ETV Bharat / entertainment

ବିଶ୍ବ କପ ପାଇଁ କମିଲା ଭାଇଜାନଙ୍କ ଫିଲ୍ମର ଆୟ, ୮ମ ଦିନରେ 'ଟାଇଗର ୩'ର ଏତିକି କଲେକ୍ସନ

author img

By ETV Bharat Odisha Team

Published : Nov 20, 2023, 11:38 AM IST

Tiger 3 Box Office Collection: ସଲମାନ ଖାନଙ୍କ 'ଟାଇଗର ୩' ୨୨୦କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି । ହେଲେ ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ହେତୁ 'ଟାଇଗର 3'ର ରବିବାର ରୋଜଗାର ବହୁତ ହ୍ରାସ ଘଟିଛି । ଜାଣନ୍ତୁ ଫିଲ୍ମ କଲେକ୍ସନ କେତେ କରିଛି ?

ବିଶ୍ବ କପ ପାଇଁ କମିଲା ଭାଇଜାନଙ୍କ ଫିଲ୍ମର ଆୟ, ୮ମ ଦିନରେ 'ଟାଇଗର ୩'ର ଏତିକି କଲେକ୍ସନ
ବିଶ୍ବ କପ ପାଇଁ କମିଲା ଭାଇଜାନଙ୍କ ଫିଲ୍ମର ଆୟ, ୮ମ ଦିନରେ 'ଟାଇଗର ୩'ର ଏତିକି କଲେକ୍ସନ

ହାଇଦ୍ରାବାଦ: ଦୀପାବଳିରେ ରିଲିଜ କରିଥିବା ସଲମାନ ଖାନ, କ୍ଯାଟ୍ରିନା କୈଫଙ୍କ ଫିଲ୍ମ ଟାଇଗର ୩ ଓପନିଂ ଦମଦାର ରହିଥିଲା । ଫିଲ୍ମ ଦୁଇ ଦିନ ମଧ୍ୟରେ ୧୦୦ କୋଟି କ୍ଲବରେ ଏବଂ ୫ମ ଦିନ ମଧ୍ୟରେ ବିଶ୍ବ ବକ୍ସ ଅଫିସରେ ୩୦୦କୋଟିରୁ ଅଧିକ ରୋଜଗାର କରି ସଫଳତା ହାସଲ କରିଥିଲା । କିନ୍ତୁ ବର୍ତ୍ତମାନ ଫିଲ୍ମର ଆୟରେ ହ୍ରାସ ଦେଖିବାକୁ ମିଳିଛି । ବିଶ୍ବକପ ମ୍ୟାଚ ପାଇଁ ଫିଲ୍ମର ଆୟ ଉପରେ ପ୍ରଭାବ ପଡିଛି । ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚର ପ୍ରଭାବ ଚତୁର୍ଥ ଦିନରେ ଦେଖିବାକୁ ମିଳିଥିଲା । ଆଉ ଏବେ ବିଶ୍ୱକପ୍‌ର ଅନ୍ତିମ ମ୍ୟାଚ୍ ରବିବାର ହୋଇଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚ୍ ପୁଣିଥରେ 'ଟାଇଗର ୩'ର ରୋଜଗାରକୁ ପ୍ରଭାବିତ କରିଛି ।

  • " class="align-text-top noRightClick twitterSection" data="">

ପ୍ରେକ୍ଷାଳୟରେ ଟାଇଗର ୩ ଧମାକା କରୁଛି । ରବିବାର ଦିନ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ ଫାଇନାଲ ମ୍ୟାଚ ଉପରେ ପ୍ରତ୍ୟେକ ଦେଶବାସୀଙ୍କ ନଜର ଥିଲା । ଏହା ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ 'ଟାଇଗର ୩'କୁ ପ୍ରଭାବିତ କରୁଥିବା ଦେଖିବାକୁ ମିଲିଛି । ଶୁକ୍ରବାର ଠାରୁ ଅଧିକ ରୋଜଗାର କରି ଫିଲ୍ମଟି ଭଲ ପ୍ରଦର୍ଶନ କରିଥିବାବେଳେ ରବିବାର ଫିଲ୍ମର ଆୟରେ ହ୍ରାସ ଦେଖିବାକୁ ମିଳିଛି । ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ, 'ଟାଇଗର 3' ରିଲିଜ୍ ହେବାର ଅଷ୍ଟମ ଦିନରେ 10.25 କୋଟି ଟଙ୍କା ସଂଗ୍ରହ କରିଛି । ଏହା ସହିତ 'ଟାଇଗର 3'ର ମୋଟ ଆୟ ବର୍ତ୍ତମାନ 229.65 କୋଟିରେ ପହଞ୍ଚିଛି ।

