ETV Bharat / entertainment

ପିତା ରାଜେଶ ଖାନ୍ନାଙ୍କୁ ଝୁରୁଛନ୍ତି ଟ୍ୱିଙ୍କଲ ଖାନ୍ନା, ଫଟୋ ସେୟାର କରି ହେଲେ ଭାବୁକ - Twinkle Khanna Rajesh Khanna birthday

ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା ପିତା ରାଜେଶ ଖାନ୍ନାଙ୍କ ଜନ୍ମଦିନ ଅବସରରେ ଏକ ପୋଷ୍ଟ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ରାଜେଶ ଖାନ୍ନାଙ୍କୁ ଝୁରୁଛନ୍ତି ଟ୍ୱିଙ୍କଲ ଖାନ୍ନା

author img

By

Published : Dec 29, 2022, 4:22 PM IST

ହାଇଦ୍ରାବାଦ: ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ଟ୍ୱିଙ୍କଲ ଖାନ୍ନା ପିତା ରାଜେଶ ଖାନ୍ନାଙ୍କ ଜନ୍ମଦିନ ଅବସରରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଏହାକୁ ସ୍ମୃତିର ଖଟା-ମିଠା ମୂହୁର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି । ସେ ତାଙ୍କ ପିତା ସ୍ୱର୍ଗତ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ସହ ଏକ ବ୍ଲାକ ଆଣ୍ଡ ହ୍ବାଇଟ୍‌ ଫଟୋ ସେୟାର କରିଥିଲେ, ଯେଉଁଥିରେ ଟ୍ୱିଙ୍କଲ ଏବଂ ତାଙ୍କ ପିତା ହସୁଥିବା ଦେଖା ଯାଇଛି । ଉଭୟ ରାଜେଶ ଖାନ୍ନା ଓ ଟ୍ବିଙ୍କଲ ଖାନ୍ନାଙ୍କ ଆଜି(ଡିସେମ୍ବର ୨୯) ଜନ୍ମଦିନ । ଟ୍ବିଙ୍କଲ ଖାନ୍ନା ସେୟାର କରିଥିବା ଥିବା ଫୋଟଟି ଉଭୟଙ୍କ ଜନ୍ମଦିନରେ ଉଠା ଯାଇଥିଲା ।

ଟ୍ୱିଙ୍କଲ ଖାନ୍ନା ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, A bittersweet shared birthday and a lifetime of memories❤️ ତାଙ୍କର ଏହି ପୋଷ୍ଟ ପରେ ଅନେକ ବଲିଉଡ କଳାକାର ମନ୍ତବ୍ୟ ଦେଇଛନ୍ତି । ଏଥିରେ ମଲାଇକା ଆରୋରା ମଧ୍ୟ ହାର୍ଟ ଇମୋଜି ସେୟାର କରିଛନ୍ତି । ଏଥି ସହିତ ଅଭିନେତା ବବି ଦେଓଲ ମଧ୍ୟ ତାଙ୍କ ପୋଷ୍ଟ ଉପରେ କମେଣ୍ଟ ଦେଇଛନ୍ତି ।

ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଫ୍ୟାନ୍ସ

ଟ୍ୱିଙ୍କଲ ଖାନ୍ନାଙ୍କ ଏହି ପୋଷ୍ଟ ପରେ ତାଙ୍କର ଅନେକ ଫ୍ୟାନ୍ସ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, ମୋର ଜୀବନର ଏକମାତ୍ର କ୍ରସ୍‌ ଏବଂ ଦିଲ୍‌ର ଧଡକନ୍‌କୁ ବହୁତ ବହୁତ ଶୁଭକାମନା । ଆଉ ଜଣେ ୟୁଜର ଲେଖିଛନ୍ତି ଯେ ମୁଁ ଆଶା କରେ ତୁମେ ତାଙ୍କ ଜୀବନର ଏକମାତ୍ର ପ୍ରକୃତ ପ୍ରେମ । ଅନ୍ୟ ଜଣେ ପ୍ରଶଂସକ କମେଣ୍ଟ ଦେଇଛନ୍ତି ଜନ୍ମଦିନର ଶୁଭେଚ୍ଛା, ଟ୍ୱିଙ୍କଲ୍ ଏବଂ ତାଙ୍କ ପାଇଁ ସ୍ମରଣୀୟ ସ୍ମୃତି। ଏହିପରି ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଟ୍ୱିଙ୍କଲ ଖାନ୍ନା ରାଜେଶ ଖାନ୍ନାଙ୍କର ପ୍ରଥମ ସନ୍ତାନ । ଟ୍ୱିଙ୍କଲଙ୍କ ସାନ ଭଉଣୀ ହେଉଛନ୍ତି ରିଙ୍କି ଖାନ୍ନା । ଟ୍ୱିଙ୍କଲ ଦୀର୍ଘ ଦିନ ଧରି ବଲିଉଡରେ କାମ କରିଥିଲେ, ଯଦିଓ ସେ ତାଙ୍କ ପିତା ଏବଂ ମାତା ଡିମ୍ପଲ୍ କପାଡିଆଙ୍କ ପରି ସଫଳତା ହାସଲ କରିପାରି ନଥିଲେ । ବର୍ତ୍ତମାନ ସେ ଜଣେ ଲେଖକ ଅଟନ୍ତି । ଟ୍ୱିଙ୍କଲ ଅକ୍ଷୟ କୁମାରଙ୍କୁ ବିବାହ କରିଛନ୍ତି । ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି, ପୁଅ ଆରବ ଏବଂ ଝିଅ ନିତାରା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.