ETV Bharat / entertainment

ଚାଲିଗଲେ କ୍ରୀଷ୍ଣା ରାଜୁ, ଶେଷ ଇଚ୍ଛା ପୂରଣ କରିପାରିଲେନି ପ୍ରଭାସ

author img

By

Published : Sep 11, 2022, 3:41 PM IST

ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭେଟେରାନ ଆକ୍ଟର କ୍ରୀଷ୍ଣାରାଜୁ । ସେ ବାହୁବଳୀ ଆକ୍ଟର ପ୍ରଭାସଙ୍କ ଦାଦା ହୋଇଥିବାବେଳେ ପ୍ରଭାସ ତାଙ୍କ ଶେଷ ଇଚ୍ଛା ପୂରଣ କରିବାରେ ଅସମର୍ଥ ରହିଛନ୍ତି । ଜାଣନ୍ତୁ ପ୍ରଭାସଙ୍କୁ ନେଇ କଣ ଥିଲା କ୍ରୀଷ୍ଣୀଙ୍କ ଶେଷଇଚ୍ଛା ? ଅଧିକ ପଢନ୍ତୁ

ଚାଲିଗଲେ କ୍ରୀଷ୍ଣା ରାଜୁ, ଶେଷ ଇଚ୍ଛା ପୂରଣ କରିପାରିଲେନି ପ୍ରଭାସ
ଚାଲିଗଲେ କ୍ରୀଷ୍ଣା ରାଜୁ, ଶେଷ ଇଚ୍ଛା ପୂରଣ କରିପାରିଲେନି ପ୍ରଭାସ

ହାଇଦ୍ରାବାଦ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭେଟେରାନ ଆକ୍ଟର ଉପଲପତି କ୍ରୀଷ୍ଣାରାମ ରାଜୁଙ୍କ ରବିବାର ଦେହାନ୍ତ ଘଟିଛି । ସେ ୮୩ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କ୍ରୀଷ୍ଣାରାମ ବାହୁବଳୀ ଆକ୍ଟର ପ୍ରଭାସଙ୍କ ଦାଦା ହୋଇଥିବାବେଳେ, ସେ ତାଙ୍କ ଶେଷ ଇଚ୍ଛା ପୂରଣ କରିବାରେ ଅକ୍ଷମ ହୋଇଛନ୍ତି । ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି ।

କ୍ରୀଷ୍ଣା ରାଜୁଙ୍କ ସହ ପ୍ରଭାସ
କ୍ରୀଷ୍ଣା ରାଜୁଙ୍କ ସହ ପ୍ରଭାସ

କ୍ରୀଷ୍ଣାରାମ ନିଜ ପତ୍ନୀ ଓ ୩ ଝିଅଙ୍କ ସହିତ ରହୁଥିଲେ । ସେ ପ୍ରଭାସଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ସେୟାର କରିଥାନ୍ତି । ସେ ସବୁବେଳେ ପ୍ରଭାସଙ୍କୁ ନିଜ କ୍ୟାରିୟରରେ ଆଗକୁ ବଢିବାକୁ ପ୍ରେରଣା ଦେବା ସହ ତାଙ୍କ କାର୍ଯ୍ୟର ପ୍ରଶଂସା ମଧ୍ୟ କରୁଥିଲେ । ପ୍ରଭାସ ମଧ୍ୟ ନିଜ ଦାଦାଙ୍କୁ ବହୁତ ସମ୍ମାନ କରିଥାନ୍ତି, ଯାହାକି ତାଙ୍କର ଅନେକ ଇଣ୍ଟରଭ୍ୟୁରେ ଦେଖିବାକୁ ମିଳେ । ପ୍ରଭାସଙ୍କ ଜନ୍ମଦିନରେ ଏକଦା କ୍ରୀଷ୍ଣା ଲେଖିଥିଲେ ଯେ ପ୍ରଭାସକୁ ଆଜି ଏହି ସଫଳତାର ଶିଖରରେ ଦେଖି ସେ ଖୁବ ଆନନ୍ଦିତ ।

ଏହା ବି ପଢନ୍ତୁ- ଅଭିନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କ୍ରିଷ୍ଣନାମ ରାଜୁଙ୍କ ପରଲୋକ

