ ବିତିଥିଲେ ସୁଦ୍ଧା ଅଭିନେତ୍ରୀ ବର୍ତ୍ତମାନ ଯାଏଁ ମା' ହୋଇନାହାନ୍ତି ।

ଏହା ମଧ୍ୟ ପଢନ୍ତୁ: ଆସୁଛି ବିଦ୍ୟାଙ୍କ ROM-COM ଫିଲ୍ମ, ଅଛନ୍ତି ଏହି କଳାକାର..

ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ବିଦ୍ୟା ବାଲାନ 2005 ହିଟ୍ ଫିଲ୍ମ ପରିଣୀତା ସହ ବଲିଉଡରେ ଡେବ୍ୟୁ କରିଥିଲେ । ସେବେଠାରୁ ସେ ନିଜ କ୍ୟାରିୟରରେ କ୍ରମାଗତ ଭାବରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିତିଥିଲେ । ଏହି ଅଭିନେତାଙ୍କୁ ଶେଷ ଥର ପାଇଁ ଅନୁ ମେନନଙ୍କ 'ନିୟତ'ରେ ସିବିଆଇ ଅଫିସରଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ତାଙ୍କୁ ଶିର୍ଶା ଗୁହା ଠାକୁରତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଲଭର୍ସ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ସେ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍ ଏବଂ ପ୍ରତୀକ ଗାନ୍ଧୀଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: 'ତାରେ ଜମିନ ପର୍'ରୁ ରାତାରାତି ଷ୍ଟାର ବନିଥିଲେ ଦର୍ଶିଲ ସଫାରୀ, ବଖାଣିଲେ ଅମୀରଙ୍କ ଭୂମିକା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.