ETV Bharat / entertainment

Tiger 3 Advance Booking: ଜବାନ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ଟାଇଗର ୩, ଗୋଟିଏ ଦିନରେ ଏତିକି କୋଟି କଲା ଆୟ

author img

By ETV Bharat Odisha Team

Published : Nov 5, 2023, 3:20 PM IST

ଦିପାବଳୀ ଅବସରରେ ରିଲିଜ ହେବାକୁ ଯାଉଛି ସଲମାନ ଖାନଙ୍କ ଫିଲ୍ମ ଟାଇଗର ୩ । ଆଜି ଠାରୁ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ,

ଜବାନ ରେକର୍ଡ ଭାଙ୍ଗିବାକୁ ପ୍ରସ୍ତୁତ ଟାଇଗର ୩, ଗୋଟିଏ ଦିନରେ ଏତିକି କୋଟି କଲା ଆୟ

ହାଇଦ୍ରାବାଦ: ବଲିଉଡ ଅଭିନେତା ସଲମାନ ଖାନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଟାଇଗର 3' ନଭେମ୍ବର ୧୨ରେ ରିଲିଜ ହେବ । ଯାହାକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବର୍ତ୍ତମାନ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି । ଆଜି ଗୋଟିଏ ଦିନରେ ଆନୁମାନିକ 33,090 ଟିକେଟ୍ ବିକ୍ରି ହୋଇସାରିଲାଣି । ଯାହାର ଆୟ 1 କୋଟି ଟଙ୍କାରୁ ଅଧିକ ହୋଇଥିବା ଜଣାପଡିଛି । ଏହିପରି ଆୟ କଲେ ଫିଲ୍ମ ଆଗାମୀ ଦିନରେ ଜବାନ ସହ ଅନେକ ରେକର୍ଡ ସୃଷ୍ଟି କରିପାରେ ବୋଲି କୁହାଯାଉଛି ।

  • " class="align-text-top noRightClick twitterSection" data="">

ଫିଲ୍ମ ରିଲିଜକୁ ଆଉ ମାତ୍ର ଏକ ସପ୍ତାହ ବାକି ରହିଛି । ଏହାରି ମଧ୍ୟରେ ବର୍ତ୍ତମାନ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଅନୁଯାୟୀ, PVRInox ରେ 20,000 ଟିକେଟ୍ ବିକ୍ରି ହୋଇଥିବା ବେଳେ ସିନେପୋଲରେ 3,800 ବିକ୍ରି ହୋଇଛି । ତେବେ ପ୍ରଥମ ଦିନରେ ବିକ୍ରି ହୋଇଥିବା ମୋଟ ଟିକେଟ୍ 23,800 ବିକ୍ରି ହୋଇଛି । ବର୍ତ୍ତମାନ ଯଦି ଆମେ ଟାଇଗର 3କୁ ଶାହାରୁଖ ଖାନଙ୍କ ପଠାନ ଏବଂ ଜବାନ ସହ ତୁଳନା କରିବା । ତେବେ ଆଡଭାନ୍ସ ବୁକିଂ ଦୃଷ୍ଟିରୁ ପଠାନ 117 ହଜାର ଏବଂ ଜବାନ ବୁକ୍ ମାଇ ଶୋ’ରେ 254 ହଜାର ଟିକେଟ ବୁକ୍ କରିଥିଲା । ବର୍ତ୍ତମାନ ସଲମାନଙ୍କ ଫିଲ୍ମ ଶାହାରୁଖଙ୍କ ଫିଲ୍ମର ରେକର୍ଡ ଭାଙ୍ଗିପାରେ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଟାଇଗର ୩ର ପ୍ରଥମ ଗୀତ ରିଲିଜ, ଦେଖିବାକୁ ମିଳିଲା କ୍ୟାଟ୍ରିନା-ସଲମାନଙ୍କ କେମେଷ୍ଟ୍ରି

'ଟାଇଗର ୩' ବିଷୟରେ କହିବାକୁ ଗଲେ ଏହା YRF ସ୍ପାଏ ୟୁନିଭର୍ସର ପଞ୍ଚମ ଚଳଚ୍ଚିତ୍ର । ଏବଂ ଟାଇଗର ଫ୍ରାଞ୍ଚାଇଜର ଏହା ହେଉଛି ତୃତୀୟ ଭାଗ । ଫିଲ୍ମ ଟାଇଗର ୩ ହେଉଛି ୟଶ ରାଜ ସ୍ପାଏ ୟୁନିଭର୍ସର ଆକ୍ସନ୍ ଫିଲ୍ମ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା । ଏହି ଫିଲ୍ମରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ବ୍ୟତୀତ ବଲିଉଡ ଅଭିନେତା ଇମ୍ରାନ ହାସମୀଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ଏଥିସହ ପଠାନ ଭାବେ ଶାହାରୁଖ ଖାନ ଏଥିରେ କ୍ୟାମିଓ ରୋଲରେ ନଜର ଆସିବେ । ଫିଲ୍ମଟି ଦିପାବଳୀ ଅବସରରେ ନଭେମ୍ବର ୧୨ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.