ଚଳଚ୍ଚିତ୍ରଟି ରିଲିଜ୍ ହେବାର ପ୍ରଥମ ଦିନରେ 44.5 କୋଟି ଟଙ୍କା ସଂଗ୍ରହ କରିଥିଲା । ଏହା ପରେ ଦ୍ୱିତୀୟ ଦିନରେ ସଲମାନ ଖାନ୍‌ଙ୍କ ଫିଲ୍ମ 59.25 କୋଟି ଟଙ୍କା ଆୟ କରିଥିଲା । ତୃତୀୟ ଦିନରେ ମଧ୍ୟ 'ଟାଇଗର 3' 44.3 କୋଟି ଟଙ୍କା ରୋଜଗାର କରିଥିଲା । କିନ୍ତୁ ଚତୁର୍ଥ ଦିନ ଅର୍ଥାତ୍ ବୁଧବାର ଦିନ ଫିଲ୍ମର ରୋଜଗାରରେ ହ୍ରାସ ଘଟିଥିଲା । ବାସ୍ତବରେ, ଚତୁର୍ଥ ଦିନରେ ଫିଲ୍ମ 21.1 କୋଟି ଟଙ୍କା ରୋଜଗାର କରିଥିଲା । ଏହା ପରେ, ପଞ୍ଚମ ଦିନରେ ଅର୍ଥାତ୍ ଗୁରୁବାର ଦିନ ଏହି ଫିଲ୍ମ 18.5 କୋଟି ଟଙ୍କା ବ୍ୟବସାୟ କରିଥିବାବେଳେ ଷଷ୍ଠ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ 'ଟାଇଗର 3'ର 13.25 କୋଟି ଟଙ୍କା ଆୟ କରିଥିଲା । ସପ୍ତମ ଦିନରେ ଅର୍ଥାତ୍ ଶନିବାର ଦିନ ଏହା 18.5 କୋଟି ଟଙ୍କା ରୋଜଗାର କରିଥିଲା ​ ।

ଏହା ମଧ୍ୟ ପଢନ୍ତୁ: ଟାୱାଲରେ ଆକ୍ସନ ସିନ କରିବା କ୍ୟାଟ୍ରିନାଙ୍କ ପାଇଁ ଥିଲା ଚ୍ୟାଲେଞ୍ଜିଂ, ଭିଡିଓ ସେୟାର କରି ବଖାଣିଲେ ଅନୁଭୂତି

ଟାଇଗର ୩ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ଟାଇଗର ଫ୍ରାଞ୍ଚାଇଜିର ତୃତୀୟ ଚଳଚ୍ଚିତ୍ର ଏବଂ YRF ସ୍ପାଇ ୟୁନିଭର୍ସ ପଞ୍ଚମ ଚଳଚ୍ଚିତ୍ର । ଉଭୟ ଟାଇଗରଙ୍କ ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନା ଏକାଠି ନଜର ଆସିଥିଲେ । କିନ୍ତୁ ଏଥର ଫିଲ୍ମର ତୃତୀୟ ପାର୍ଟରେ ଇମ୍ରାନ ହାଶମୀ ପ୍ରଥମ ଥର ପାଇଁ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ଏଥିସହ ଫିଲ୍ମରେ ଶାହାରୁଖ ଖାନ ଏବଂ ହ୍ରିତିକ ରୋଶନ ମଧ୍ୟ କ୍ୟାମିଓ ରୋଲରେ ନଜର ଆସିଛନ୍ତି । ତେବେ ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୩୦୦ କୋଟି ଟଙ୍କା ବଜେଟରେ ନିର୍ମାଣ ହୋଇଥିବା ବେଳେ ସାରା ବିଶ୍ୱରେ 8000ରୁ ଅଧିକ ପରଦାରେ ରିଲିଜ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.