ETV Bharat / entertainment

Adah Sharma Birth Day: ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଅଦା ଦେଖାଇଲେ ଆଗାମୀ ଫିଲ୍ମର ପ୍ରଥମ ଝଲକ - ଯୋଗୀ ଆଦିତ୍ୟନାଥ

ବିବାଦୀୟ ଫିଲ୍ମ 'ଦ କେରଳ ଷ୍ଟୋରୀ'ର ମୁଖ୍ୟ ଅଭିନେତ୍ରୀ ଅଦା ଶର୍ମାଙ୍କ 31 ତମ ଜନ୍ମଦିନ । ଏହି ଅବସରରେ ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମ 'ଦ ଗେମ ଅଫ ଗିରଗିଟ' ପ୍ରଥମ ଲୁକ ଆଉଟ ହୋଇଛି । ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲା ଦ କେରଳ ଷ୍ଟୋରୀ ଟିମ୍ । ଅଧିକ ପଢନ୍ତୁ,

ଅଦା ଶର୍ମାଙ୍କ ଜନ୍ମଦିନରେ 'ଦ ଗେମ ଅଫ ଗିରଗିଟ'ରୁ ପ୍ରଥମ ଲୁକ ଆଉଟ

author img

By

Published : May 11, 2023, 12:27 PM IST

ମୁମ୍ବାଇ: ବିବାଦୀୟ ଚଳଚ୍ଚିତ୍ର 'ଦ କେରଳ ଷ୍ଟୋରୀ'ର ମୁଖ୍ୟ ଅଭିନେତ୍ରୀ ଅଦା ଶର୍ମା ଆଜି ତାଙ୍କର 31 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ଅଭିନେତ୍ରୀ ଶିବ ମନ୍ଦିରରେ ପହଞ୍ଚି ପୂଜା କରୁଥିବା ନଜର ଆସିଛନ୍ତି । ଏହି ପୂଜାପାଠର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅଭିନେତ୍ରୀ । ପୂର୍ବ ପୋଷ୍ଟରେ ଅଭିନେତ୍ରୀ ତାଙ୍କ ଫିଲ୍ମ ପାଇଁ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଥିଲେ । ସେପଟେ ଫିଲ୍ମର ସଫଳତା ପରେ ବର୍ତ୍ତମାନ ଅଦା ଶର୍ମାଙ୍କ ଆଗାମୀ ଫିଲ୍ମର ଘୋଷଣା କରାଯାଇଛି । ଅଦା ଶର୍ମା 'ଦ ଗେମ ଅଫ ଗିରଗିଟ' ରେ ନଜର ଆସିବେ । ଆଜି ଫିଲ୍ମର ପ୍ରଥମ ଲୁକ ପୋଷ୍ଟର ରିଲିଜ କରାଯାଇଛି । ତେବେ ଏହି ଖବର ଫ୍ୟାନ୍ସଙ୍କ ଖୁସିକୁ ଦ୍ବିଗୁଣିତ କରିଛି ।

'ଦ ଗେମ୍ ଅଫ୍ ଗିରଗିଟ'କୁ ନେଇ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ଏହି ଫିଲ୍ମରୁ ଆଜି ପ୍ରଥମ ଲୁକ୍ ପୋଷ୍ଟର ସେୟାର କରିଛନ୍ତି । ଏହି ଫିଲ୍ମ ଏକ ରୋମାଞ୍ଚକର ଫିଲ୍ମ । ଯେଉଁଥିରେ ଅଦାଙ୍କୁ ପୋଲିସ୍ ୟୁନିଫର୍ମରେ ଦେଖିବାକୁ ମିଳିଛି । ଏଥିସହ ଏହି ଫିଲ୍ମରେ ଲୋକପ୍ରିୟ ଅଭିନେତା ଶ୍ରେୟସ୍ ତଲପଡେ ମୁଖ୍ୟ ଭୂମିକାରେ ନଜର ଆସିବେ । ବିଶାଲ ପାଣ୍ଡ୍ୟା ଏହି ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଥିବା ବେଳେ ଫିଲ୍ମର ନିର୍ମାତା ହେଉଛନ୍ତି ଗାନ୍ଧର ଫିଲ୍ମ ଆଣ୍ଡ ଷ୍ଟୁଡିଓ ।

