ETV Bharat / entertainment

ବନ୍ଧା ହେଲେ ଟିଭି ଅଭିନେତା ଭୂପେନ୍ଦ୍ର ସିଂ, ଯୁବକଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ

author img

By ETV Bharat Odisha Team

Published : Dec 6, 2023, 2:18 PM IST

Updated : Dec 6, 2023, 3:05 PM IST

Bhupinder Singh Arrested: ଗିରଫ ହେଲେ ଲୋକପ୍ରିୟ ଟିଭି ଅଭିନେତା ଭୂପେନ୍ଦ୍ର ସିଂ । ସୂଚନା ଅନୁସାରେ, ଅଭିନେତା ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ପରିସ୍ଥିତିରେ ପୋଲିସ ଅଭିନେତାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ,

ବନ୍ଧା ଦେଲେ ଟିଭି ଅଭିନେତା ଭୂପେନ୍ଦ୍ର ସିଂ, ଯୁବକଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ

ହାଇଦ୍ରାବାଦ: ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଭୂପେନ୍ଦ୍ର ସିଂ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ, ଅଭିନେତାଙ୍କ ନାଁରେ ଜଣେ ଯୁବକକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗଛ କାଟିବା ପ୍ରସଙ୍ଗକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ୟୁପି ପୋଲିସ ଭୂପେନ୍ଦ୍ରଙ୍କୁ ଗିରଫ କରିଛି ।

ରିପୋର୍ଟ ଅନୁସାରେ, ଭୂପେନ୍ଦ୍ର ସିଂଙ୍କ ଗୁଳିରେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତିନି ଜଣ ଗୁରୁତର ଆହତ ବି ହୋଇଛନ୍ତି । ତାଙ୍କ ଲାଇସେନ୍ସପ୍ରାପ୍ତ ରିଭଲଭରରୁ ଗୁଳି ଚଳାଇ ଜଣେ ଯୁବକଙ୍କ ଜୀବନ ନେଇଛନ୍ତି । ଏହି ହୃଦୟ ବିଦାରକ ଘଟଣା ଉତ୍ତରପ୍ରଦେଶର ବିଜନୋରରେ ଘଟିଥିଲା । ତେବେ ମୃତକଙ୍କ ମାମୁଁ ଭୁପେନ୍ଦ୍ରଙ୍କ ସମେତ ଅନ୍ୟ ୪ ଜଣଙ୍କ ବିରୋଧରେ ପୋଲିସ ନିକଟରେ ଏଫଆଇଆର ଦାଖଲ କରିଛନ୍ତି । ତେବେ ଘଟଣା ବାବଦରେ ଖବର ପାଇ ୟୁପି ପୋଲିସ ତୁରନ୍ତ ସେଠାରେ ପହଞ୍ଚି ଭୁପେନ୍ଦ୍ର ସିଂଙ୍କୁ ଗିରଫ କରିଛି । ଏବଂ ତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।

ସୂଚନା ଥାଉ କି, ଭୁପେନ୍ଦ୍ର ସିଂ ନଭେମ୍ବର ୧୯ରେ ମୁମ୍ବାଇରୁ ତାଙ୍କ ଜନ୍ମ ଗ୍ରାମ ବିଜନୋରର ବାଦପୁର ପୋଲିସ ଷ୍ଟେସନ ଅଞ୍ଚଳର କୁଆନ ଖେଡା ନିକଟରେ ପହଞ୍ଚିଥିଲେ । ଏଠାରେ କ୍ଷେତରେ ଏକ ଗଛ ଥିବାରୁ ଭୂପେନ୍ଦ୍ର ଏବଂ ଗୁରୁଦୀପ ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଗଛଟି ସେମାନଙ୍କର ବୋଲି ଉଭୟ କହିଥିଲେ । ଏଭଳି ପରିସ୍ଥିତିରେ ଝଗଡ଼ା ଏତେ ବଢ଼ିଯାଇଥିଲା ଯେ, ଉଭୟଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଥିଲା । ଏହାପରେ ଭୂପେନ୍ଦ୍ର ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏଭଳି ପରିସ୍ଥିତିରେ ସମାନ ପରିବାରର ୪ ଜଣଙ୍କୁ ଗୁଳି ବାଜିଥିଲା । ଫଳରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ: 'ବିଗ ବସ୍ କନ୍ନଡ' ପ୍ରତିଯୋଗୀ ଭର୍ଥୁର ସନ୍ତୋଷ ଗିରଫ, ବାଘ ଲକେଟ୍ ପିନ୍ଧିବା ପଡିଲା ମହଙ୍ଗା

ଭୁପେନ୍ଦ୍ର ସିଂ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ହିନ୍ଦୀ ଚଳଚ୍ଚିତ୍ର 'ୟେ ପ୍ୟାର୍‌ ନା ହୋଗା କମ', 1996ରେ 'ଏକ ହସିନା ଥି' ଏବଂ 1998ରେ ଶ୍ୟାମ ଘନଶ୍ୟାମରେ କାମ କରିଥିଲେ । ଏହାପରେ, 2008 ମସିହାରେ ସେ ହିନ୍ଦୀ ଚଳଚ୍ଚିତ୍ର 'ଯୁବରାଜ' ଏବଂ 'ସୋଚ୍ ଲେ'ରେ ସହ ଅଭିନେତା ଭାବରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ 'ମଧୁବାଲା: ଏକ ଇଶ୍କ ଏକ ଜୁନୁନ୍', 'କାଲା ଟିକା', 'ଏକ୍ ହସିନା' ଏବଂ 'କାର୍ତ୍ତିକ ପୂର୍ଣ୍ଣିମା' ଭଳି ଅନେକ ପ୍ରସିଦ୍ଧ ଟିଭି ଶୋ’ରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।

Last Updated : Dec 6, 2023, 3:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.