ETV Bharat / entertainment

DadaSaheb Phalke Awards: ଦ କାଶ୍ମୀର ଫାଇଲ୍ସକୁ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ, ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

author img

By

Published : Feb 21, 2023, 12:58 PM IST

ସିନେମା ଜଗତରେ ଇତିହାସ ସୃଷ୍ଟି କରିଥିବା ଦ କାଶ୍ମୀର ଫାଇଲ୍ସକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଦାଦାସାହେବ ଫାଲକେ ଆୱାର୍ଡ ମିଳିଛି । ଗଙ୍ଗୁବାଇ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ଆଲିଆ ଭଟ୍ଟ । ଅଧିକ ପଢନ୍ତୁ

ଦ କାଶ୍ମୀର ଫାଇଲ୍ସକୁ ଦାଦାସାହେବ ଫିଲ୍ମ ଆୱାର୍ଡ

ମୁମ୍ବାଇ: 2022ରେ ପରଦାକୁ ଆସିଥିବା 'ଦ କାଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ ଇତିହାସ ରଚିଥିଲା । ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ 'ଦ କାଶ୍ମୀର ଫାଇଲ୍ସ' ଦାଦାସାହେବ ଫିଲ୍ମ ଫେଷ୍ଟିଭାଲ 2023ରେ ବଡ ସଫଳତା ହାସଲ କରିଛି । ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି କଳାକାରଙ୍କ ଅଭିନୀତ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ'କୁ ଶ୍ରେଷ୍ଠ ସିନେମା ପାଇଁ ଦାଦାସାହେବ ଫାଲକେ ଫିଲ୍ମ ଆୱାର୍ଡ ମିଳିଛି । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପୁରସ୍କାର ଗ୍ରହଣ କରିବା ସହ ଖୁସି ଖବର ସେୟାର କରିଛନ୍ତି । ସେହିପରି ଗଙ୍ଗୁବାଇ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ଆଲିଆ ଭଟ୍ଟ ।

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପୁରସ୍କାରର ଫଟୋ ଏବଂ ଭିଡିଓ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ପୁରସ୍କାରକୁ ଆତଙ୍କବାଦୀଙ୍କ ଦ୍ବାରା ପୀଡିତ ଏବଂ ଦେଶର ଜନତାଙ୍କୁ ଉତ୍ସର୍ଗ କରିଛନ୍ତି । ସୋସିଆଲ ମିଡିଆରେ 'ଦ କାଶ୍ମୀର ଫାଇଲ୍ସ' ଟିମଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । 2022ରେ ଏହା ସବୁଠୁ ଅଧିକ କ୍ରୟ କରିଥିବା ଫିଲ୍ମ ହୋଇଥିଲା । ଏହି ଫିଲ୍ମକୁ କିଛି ଲୋକ ବିରୋଧ କରିଥିଲେ । ରାଜନୈତିକ ଦଳ ଏହାକୁ ପ୍ରୋପାଗଣ୍ଡା କହିଥିଲେ । କାଶ୍ମୀର ପୀଡିତଙ୍କ ଦୁଃଖକୁ ଲୋକଲୋଚନକୁ ଆଣି ବକ୍ସ ଅଫିସରେ ଇତିହାସ ରଚିଥିଲା । ଭାରତରେ ଏହି ଫିଲ୍ମରେ 252.90 କୋଟି କଲେକ୍ସନ ହୋଇଥିଲା । ବିଶ୍ବସ୍ତରରେ ଏହା 340. 92 କୋଟି ଆୟ କରିଥିଲା । କମ ବଜେଟରେ ତିଆରି 'ଦ କାଶ୍ମୀର ଫାଇଲ୍ସ' 2022ରେ ଦ୍ବିତୀୟ ସର୍ବାଧିକ ଆୟ ଚଳଚ୍ଚିତ୍ର ହୋଇଥିଲା । ବିଶ୍ବ ଦରବାରରେ ମଧ୍ୟ ଏହି ଚଳଚ୍ଚିତ୍ର ଚମକିବାକୁ ଯାଉଛି । ଓସ୍କାର ପୁରସ୍କାର ଦୌଡରେ ରହିଛି 'ଦ କାଶ୍ମୀର ଫାଇଲ୍ସ'

ଏହା ବି ପଢନ୍ତୁ...Pathaan Film: ୧୦୦୦ କୋଟିର ବ୍ୟବସାୟ କରି ଇତିହାସ ରଚିପାରେ ପଠାନ

କାହାକୁ ମିଳିଲା କେଉଁ ପୁରସ୍କାର: ଦାଦାସାହେବ ଫାଲକେ ଫିଲ୍ମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ 2023ରେ 'ଦ କାଶ୍ମୀର ଫାଇଲ୍ସ' ବ୍ୟତୀତ ଅନ୍ୟ କେଉଁ ଫିଲ୍ମକୁ କେଉଁ ପୁରସ୍କାର ମିଳିଲା ନଜର ପକାନ୍ତୁ ।

  • RRR- ଫିଲ୍ମ ଅଫ ଦି ଇୟର
  • ଦ କାଶ୍ମୀର ଫାଇଲ୍ସ- ବେଷ୍ଟ ଫିଲ୍ମ
  • ଆଲିଆ ଭଟ୍ଟ- ଗଙ୍ଗୁବାଇ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର
  • ରଣବୀର କପୁର- ବ୍ରହ୍ମାସ୍ତ୍ର ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର
  • ବରୁଣ ଧାୱନ- ଶ୍ରେଷ୍ଠ ଅଭିନେତା କ୍ରିଟିକ୍ସ
  • ଋଷବ ସେଠୀ- ପ୍ରୋମିସିଙ୍ଗ ଅଭିନେତା (କାନ୍ତାରା)
  • ଅନୁପମ ଖେର- ଭର୍ସାଟାଇଲ ଆକ୍ଟର (ଦ କାଶ୍ମୀର ଫାଇଲ୍ସ)
  • ରୁଦ୍ର: ଦ ଏଜ ଅଫ ଡାର୍କନେସ-ଶ୍ରେଷ୍ଠ ୱେବ ସିରିଜ
  • ଅନୁପମା-ଟିଭି ସିରିଜ ଅଫ ଦି ଇୟର
  • ତେଜସ୍ବ ପ୍ରକାଶ- ଶ୍ରେଷ୍ଠ ଟିଭି ଅଭିନେତ୍ରୀ
  • ଜୈନ ଇମାମ- ଶ୍ରେଷ୍ଠ ଟିଭି ଅଭିନେତା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.