ସେପଟେ ଏହି ବହୁ ଚର୍ଚ୍ଚିତ ଫିଲ୍ମ 'ଦ କେରଳ ଷ୍ଟୋରୀ'କୁ ନେଇ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ବିଜେପି ଏହି ଫିଲ୍ମର ସପକ୍ଷରେ ଥିବାବେଳେ ଅନେକ ବିରୋଧୀ ଦଳ ଏହାକୁ ପ୍ରଚାର ବୋଲି କହୁଛନ୍ତି । ପଶ୍ଚିମବଙ୍ଗରେ ଫିଲ୍ମକୁ ବ୍ୟାନ କରାଯାଇଥିବା ବେଳେ ଉତ୍ତରପ୍ରଦେଶରେ ଫିଲ୍ମକୁ ଟ୍ୟାକ୍ସଫ୍ରି କରାଯାଇଛି । ଏହା ପୂର୍ବରୁ ମଧ୍ୟପ୍ରଦେଶରେ ମଧ୍ୟ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଥିଲା । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଫିଲ୍ମକୁ ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ଟିମ୍ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି । ଫିଲ୍ମକୁ ଟ୍ୟାକ୍ସଫ୍ରି କରିବା ନେଇ ଧନ୍ୟବାଦ ଜଣାଇଛନ୍ତି । ସେପଟେ ସିଏମ ଯୋଗୀ ସୋସିଆଲ ମିଡିଆରେ ଟିମ ସହ ଫଟୋ ସେୟାର କରି କୃତଜ୍ଞତା ଜଣାଇଛନ୍ତି ।

  • आज लखनऊ स्थित सरकारी आवास पर 'The Kerala Story' फिल्म की टीम के साथ शिष्टाचार भेंट हुई। pic.twitter.com/bfj7sswOTU

    — Yogi Adityanath (@myogiadityanath) May 10, 2023 " class="align-text-top noRightClick twitterSection" data=" ">

ସିଏମ ଯୋଗୀଙ୍କୁ ଭେଟିଛନ୍ତି 'ଦ କେରଳ ଷ୍ଟୋରୀ' ଟିମ । ସିଏମ ଯୋଗୀ ଟ୍ୱିଟରରେ ଟିମ ସହ ଫଟୋ ସେୟାର କରି କୃତଜ୍ଞତା ଜଣାଇଛନ୍ତି । କ୍ୟାପସନରେ ଲେଖିଛନ୍ତି, 'ଲକ୍ଷ୍ନୌର ସରକାରୀ ବାସଭବନରେ କେରଳ ଷ୍ଟୋରୀ ଫିଲ୍ମର ଟିମ ସହ ଆଜି ସୌଜନ୍ୟମୂଳକ ସାକ୍ଷାତ'। ଫଟୋରେ ଫିଲ୍ମର ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍, ଫିଲ୍ମ ନିର୍ମାତା ଭିପୁଲ ଅମୃତଲାଲ ଶାହା, ସିଏମ ଯୋଗୀଙ୍କ ସହ ଅଭିନେତ୍ରୀ ଅଦା ଶର୍ମା ସାମିଲ ଅଛନ୍ତି ।

ସୂଚନା ଥାଉ କି, ଦ କେରଳ ଷ୍ଟୋରୀକୁ ପ୍ରଥମେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଟ୍ୟାକ୍ସ ଫ୍ରି ପରେ ଏବେ ବିଶ୍ୱ ହିନ୍ଦୁ ପରିଷଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି କରିଛି । ସେପଟେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଏହି ଫିଲ୍ମକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି ।

ସୂଚନା ଥାଉକି, ଏହି ବିବାଦୀୟ ଫିଲ୍ମ ଗତ ମେ 5ରେ ରିଲିଜ ହୋଇଥିଲା । ରିଲିଜ ହେବାର 6 ଦିନ ମଧ୍ୟରେ ଫିଲ୍ମଟି 50 କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି । ତେବେ ଆଗାମୀ ଦିନରେ ମଧ୍ୟ ଫିଲ୍ମ ଆହୁରି ଅଧିକ ଆୟ କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.