ETV Bharat / entertainment

ଏହି ଫିଲ୍ମରେ ଏକାଠି ନଜର ଆସିବେ ଟାଇଗର ଏବଂ ଜାହ୍ନବୀ, କେବେ ଫିଲ୍ମର ସୁଟିଂ ଆରମ୍ଭ ? ଜାଣନ୍ତୁ - ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ରାମ୍ବୋ

ପଠାନ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଆଗାମୀ ଫିଲ୍ମରେ ବଲିଉଡ ତାରକା ଟାଇଗର ଶ୍ରଫ ଏବଂ ଜାହ୍ନବୀ କପୁର ନଜର ଆସିବେ । ଉଭୟ ପ୍ରଥମ ଥର ପାଇଁ ଏକାଠି କାମ କରିବାକୁ ଯାଉଛନ୍ତି । ଅଧିକ ପଢ଼ନ୍ତୁ

ସିଦ୍ଧାର୍ଥ ଆନନ୍ଦଙ୍କ ସହ କାମ କରିବେ ଟାଇଗର ଶ୍ରଫ ଏବଂ ଜାହ୍ନବୀ କପୁର

author img

By ETV Bharat Odisha Team

Published : Sep 13, 2023, 3:56 PM IST

ହାଇଦ୍ରାବାଦ: ୱାର(2019) ଏବଂ ପଠାନ(2023) ଭଳି ସଫଳ ଫିଲ୍ମ ନିର୍ମାଣ କି ଭରପୁର ମନୋରଞ୍ଜନ କରିଥିବା ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି । ଦୁଇଟି ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ତାଙ୍କ ଆଗାମୀ ଫିଲ୍ମ ଫାଇଟର୍ ରିଲିଜ୍ ପାଇଁ ପ୍ରସ୍ତୁତ ଅଛି । ଏହାରି ମଧ୍ୟରେ ଆଉ ଏକ ଫିଲ୍ମ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି ନିର୍ଦ୍ଦେଶକ । ସିଦ୍ଧାର୍ଥ ଆନନ୍ଦ ହଲିଉଡର କ୍ଲାସିକ୍ 'ରାମ୍ବୋ'ର ଭାରତୀୟ ଆଡପ୍ଟସନ୍ କରିବାକୁ ଯୋଜନା କରୁଛନ୍ତି । ନିର୍ଦ୍ଦେଶକ ନିଜେ 2017 ମସିହାରେ ଏହି ଚଳଚ୍ଚିତ୍ର ଘୋଷଣା କରିଥିଲେ । କିନ୍ତୁ କୌଣସି କାରଣରୁ ଫିଲ୍ମ ଉପରେ କାମ ଆରମ୍ଭ ହୋଇପାରିିନଥିଲା । ବର୍ତ୍ତମାନ ଖବର ଆସୁଛି ଯେ, ଏହି ଫିଲ୍ମରେ ମୁଖ୍ୟ ତାରାକା ଭାବେ ଟାଇଗର ଶ୍ରଫ ଏବଂ ଜାହ୍ନବୀ କପୁରଙ୍କୁ ମନୋନୀତ କରାଯାଇଛି ।

ଏହି ଚଳଚ୍ଚିତ୍ରଟି ଗତ 6 ବର୍ଷ ଧରି ପ୍ରଡକ୍ସନରେ ଅଛି କିନ୍ତୁ ଅନେକ କାରଣରୁ ଫିଲ୍ମର କାମ ବିଳମ୍ବ ହୋଇଛି। ଏବେ ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ ଏବଂ ଜାହ୍ନବୀ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି ଜଣାଯାଇଛି । ଏହି ଫିଲ୍ମର ସୁଟିଂ 2024 ମସିହାରେ ଆରମ୍ଭ ହୋଇପାରେ । ଏହି ଆକ୍ସନ୍ ପ୍ୟାକ୍ ଫିଲ୍ମରେ ଟାଇଗର ଏବଂ ଜାନଭୀଙ୍କ ନୂଆ ଯୋଡ଼ିକୁ ପ୍ରଥମ ଥର ପରଦାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ୟୁରୋପରେ ସୁଟିଂ ହେବାକୁ ଯାଉଛି । ରିପୋର୍ଟ ଅନୁସାରେ, ଟାଇଗର ଏହି ଚଳଚ୍ଚିତ୍ର ପାଇଁ କଠିନ ପରିଶ୍ରମ କରୁଛନ୍ତି ଏବଂ ତାଙ୍କ ଫିଟନେସ ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି । ଏହି ଚଳଚ୍ଚିତ୍ରରେ ଟାଇଗର ଷ୍ଟଣ୍ଟ୍‌ କରୁଥିବା ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: ତିରୁପତି ମନ୍ଦିରରେ ଜାହ୍ନବୀ କପୁର, ସାଉଥ ଇଣ୍ଡିଆନ ଲୁକରେ ଆସିଲେ ନଜର

ଏଥି ସହିତ, ଟାଇଗର ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଗଣପତ୍, ସ୍କ୍ରୁ ଢିଲା ଏବଂ ଅକ୍ଷୟ କୁମାରଙ୍କ ସହ ବଡେ ମିୟାଁ ଛୋଟେ ମିୟାଁରେ ନଜର ଆସିବେ । ଅଭିନେତାଙ୍କର ଏହି ତିନୋଟି ଚଳଚ୍ଚିତ୍ର 2023-24 ବର୍ଷରେ ମୁକ୍ତିଲାଭ କରିବ । ସେପଟେ ଜାହ୍ନବୀଙ୍କୁ ଶେଷଥର ପାଇଁ ନୀତେଶ ତିୱାରୀଙ୍କ ଫିଲ୍ମ ବୱାଲରେ ବରୁଣ ଧୱନଙ୍କ ସହ ଦେଖିବାକୁ ମିଳିଥିଲା । ଏଥିସହ ଶରଣ ଶର୍ମାଙ୍କ ଦ୍ବାରା ନିର୍ଦ୍ଦେଶିତ ଫିଲ୍ମ ଶ୍ରୀ ଏବଂ ଶ୍ରୀମତୀ ମାହିରେ ମଧ୍ୟ ସହ-ତାରକା ରାଜକୁମାର ରାଓଙ୍କ ସହ ନଜର ଆସିବେ । ଏହାଛଡ଼ା ଅଭିନେତ୍ରୀ ସାଉଥରେ ମଧ୍ୟ ଡେବ୍ୟୁ କରିବେ । ଫିଲ୍ମ ଦେବରରାରେ ସେ ପ୍ରଥମ ଥର ପାଇଁ ସାଉଥ ସୁପରଷ୍ଟାର ଜୁନିଆର ଏନଟିଆରଙ୍କ ବିପକ୍ଷରେ ନଜର ଆସିବେ। ଏହି ଫିଲ୍ମ 2024 ଏପ୍ରିଲ୍ 5ରେ ରିଲିଜ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.