ହାଇଦ୍ରାବାଦ: ବଲିଉଡ ଷ୍ଟାର ଦମ୍ପତି ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଚଳିତ ବର୍ଷ ସେମାନଙ୍କର ପ୍ରଥମ କରଓ୍ବାଚୌଥ ପର୍ବକୁ ଧୁମ୍ଧାମରେ ପାଳନ କରିଥିଲେ । ଏହି ଦମ୍ପତିଙ୍କ କରଓ୍ବାଚୌଥର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ଏବଂ ପ୍ରଶଂସକମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ କ୍ୟାଟ୍ରିନା କୈଫ ଖୁଲାସା କରିଛନ୍ତି କି, ତାଙ୍କ ସ୍ୱାମୀ ଭିକି କୌଶଲ ମଧ୍ୟ ତାଙ୍କ ପାଇଁ କରଓ୍ବାଚୌଥ ଉପବାସ ରଖିଥିଲେ।
- " class="align-text-top noRightClick twitterSection" data="
">
କ୍ୟାଟ୍ରିନା କୈଫ କହିଛନ୍ତି ଯେ, ‘‘ଏହା ହେଉଛି ତାଙ୍କର ପ୍ରଥମ କରଓ୍ବାଚୌଥ, ଯାହାର ଅନୁଭବ ତାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା ।’’ କ୍ୟାଟ୍ରିନା ଆହୁରି କହିଛନ୍ତି, 'ଆରମ୍ଭରୁ ହିଁ ଭାରତୀୟ ସଂସ୍କୃତି ମୋତେ ତା'ଆଡକୁ ଆକର୍ଷିତ କରିଛି, ଯଦି ମୁଁ କରଓ୍ବାଚୌଥ ବିଷୟରେ କହିବି, ମୁଁ ଜାଣି ନ ଥିଲି ଯେ ମୁଁ ଭୋକରେ ରହିପାରିବି କି ନାହିଁ । ଭୋକିଲା ରହିବା ମୋ ପାଇଁ ବହୁତ କଷ୍ଟସାଧ୍ୟ ଥିଲା । ମୁଁ ପ୍ରକୃତରେ ବହୁତ ଭୋକିଲା ଅନୁଭବ କରୁଥିଲି '।
ଭିକି କୌଶଲ ଦେଇଥିଲେ ପତ୍ନୀଙ୍କ ସାଥ୍
କରଓ୍ବାଚୌଥଙ୍କ ଉପବାସ କ୍ୟାଟ୍ରିନାଙ୍କ ପାଇଁ ଭାରି ପଡିଥାଇପାରେ, କିନ୍ତୁ ସେ ଏହା ଜାଣି ନଥିଲେ କି, ଭିକି ମଧ୍ୟ ତାଙ୍କ ପାଇଁ ଦିନସାରା ଭୋକରେ ଥିଲେ । ଏହାକୁ ନେଇ କ୍ୟାଟ୍ରିନା କହିଛନ୍ତି ଯେ, ମୋ ପାଇଁ ଖାସ୍ କଥା ହେଉଛି ଭିକି ମୋ ପାଇଁ ଉପବାସ ରଖିଥିଲେ । ମାତ୍ର ମୁଁ ଭିକିଙ୍କୁ କହିଥିଲି କି ସେ ଏକୁଟିଆ ଉପବାସ କରିବେ, କିନ୍ତୁ ସେ ରାଜି ହୋଇନଥିଲେ, ଏହା ମୋ ପାଇଁ ବହୁତ ସମ୍ମାନ ଏବଂ ପ୍ରେମର ବିଷୟ । ତେଣୁ ପ୍ରଥମ କରଓ୍ବାଚୌଥର ଅନୁଭୂତି ମୋ ପାଇଁ ଖାସ୍ ଥିଲା ।
ଭିକି-କ୍ୟାଟ୍ରିନାଙ୍କ ୱାର୍କଫ୍ରଣ୍ଟ
ୱାର୍କ ଫ୍ରଣ୍ଟ ବିଷୟରେ କହିବା ତ, କ୍ୟାଟ୍ରିନା ଫିଲ୍ମ 'ଫୋନ୍ ଭୂତ', ସଲମାନ ଖାନଙ୍କ ସହ 'ଟାଇଗର' 'ଏବଂ ବିଜୟ ସେଥୁପତିଙ୍କ ସହ' ମେରୀ ଖ୍ରୀଷ୍ଟମାସ'ରେ ନଜର ଆସିବେ । କ୍ୟାଟ୍ରିନା ଫିଲ୍ମ 'ଜି ଲେ ଜାରା'ରେ ମଧ୍ୟ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ତାଙ୍କ ସହ ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟ ପ୍ରମୁଖ ଭୂମିକାରେ ନଜର ଆସିବେ । ଏଥି ସହିତ ଭିକି କୌଶଲ ଦୁଇଟି ପ୍ରୋଜେକ୍ଟ 'ସାମ୍ ବାହାଦୂର' ଏବଂ 'ଗୋବିନ୍ଦା ନାମ ମେରା' ସହିତ ଜଡିତ ଅଛନ୍ତି।