ETV Bharat / entertainment

Rajnath Singh To Meet Prabhas: କ୍ରିଷ୍ଣମ୍‌ ରାଜୁଙ୍କ ପରିବାର ସଦସ୍ୟକୁ ଭେଟିବେ ପ୍ରତିରକ୍ଷା ମନ୍ତ୍ରୀ

author img

By

Published : Sep 15, 2022, 6:46 PM IST

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କ୍ରିଷ୍ଣମ୍‌ ରାଜୁ (Veteran actor and former union minister Krishnam Raju) ଙ୍କ ପରିବାର ସଦସ୍ୟକୁ ଭେଟିବେ । ଅଧିକ ପଢନ୍ତୁ

କ୍ରିଷ୍ଣମ୍‌ ରାଜୁଙ୍କ ପରିବାର ସଦସ୍ୟକୁ ଭେଟିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ହାଇଦ୍ରାବାଦ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ରିଷ୍ଣମ୍‌ ରାଜୁ (Veteran actor and former union minister Krishnam Raju) ଙ୍କ ପରିବାର ସଦସ୍ୟକୁ ଭେଟିବେ । ଆସନ୍ତାକାଲି (ସେପ୍ଟେମ୍ବର 16) କ୍ରିଷ୍ଣମ୍‌ ରାଜୁଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ମଧ୍ୟ ଯୋଗଦେବେ ।

ଅଭିନେତା ପ୍ରଭାସଙ୍କ ବଡ଼ ବାପା ଥିଲେ କ୍ରିଷ୍ଣମ୍‌ ରାଜୁ । ବୁଧବାର ବିଜେପି ସୂତ୍ରରୁ ପ୍ରକାଶ ଯେ, ରାଜନାଥ ସିଂ ରାଜୁଙ୍କ ପରିବାରକୁ ଭେଟିବା ବେଳେ ପ୍ରଭାସ ମଧ୍ୟ ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି । ସେପ୍ଟେମ୍ବର 11 ରେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ କ୍ରିଷ୍ଣମ୍‌ ରାଜୁ (83) ଙ୍କ ଦେହାନ୍ତ ହୋଇଥିଲା । ‘ରିବେଲ୍‌ ଷ୍ଟାର୍‌’ ଭାବେ ସୁପରିଚିତ କ୍ରିଷ୍ଣମ୍‌ ରାଜୁ ଉଭୟ ଚଳଚ୍ଚିତ୍ର ଓ ରାଜନୈତିକ କ୍ୟାରିୟର୍‌ରେ ଗୌରବାନ୍ବିତ ହୋଇଥିଲେ ।

କ୍ରିଷ୍ଣମ୍‌ ରାଜୁ ଦୁଇ ଥର ଲୋକସଭା ସଦସ୍ୟ ରହିଛନ୍ତି । ଅଟଳ ବିହାରୀ ବାଜପେୟଙ୍କ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ଥିଲେ । କ୍ରିଷ୍ଣମ୍‌ ରାଜୁ 180ରୁ ଅଧିକ ତେଲୁଗୁ ଚଳଚ୍ଚିତ୍ରରେ ଛାପ ଛାଡିଛନ୍ତି । 1966ରେ ତେଲୁଗୁ ଚଳଚ୍ଚିତ୍ର 'ଚିଲାକା ଗୋରିଙ୍କା'ରୁ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଉତ୍କୃଷ୍ଟ ଅଭିନୟ ନିମନ୍ତେ ସେ ୧୯୭୭ ଏବଂ ୭୮ରେ ରାଷ୍ଟ୍ରପତି ପୁରସ୍କାର ଏବଂ ୧୯୭୭ ଓ ୧୯୮୪ରେ ‘ନନ୍ଦୀ’ ପୁରସ୍କାର ପାଇଥିଲେ। ‘ଅମରଦୀପମ୍‌’ (୧୯୭୭), ‘ବୋବ୍ବିଲି ବ୍ରାହ୍ମନ୍ନା’ (୧୯୮୪), ‘ଧର୍ମ୍ମାତମୁଡୁ’ (୧୯୮୩) ଏବଂ ‘ତନ୍ଦ୍ରା ପାପାରାୟୁଦୁ’ (୧୯୮୬) ଚଳଚ୍ଚିତ୍ର ନିମନ୍ତେ ସେ ୪ଥର ‘ଫିଲ୍ମଫେୟାର୍‌ ପୁରସ୍କାର’ ପାଇଥିଲେ। ଏହାଛଡ଼ା, ୨୦୦୬ରେ ସେ ‘ଫିଲ୍ମଫେୟାର୍‌ ସାଉଥ୍‌ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ୍‌ ଆୱାର୍ଡ’ ମଧ୍ୟ ପାଇଥିଲେ ।

ତାଙ୍କୁ ସୁନାମ ଓ ପ୍ରସିଦ୍ଧି ଦେଇଥିବା ‘ଭକ୍ତ କନ୍ନାପ୍ପା’ ଏବଂ ‘ବୋବ୍ବିଲି ବ୍ରାହ୍ମନ୍ନା’ ଚଳଚ୍ଚିତ୍ର ଆଜି ମଧ୍ୟ ଜନପ୍ରିୟ । ବିଦ୍ରୋହୀ ଭୂମିକାରେ ଅଭିନୟ କରି ସେ ‘ରିବେଲ୍‌ ଷ୍ଟାର୍‌’ ବା ‘ବିଦ୍ରୋହୀ ଅଭିନେତା’ ଆଖ୍ୟା ପାଇଥିଲେ । ରାଜନୀତିରେ ଯୋଗ ଦେବା ପରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଶାସନକାଳରେ କେନ୍ଦ୍ରମନ୍ତ୍ରୀ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.