ETV Bharat / entertainment

ବକ୍ସ ଅଫିସରେ ଚମକିଲେ ସଲମାନ-କ୍ୟାଟ୍ରିନା, ସପ୍ତାହକ ମଧ୍ୟରେ ବମ୍ପର କଲେକ୍ସନ କଲା 'ଟାଇଗର ୩'

author img

By ETV Bharat Odisha Team

Published : Nov 19, 2023, 10:32 AM IST

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଆକ୍ସନ ଥ୍ରୀଲର ଫିଲ୍ମ 'ଟାଇଗର ୩'କୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ୍‌ ଦେଖିବାକୁ ମିଳିଛି । ଫିଲ୍ମ ରିଲିଜର ସପ୍ତମ ଦିନରେ ପହଞ୍ଚିଥିବା ବେଳେ କେତେ ଆୟ କରିଛି ଜାଣନ୍ତୁ

ବକ୍ସ ଅଫିସରେ ଚମକିଲେ ସଲମାନ ଖାନ-କ୍ୟାଟ୍ରିନା କୈଫ, ସପ୍ତାହକ ମଧ୍ୟରେ ଏତିକି ବମ୍ପର ଆୟ କଲା 'ଟାଇଗର ୩'

ହାଇଦ୍ରାବାଦ: ଦିୱାଲୀ ଅବସରରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସ୍ପାଇ ଥ୍ରୀଲର ଫିଲ୍ମ ଟାଇଗର ୩ ରିଲିଜ ହୋଇଥିଲା । ଫିଲ୍ମକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଚଳଚ୍ଚିତ୍ର ରିଲିଜ ହେବାର ଦୁଇ ଦିନ ମଧ୍ୟରେ ୧୦୦କୋଟି ଟଙ୍କାର କ୍ଲବରେ ସାମିଲ ହୋଇଥିଲା । ଏଥିସହିତ ଷଷ୍ଠ ଦିନରେ ଏହି ଫିଲ୍ମ ଘରୋଇ ବକ୍ସ ଅଫିସରେ ୨୦୦କୋଟି ଟଙ୍କାର କ୍ଲବରେ ସାମିଲ ହୋଇଥିବା ବେଳେ ଏହି ଚଳଚ୍ଚିତ୍ରର ବିଶ୍ବର ଆୟ ୩୦୦କୋଟିରେ ପହଞ୍ଚିଛି । ଫିଲ୍ମର ସପ୍ତମ ଦିନର ଆୟ ପ୍ରକାଶ ପାଇଛି ।

ସାକନିକ୍‌ଙ୍କ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ଟାଇଗର 3 ଶୁକ୍ରବାର ଦିନ ମାତ୍ର ୧୩.୪୪ କୋଟି ଟଙ୍କା ବ୍ୟବସାୟ କରିଥିଲା । ଅର୍ଥାତ୍ ଷଷ୍ଠ ଦିନରେ ଫିଲ୍ମର ରୋଜଗାରରେ ହ୍ରାସ ଘଟି ଥିବାବେଳେ ବର୍ତ୍ତମାନ ସପ୍ତମ ଦିନର କଲେକ୍ସନରେ ବୃଦ୍ଧି ଘଟିଛି । ଫିଲ୍ମ ଶନିବାର ଦିନ ୧୭ କୋଟି ଟଙ୍କା କଲେକ୍ସନ କରିଛି । ମୋଟ ସଂଗ୍ରହ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି କେବଳ ଭାରତରେ ୨୧୭.୯୦ କୋଟି ଟଙ୍କା ଆୟ କରିଥିବାବେଳେ ଏହି ଚଳଚ୍ଚିତ୍ରର ବିଶ୍ୱବ୍ୟାପୀ ଆୟ ୩୧୭ କୋଟିରେ ପହଞ୍ଚିଛି ।

ବାସ୍ତବରେ ଟାଇଗର 3 300 କୋଟି ଟଙ୍କା କ୍ଲବରେ ପହଞ୍ଚିବା ବେଳେ ଚଳଚ୍ଚିତ୍ରର ସଫଳତା ପରେ ଟାଇଗର 3 ର ଷ୍ଟାରକାଷ୍ଟ ଅର୍ଥାତ୍ ସଲମାନ ଖାନ, କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାସମି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଇଭେଣ୍ଟରେ ଭାଇଜାନ ତାଙ୍କ ଟାଇଗର ସ୍କାର୍ଫକୁ ଫିଲ୍ମର ଜୋୟା ଅର୍ଥାତ୍ କ୍ୟାଟ୍ରିନା କୈଫଙ୍କୁ ଉପହାର ଦେଇଥିଲେ । ଏଥିସହ ଫିଲ୍ମକୁ ନେଇ ସଲମାନ, କ୍ୟାଟ୍ରିନା ଏବଂ ଇମ୍ରାନ ଅନେକ କଥାବାର୍ତ୍ତା କରିଥିଲେ । ଏପରିକି ଭାଇଜାନ ଇମ୍ରାନଙ୍କୁ କିସ ମଧ୍ୟ କରିଥିଲେ । ଯାହାର ଭିଡିଓ ବେଶ ଭାଇରାଲ ହେଉଛି । ଭିଡିଓରେ ଭାଇଜାନ କତହିଛନ୍ତି ଯେ, ଫିଲ୍ମରେ କ୍ୟାଟ୍ରିନା ଅଛନ୍ତି ମାନେ ରୋମାନ୍ସ ଦରକାର । ଯଦି ଇମ୍ରାନଙ୍କ ଭୂମିକା ଆତିଶଙ୍କର ହୋଇନଥାନ୍ତା ତାହେଲେ, ଏହା କହି ଭାଇଜାନ ଇମ୍ରାନ ଖାନଙ୍କ ପାଖକୁ ଯାଇ ଏକ କିସ୍‌ କରିଥିବା ନେଇ ଭିଡିଓରେ ଦେଖାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସର୍ବ ସମ୍ମୁଖରେ ଇମ୍ରାନଙ୍କୁ କିସ୍‌ କରିଲେ ଭାଇଜାନ, ଏମିତି କହିଲେ କ୍ୟାଟ୍‌

ଟାଇଗର ୩ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ଟାଇଗର ଫ୍ରାଞ୍ଚାଇଜିର ତୃତୀୟ ଚଳଚ୍ଚିତ୍ର ଏବଂ YRF ସ୍ପାଇ ୟୁନିଭର୍ସ ପଞ୍ଚମ ଚଳଚ୍ଚିତ୍ର । ଉଭୟ ଟାଇଗରଙ୍କ ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନା ଏକାଠି ନଜର ଆସିଥିଲେ । କିନ୍ତୁ ଏଥର ଫିଲ୍ମର ତୃତୀୟ ପାର୍ଟରେ ଇମ୍ରାନ ହାଶମୀ ପ୍ରଥମ ଥର ପାଇଁ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ଏଥିସହ ଫିଲ୍ମରେ ଶାହାରୁଖ ଖାନ ଏବଂ ହ୍ରିତିକ ରୋଶନ ମଧ୍ୟ କ୍ୟାମିଓ ରୋଲରେ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.