ETV Bharat / entertainment

Tiger 3 Box Office Collection: ୩ୟ ଦିନରେ ବି ଭାଇଜାନଙ୍କ ଜଲୱା, ଏତିକି ବମ୍ପର କଲେକ୍ସନ କଲା Tiger 3

author img

By ETV Bharat Odisha Team

Published : Nov 15, 2023, 11:19 AM IST

Tiger 3: ବକ୍ସ ଅଫିସରେ କମାଲ କରୁଛି ଟାଇଗର ୩ । ରିଲିଜର ପ୍ରଥମ ୨ ଦିନ ମଧ୍ୟରେ ଫିଲ୍ମ ୧୦୦କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ୩ୟ ଦିନରେ ବି ଫିଲ୍ମ ବମ୍ପର କଲେକ୍ସନ କରିଛି । ଜାଣନ୍ତୁ କେତେ କରିଛି ଆୟ ?

୩ୟ ଦିନରେ ବି ଟାଇଗର ୩ର ଜଲୱା ଜାରି, ଏତିକି ବମ୍ପର କଲେକ୍ସନ କଲା ବାଇଜାନଙ୍କ ଫିଲ୍ମ

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ' ପରେ କୌଣସି ବଲିଉଡ ଫିଲ୍ମ ବକ୍ସ ଅଫିସରେ ବିଶେଷ ଜଲୱା ଦେଖାଇ ପାରିନାହିଁ । ଏଭଳି ସ୍ଥିତିରେ ବର୍ତ୍ତମାନ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ 'ଟାଇଗର ୩' ବକ୍ସ ଅଫିସରେ ଧମାକା କରୁଛି । ରିଲିଜ୍ ହେବାର ପ୍ରଥମ ଦୁଇ ଦିନ ମଧ୍ୟରେ ଫିଲ୍ମ ୧୦୦କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଥିଲା । ସେହିପରି 'ଟାଇଗର ୩' ୩ୟ ଦିନରେ ମଧ୍ୟ ବମ୍ପର କଲେକ୍ସନ କରିଛି । ଏହା ଦେଖି ଅନୁମାନ କରାଯାଉଛି ଯେ, ସଲମାନ ଖାନଙ୍କ 'ଟାଇଗର ୩' ଆଗାମୀ ଦିନରେ ବକ୍ସ ଅଫିସ୍ କଲେକ୍ସନର ଏକ ନୂତନ ଅଧ୍ୟାୟ ରଚିବ ।

ତୃତୀୟ ଦିନରେ 'ଟାଇଗର ୩' ଜଲୱା ଜାରି

ଦିୱାଲୀ ଅବସରରେ ରିଲିଜ ହୋଇଥିବା 'ଟାଇଗର ୩' ଦମଦାର ଓପନିଂ ସହ ଭଲ ପ୍ରଦର୍ଶନ କରିଆସୁଛି । ଓପନିଂ ଦିନରେ ଫିଲ୍ମ ୪୪.୫ କୋଟି ରୋଜଗାର କରିଥିଲା । ସେହିପରି ୨ୟ ଦିନରେ ୫୯ କୋଟି ରୋଜଗାର କରି ଅନେକ ଫିଲ୍ମର ରେକର୍ଡକୁ ଭାଙ୍ଗିଥିଲା । ଏଥିସହ ଫିଲ୍ମ ୨ ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ୧୦୦କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଥିଲା । ବର୍ତ୍ତମାନ ୩ୟ ଦିନର ବକ୍ସ ଅଫିସ୍ କଲେକ୍ସନର ଡାଟା ସାମ୍ନାକୁ ଆସିଛି ।

ଇଣ୍ଡଷ୍ଟ୍ରି ଟ୍ରାକର ସାକ୍ନିଲ୍କିଙ୍କ ରିପୋର୍ଟ ଅନୁଯାୟୀ, ୩ୟ ଦିନରେ ଫିଲ୍ମ ଆନୁମାନିକ ୪୨.୫୦ କୋଟି ରୋଜଗାର କରିଛି । ଫଳରେ ଫିଲ୍ମର ମୋଟ ଆୟ ୧୪୬ କୋଟିକୁ ବୃଦ୍ଧି ପାଇଛି । ଏହିପରି ଫିଲ୍ମ ଖୁବଶୀଘ୍ର ୨୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଏହି କ୍ରମରେ 'ଟାଇଗର 3' ସଲମାନଙ୍କ କ୍ୟାରିୟରର ସବୁଠୁ ବଡ ଓପନର୍ ଫିଲ୍ମ ପ୍ରମାଣିତ ହୋଇଛି । 2019ରେ ଅଲି ଅବ୍ବାସ ଜାଫରଙ୍କ ଭାରତ (42.30 କୋଟି) ଏବଂ 2015ରେ ସୂରଜ ବଡଜାତ୍ୟାଙ୍କ ଫିଲ୍ମ ପ୍ରେମ ରତନ ଧନ ପାୟୋ (40.35 କୋଟି)କୁ ପଛରେ ପକାଇଛି ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ ଭାଇଜାନଙ୍କ ଯାଦୁ, ୧୦୦କୋଟି କ୍ଲବରେ ସାମିଲ ହେଲା ଟାଇଗର ୩

ମନୀଷ ଶର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ଟାଇଗର ୩' ହେଉଛି ୟଶରାଜ ସ୍ପାଏ ୟୁନିଭର୍ସରେ ଟାଇଗର ଫ୍ରାଞ୍ଚାଇଜର ତୃତୀୟ ଚଳଚ୍ଚିତ୍ର । ଏହାପୂର୍ବରୁ 'ଏକ ଥା ଟାଇଗର' ଏବଂ 'ଟାଇଗର ଜିନ୍ଦା ହେ' ମୁକ୍ତିଲାଭ କରିଥିଲା । 'ଟାଇଗର ୩'ରେ ସଲମାନ ଖାନ ପୁଣି ଅବିନାଶ ସିଂ ରାଠୋର ଭୂମିକାରେ ନଜର ଆସିଥିବା ବେଳେ କ୍ୟାଟ୍ରିନା କୈଫ ମଧ୍ୟ ଜୋୟା ଭୂମିକାରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ଇମ୍ରାନ ହାଶମୀ ଜଣେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ସେପଟେ ଏହି ଫିଲ୍ମରେ ଶାହାରୁଖ ଖାନ ଏବଂ ହ୍ରିତିକ ରୋଶନଙ୍କ ଏକ ଦମଦାର କ୍ୟାମିଓ ରୋଲ ରହିଛି । ରିଦ୍ଧି ଡୋଗ୍ରା ମଧ୍ୟ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.