ETV Bharat / entertainment

'ସାମ ବାହାଦୂର' ସ୍ପେଶାଲ ସ୍କ୍ରିନିଂ: ବିକିଙ୍କୁ ସମର୍ଥନ କରିବାକୁ ପହଞ୍ଚିଲେ ପତ୍ନୀ କ୍ୟାଟ୍ରିନା

author img

By ETV Bharat Odisha Team

Published : Nov 30, 2023, 10:53 AM IST

Sam Bahadur Screening: ସାମ୍ ବାହାଦୂର ରିଲିଜ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି । ଏହାରି ମଧ୍ୟରେ ଫିଲ୍ମକୁ ନେଇ ଜୋରଦାର ପ୍ରମୋସନ କରୁଛନ୍ତି ବିକି କୌଶଲ । ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ଆୟୋଜିତ ହୋଇଥିଲା । ଯେଉଁଥିରେ କ୍ୟାଟ୍ରିନା କୈଫ୍‌ଙ୍କଠାରୁ ଆରମ୍ଭ କରି ଅନେକ ତାରକା ସାମିଲ ହୋଇଥିଲେ । ଅଧିକ ପଢ଼ନ୍ତୁ

'ସାମ ବାହାଦୂର' ର ସ୍ପେଶାଲ ସ୍କ୍ରିନିଂ, ବିକିଙ୍କୁ ସମର୍ଥନ କରିବାକୁ ପହଞ୍ଚିଲେ ପତ୍ନୀ କ୍ୟାଟ୍ରିନା

ହାଇଦ୍ରାବାଦ: ବଲିଉଡ ଅଭିନେତା ବିକି କୌଶଲଙ୍କ ଫିଲ୍ମ 'ସାମ ବାହାଦୂର' ରିଲିଜ ପାଇଁ ପ୍ରସ୍ତୁତ । ଆଉ ମାତ୍ର ଗୋଟିଏ ଦିନ ପରେ ପରଦାକୁ ଆସିବ ଫିଲ୍ମ । ଏହାରି ମଧ୍ୟରେ ବୁଧବାର ଦିନ ସାମ ବାହାଦୂରର ସ୍ପେଶାଲ ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ କ୍ୟାଟ୍ରିନା କୈଫ ତାଙ୍କ ସ୍ୱାମୀଙ୍କୁ ସମର୍ଥନ କରିବାକୁ ପହଞ୍ଚିଥିଲେ । ଏହି ଦମ୍ପତିଙ୍କ ଏଣ୍ଟ୍ରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏଥିସହ ଏହି କାର୍ଯ୍ୟକ୍ରମରେ ଅଭିନେତାଙ୍କ ବାପା ମା' ଏବଂ ଅନେକ ବଲିଉଡ ସେଲିବ୍ରିଟି ଏଥିରେ ସାମିଲ ହୋଇଥିଲେ । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ମୁମ୍ବାଇରେ ଆୟୋଜିତ ସାମ ବାହାଦୂରଙ୍କ ସ୍ପେଶାଲ ସ୍କ୍ରିନିଂରେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ହାତ ଧରି ସେଠାରେ ପହଞ୍ଚିଥିଲେ । ଇଭେଣ୍ଟ ପାଇଁ ଉଭୟ ବ୍ଲାକ ଲୁକ୍‌ରେ ନଜର ଆସିଥିଲେ । ବିକିଙ୍କୁ କଳା ଟ୍ରାଉଜର, ସାର୍ଟ୍‌ ଏବଂ ଜ୍ୟାକେଟରେ ଦେଖିବାକୁ ମିଳିଥିବା ବେଳେ କ୍ୟାଟ୍ରିନାଙ୍କୁ ଏକ ବ୍ଲାକ୍‌ ଆଉଟଫିଟ୍‌ରେ ଗର୍ଜିୟସ ଲୁକ୍‌ରେ ଦେଖିବାକୁ ମିଳିଥିଲା । ଏହି ସମୟରେ ବିକି କୌଶଲଙ୍କ ବାପା ଶ୍ୟାନ କୌଶଲ, ମାତା ବୀଣା କୌଶଲ ଏବଂ ଭାଇ ସନ୍ନି କୌଶଲ ମଧ୍ୟ ଯୋଗ ଦେଇଥିଲେ । ଅଭିନେତା ସ୍କ୍ରିନିଂ ସମୟରେ ତାଙ୍କ ପିତାମାତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ।

ଏଥିସହ ବଲିଉଡ୍‌ ତାରକାଙ୍କ ମଧ୍ୟରେ ଅଭିନେତ୍ରୀ ବିଦ୍ୟା ବାଲାନ ତାଙ୍କ ସ୍ବାମୀ ସିଦ୍ଧାର୍ଥ ରୟ କପୁରଙ୍କ ସହ ସାମିଲ ହୋଇଥିଲେ । ନିର୍ମାତା କରଣ ଜୋହର, ରାଧିକା ମଦାନ ଏବଂ ଭଣଜା ଅଗସ୍ତ୍ୟା ନନ୍ଦାଙ୍କ ସହ ଅଭିଷେକ ବଚ୍ଚନ, ଅଭିନେତ୍ରୀ ଅନନ୍ୟା ପାଣ୍ଡେ, ଶେହନାଜ ଗିଲ ସମେତ ଅନେକ ବି-ଟାଉନ ସେଲିବ୍ରିଟି ସାମିଲ ହୋଇଥିଲେ । ଏହି ଇଭେଣ୍ଟର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ଏହା ମଧ୍ୟ ପଢନ୍ତୁ: ରିଲିଜ ପୂର୍ବରୁ 'ଆନିମଲ'ର ରେକର୍ଡ, ସାମ ବାହାଦୂର କଲା ଏତିକି ଆୟ

'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ୍‌ ମାନିକଶାହଙ୍କ ଜୀବନ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ବିକି ସାମ ମାନିକଶାହଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିବ । ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ଭାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.