ବାପା ଭଳି ସେ ମଧ୍ୟ ପ୍ରଭାସଙ୍କୁ ଏଭଳି ପୁରୁଣା ରେକର୍ଡ ଭାଙ୍ଗିବା ସହିତ ନୂଆ ରେକର୍ଡ ସୃଷ୍ଟି କରିବାକୁ ପ୍ରେରଣା ଯୋଗାଇବା ସହିତ ତାଙ୍କ ସଫଳତାରେ ଗର୍ବିତ ଅନୁଭବ କରୁଥିଲେ । ପ୍ରଭାସ ମଧ୍ୟ ଅନୁରୂପ ଭାବରେ ତାଙ୍କ ଦାଦାଙ୍କ ସମସ୍ତ ଇଚ୍ଛା ପୂରଣ କରି ନୂଆ ଇତିହାସ ସୃଷ୍ଟି କରୁଥିଲେ । ମାତ୍ର କ୍ରୀଷ୍ଣା ଆଜି ଏହି ଦୁନିଆକୁ ଅଲବିଦା କହିଥିବାବେଳେ ତାଙ୍କ ଶେଷ ଇଚ୍ଛା ଅଧୁରା ରହିଯାଇଛି ।

ଚଳିତ ବର୍ଷର ପ୍ରଥମ ଭାଗରେ କ୍ରୀଷ୍ଣା ରାଜୁ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ପ୍ରଭାସଙ୍କୁ ବିବାହିତ ଓ ନିଜ ବୈବାହିକ ଜୀବନକୁ ସୁଖରେ କାଟୁଥିବା ଦେଖିବାକୁ ଚାହୁଁଛନ୍ତି । ରାଧେ ଶ୍ୟାମ ଫିଲ୍ମର ରିଲିଜ ପରେ ସେ ପ୍ରଭାସଙ୍କୁ ଏହି କଥା କହିଥିଲେ । ସେ କହିଥିଲେ, "ମୁଁ ଯେତେ ଶୀଘ୍ର ହେବ ପ୍ରଭାସଙ୍କୁ ବିବାହିତ ଦେଖିବାକୁ ଚାହୁଁଛି । ମୁଁ ତା'ର ପୁଅ କି ଝିଅ ସହିତ ଖେଳିବାକୁ ଚାହୁଁଛି ।"

ଏହା ବି ପଢନ୍ତୁ-Krishnam Raju passes away: ଦାଦାଙ୍କ ସହ ପ୍ରଭାସ ବିତାଇଥିବା ସୁନ୍ଦର ମୂହୁର୍ତ୍ତ, ଦେଖନ୍ତୁ

ପ୍ରଭାସ ଓ କ୍ରୀଷ୍ଣାଙ୍କ ସମ୍ପର୍କ ବାପପୁଅର ସମ୍ପର୍କ ପରି ଥିଲା । ପ୍ରଭାସ କ୍ରୀଷ୍ଣାରାଜୁଙ୍କ ସାନ ଭାଇ ତଥା ପ୍ରଯୋଜକ ଉପଲପତି ସୂର୍ଯ୍ୟ ନାରାୟଣ ରାଜୁଙ୍କ ପୁଅ । ସେ କ୍ରୀଷ୍ଣାଙ୍କ ସହଯୋଗରେ ଅଭିନେତା ହୋଇଥିଲେ ଏବଂ କ୍ରିଷ୍ଣା ତାଙ୍କୁ ଅନେକ କ୍ଷେତ୍ରରେ ସହଯୋଗ କରିଥିଲେ । ପ୍ରଭାସଙ୍କ ପିତା ୨୦୧୦ ମସିହାରେ ମୃତ୍ୟୁବରଣ କରିଥିଲେ । ଏହାପରେ କ୍ରୀଷ୍ଣା ପ୍ରଭାସଙ୍କ ଅଭିଭାବକ ଭାବେ ଦାୟିତ୍ବ ତୁଲାଉଥିଲେ ।

ସୂଚନା ଥାଉ କି, ହାଇଦ୍ରାବାଦ ଏଆଇଜି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି କ୍ରିଷ୍ଣନାମ । ତାଙ୍କ ବିୟୋଗରେ ତେଲୁଗୁ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି । ଅନେକ ସମୟରେ ପ୍ରଭାସ ଓ କ୍ରିଷ୍ଣାରାମଙ୍କୁ ଏକାଠି ଦେଖିବାକୁ ମିଳିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.