ETV Bharat / entertainment

Tiger 3 Box Office Collection: ପ୍ରଥମ ଦିନରେ ବମ୍ପର ଆୟ କଲା ଟାଇଗର ୩

author img

By ETV Bharat Odisha Team

Published : Nov 12, 2023, 3:06 PM IST

'ଟାଇଗର ୩' ହେଉଛି ଟାଇଗର ଫ୍ରାଞ୍ଚାଇଜର ତୃତୀୟ ଚଳଚ୍ଚିତ୍ର । ଏହାପୂର୍ବରୁ ଟାଇଗର ଫ୍ରାଞ୍ଚାଇଜ୍ ର 'ଏକ ଥା ଟାଇଗର' ଏବଂ 'ଟାଇଗର ଜିନ୍ଦା ହେ' ବକ୍ସ ଅଫିସରେ ହିଟ୍ ହୋଇଥିଲା । ସେହିପରି ପ୍ରଥମ ଦିନରେ ଟାଇଗର ୩ ମଧ୍ୟ ଜବରଦସ୍ତ କଲେକ୍ସନ କରିଛି । ଜାଣନ୍ତୁ କେତେ ?

ଦୀପାବଳିରେ ଟାଇଗର ୩ର ବମ୍ପର କଲେକ୍ସନ, ପ୍ରଥମ ଦିନରେ ଏତିକି ଆୟ

ହାଇଦ୍ରାବାଦ: ଦିୱାଲୀ ଅବସରରେ ସଲମାନ ଖାନଙ୍କ 'ଟାଇଗର ୩' ରିଲିଜ ହୋଇଛି । ବର୍ତ୍ତମାନ ଫିଲ୍ମ ଭଲ ପ୍ରଦର୍ଶନ କରୁଛି । ସୋସିଆଲ ମିଡିଆରେ ୟୁଜର୍ସ ଫିଲ୍ମକୁ ନେଇ ୟୁଜର୍ସ ଅନେକ ପ୍ରତିକ୍ରିୟା ଦେଉଛନ୍ତି । ଦର୍ଶକ ଏହି ଫିଲ୍ମକୁ ବ୍ଲକବ୍ଲଷ୍ଟରଫିଲ୍ମ ବୋଲି କହୁଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ପ୍ରଥମ ଦିନର କଲେକ୍ସନର ଡାଟା ସାମ୍ନାକୁ ଆସିଛି । ଏହାପୂର୍ବରୁ ଫିଲ୍ମର ପ୍ରଥମ ଦିନର ଆଡଭାନ୍ସ ବୁକିଂ ରିପୋର୍ଟରେ କୁହାଯାଇଥିଲା ଯେ ଏହି ଫିଲ୍ମଟି 23 କୋଟି ଟଙ୍କା ରୋଜଗାର କରିଛି, ଏବେ ପ୍ରଥମ ଦିନରେ ୪୦ କୋଟି ଆୟ କରିବ ବୋଲି କୁହାଯାଉଛି ।

  • " class="align-text-top noRightClick twitterSection" data="">

ସ୍ପାଇ ଥ୍ରୀଲର ଚଳଚ୍ଚିତ୍ର 'ଟାଇଗର ୩' ବକ୍ସ ଅଫିସରେ ଏକ ବଡ଼ ଓପନିଂ ହେବାକୁ ଯାଉଛି । ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମ ପ୍ରଥମ ଦିନରେ 40 କୋଟି ଟଙ୍କା ରୋଜଗାର କରିପାରେ । ଯଦି 'ଟାଇଗର 3' ପ୍ରଥମ ଦିନରେ 40 କୋଟି ଟଙ୍କା ସଂଗ୍ରହ କରେ ତେବେ ଏହା ପୂର୍ବ ଦୁଇଟି ଚଳଚ୍ଚିତ୍ରକୁ ଅତିକ୍ରମ କରିବ । ସେପଟେ କିନ୍ତୁ ଏହା ଶାହାରୁଖ ଖାନଙ୍କ ଫିଲ୍ମ ଜବାନ ଏବଂ ପଠାନର ରେକର୍ଡ ଭାଙ୍ଗିପାରିନାହିଁ ।

'ଏକ ଥା ଟାଇଗର' ୨୦୧୪ରେ ମୁକ୍ତିଲାଭ କରିଥିଲା ​ । ତା’ପରେ ଏହି ଫିଲ୍ମର ଓପନିଂ୩୨.୯୩ କୋଟି ଟଙ୍କା ଥିଲା । ଏହି ଚଳଚ୍ଚିତ୍ରଟି ଭାରତରେ ସମୁଦାୟ ୧୯୮.୭୮ କୋଟି ଟଙ୍କା ରୋଜଗାର କରିଥିଲା ​​ଏବଂ ସାରା ବିଶ୍ୱରେ ୩୨୦କୋଟି ଟଙ୍କା ଆୟ କରିଥିଲା । 2017ରେ ଆସିଥିବା ଦ୍ୱିତୀୟ ସିକ୍ୱେଲ୍ 'ଟାଇଗର ଜିନ୍ଦା ହେ' ପ୍ରଥମ ଦିନରେ 34.10 କୋଟି ଟଙ୍କା ଆୟ କରିଥିଲା । ଘରୋଇ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ରର କଲେକ୍ସନ ୩୩୯.୧୬ କୋଟି ଟଙ୍କା ଥିଲା ଏବଂ ଏହି ଫିଲ୍ମ ୫୫୮କୋଟି ଟଙ୍କା ବିଶ୍ବବ୍ୟାପୀ ବ୍ୟବସାୟ କରିଥିଲା ।

ଏହା ମଧ୍ୟ ପଢନ୍ତୁ: ଦିୱାଲୀରେ ଭାଇଜାନଙ୍କ ଧମାକା, ଫିଲ୍ମକୁ ଫ୍ୟାନ୍ସଙ୍କ 'ଶ୍ରେଷ୍ଠ ଆକ୍ସନ ଫିଲ୍ମ'ର ଟ୍ୟାଗ

ସେପଟେ ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ' ଚଳିତ ବର୍ଷ ଜାନୁୟାରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରର ଓପନିଂ ଦିନରେ ୫୭ କୋଟି ଟଙ୍କା ଆୟ କରିଥିଲା । ଘରୋଇ ବକ୍ସ ଅଫିସରେ ଚଳଚ୍ଚିତ୍ରର ମୋଟ ଆୟ ହେଉଛି 540.51 କୋଟି ଟଙ୍କା । 'ଜବାନ୍' ୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​ । ଏହି ଚଳଚ୍ଚିତ୍ରର ପ୍ରଥମ ଦିନ 75 କୋଟି ଟଙ୍କା ସଂଗ୍ରହ କରିଥିଲା । ଏବଂ ଫିଲ୍ମର ମୋଟ ଘରୋଇ ବକ୍ସ ଅଫିସ କଲେକ୍ସନ 640.25 କୋଟି ଟଙ୍କା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.