ETV Bharat / entertainment

ୱାଘା ବର୍ଡରେ ଲଞ୍ଚ ହେବ 'ଅପରେସନ୍ ଭାଲେଣ୍ଟାଇନ'ର ଗୀତ 'ବନ୍ଦେ ମାତରମ୍' - ଅପରେସନ୍ ଭାଲେଣ୍ଟାଇନ

Vande Mataram to be launched at wagah border: ଅଭିନେତା ବରୁଣ ତେଜଙ୍କ ଫିଲ୍ମ ଅପରେସନ୍ ଭାଲେଣ୍ଟାଇନ ର ଗୀତ 'ବନ୍ଦେ ମାତରମ୍' ଓ୍ବାଘା ବର୍ଡରେ କରାଯିବ ଲଞ୍ଚ । ଅଧିକ ପଢନ୍ତୁ

Vande Mataram to be launched at wagah border
ଓ୍ବାଘା ବର୍ଡରେ ଲଞ୍ଚ ହେବ ବନ୍ଦେ ମାତରମ୍
author img

By ETV Bharat Odisha Team

Published : Jan 14, 2024, 12:42 PM IST

ମୁମ୍ବାଇ: ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ' ଅପରେସନ୍ ଭାଲେଣ୍ଟାଇନ' ପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ଆସନ୍ତା ଫେବୃଆରୀରେ ରିଲିଜ ହେବ । ଏହି ଫିଲ୍ମରେ ସାଉଥ୍‌ ସୁପରଷ୍ଟାର ବରୁଣ ତେଜ ଓ ବଲିଉଡ୍‌ ସୁନ୍ଦରୀ ମାନୁଷୀ ଚିଲ୍ଲାରଙ୍କୁ ଦେଖିବାକୁ ମିଳିବ । ଏହାରି ମଧ୍ୟରେ ଫିଲ୍ମକୁ ନେଇ ଏକ ବଡ କଥା ସାମ୍ନାକୁ ଆସିଛି । ଅଭିନେତା ବରୁଣ ତେଜଙ୍କ ଫିଲ୍ମ ଅପରେସନ୍ ଭାଲେଣ୍ଟାଇନ ର ଗୀତ 'ବନ୍ଦେ ମାତରମ୍' ଓ୍ବାଘାରେ ଲଞ୍ଚ କରାଯିବ । 'ଅପରେସନ୍ ଭାଲେଣ୍ଟାଇନ୍' ଟିମ୍ ଅମୃତସରର ପ୍ରତିଷ୍ଠିତ ଓ୍ବାଘା ବର୍ଡରରେ 'ବନ୍ଦେ ମାତରାମ' ଗୀତକୁ ଲଞ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି । ୱାଘା ବର୍ଡର ପରେଡ ସମୟରେ ଟିମ୍ ବନ୍ଦେ ମାତାରାମ୍ ଲଞ୍ଚ ହେବ।

ଗଣତନ୍ତ୍ର ଦିବସ ସପ୍ତାହରେ ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବା ନେଇ ପ୍ରସ୍ତୁତ ଅଛି । ଯାହାର ଦର୍ଶକମାନେ ଏକ ଝଲକ ଦେଖିବାକୁ ପାଇବେ । ଏହି ଫିଲ୍ମରେ ବରୁଣ ତେଜଙ୍କ ସହ ମାନୁଷୀ ଚିଲ୍ଲାରର ମୁଖ୍ୟ ଭୂମିକାରେ ଅଛନ୍ତି । ଭାରତୀୟ ବାୟୁସେନାର ପୃଷ୍ଠଭୂମି ଉପରେ ଆଧାରିତ ଏହି ଆକ୍ସନ୍-ଥ୍ରୀଲର ଫିଲ୍ମ ଫେବୃଆରୀ 16 ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି । ତେବେ ବରୁଣ ତେଜ ଏବଂ ମାନୁଷୀ ଚିଲ୍ଲାର ୱାଘା ବର୍ଡର ଯାଇ ପରେଡରେ ଅଂଶଗ୍ରହଣ କରିବା ସହ ଗୀତଟିକୁ ଲଞ୍ଚ କରିବେ।

ପ୍ରକାଶ ଥାଉକି, ୱାଘା ବର୍ଡରରେ ପ୍ରଥମ ଥର ପାଇଁ ଏକ ଫିଚର ଫିଲ୍ମର ଗୀତ ଲଞ୍ଚ କରାଯାଉଛି । ଏହି ଗୀତକୁ ମିକି ଜେ ମେୟର ମ୍ୟୁଜିକ ଦେଇଛନ୍ତି ଏବଂ ସଂଗୀତକାର ସୁଖବିନ୍ଦର ସିଂ ହିନ୍ଦୀ ସଂସ୍କରଣ ରଚନା କରିଛନ୍ତି । ସେହିପରି ଗୀତର ତେଲୁଗୁ ସଂସ୍କରଣ ଅନୁରାଗ କୁଲକର୍ଣ୍ଣି ଗାଇଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଶକ୍ତି ପ୍ରତାପ ସିଂ ଗଡା ଦେଇଛନ୍ତି । ଦେଶଭକ୍ତି ପରିପୂର୍ଣ୍ଣ ଏହି ଚଳଚ୍ଚିତ୍ରର କାହାଣୀ ବାୟୁସେନା ହିରୋଜଙ୍କ ଅଦମ୍ୟ ସାହସ ଏବଂ ଦେଶପ୍ରେମକୁ ଏହି ଫିଲ୍ମରେ ପ୍ରକାଶ କରାଯାଇଛି । ଦେଶଭକ୍ତି ପାଇଁ ସେନାମାନଙ୍କୁ ଯେଉଁସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ତାହା ଏହି ଚଳଚ୍ଚିତ୍ରରେ ଚମତ୍କାର ଭାବରେ ବର୍ଣ୍ଣନା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଆକ୍ସନ୍ ଥ୍ରୀଲର ଫିଲ୍ମ 'ଅପରେସନ୍ ଭାଲେଣ୍ଟାଇନ୍'ର ଆସିଲା ଟିଜର୍, ଏହି ଦିନ ହେବ ରିଲିଜ

ଚଳଚ୍ଚିତ୍ରର କାହାଣୀ ପ୍ରକୃତ ଘଟଣା ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ବରୁଣ ତେଜଙ୍କ ଭୂମିକାର ନାମ ଅର୍ଜୁନ ଦେବ ଯିଏ ଜଣେ ପାଇଲଟ ଏବଂ ମାନୁଷୀ ଚିଲ୍ଲାର ରାଡାର ଅଧିକାରୀ ଭୂମିକାରେ ନଜର ଆସିବେ। ଏହାରି ମଧ୍ୟରେ ବରୁଣ ତେଜଙ୍କ ଓ୍ବାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ ଅଭିନେତା 'ମଟକା' ଫିଲ୍ମରେ ମଧ୍ୟ ନଜର ଆସିବେ । ସେହିପରି ମାନୁଷୀ ଆକ୍ସନ୍ ଫିଲ୍ମ 'ତେହେରାନ'ରେ ନଜର ଆସିବେ । ଏହି ଅଭିନେତ୍ରୀଙ୍କ ସହ ଆକ୍ସନ୍ ଷ୍ଟାର୍ ଜୋ ଆବ୍ରାହମ୍ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.