ETV Bharat / entertainment

The Great Indian Family: ବିକି କୌଶଲଙ୍କ ସହ ନଜର ଆସିବେ ମାନୁଷୀ ଚିଲର, ଏହି ଦିନ ରିଲିଜ ହେବ ଫିଲ୍ମ - ମାନୁଷୀ ଚିଲର

ଜରା ହଟକେ ଜରା ବଚକେର ସଫଳତା ପରେ ବିକି କୌଶଲ ପୁଣି 'ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି' ସହ ପରଦାରେ ନଜର ଆସିବେ । ଆଜି ଫିଲ୍ମର ପୋଷ୍ଟର ସହ ଫିଲ୍ମର ମଜାଦାର ଭିଡିଓ ସେୟାର କରିଛନ୍ତି ନିର୍ମାତା । ଏହି ଫିଲ୍ମ ଆସନ୍ତା ମାସରେ ରିଲିଜ ହେବ । ଅଧିକ ପଢନ୍ତୁ

The Great Indian Family: ବିକି କୌଶଲଙ୍କ ସହ ନଜର ଆସିବେ ମାନୁଷୀ ଚିଲର, ଏହି ଦିନ ରିଲିଜ ହେବ ଫିଲ୍ମ

author img

By

Published : Aug 15, 2023, 6:55 AM IST

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଜରା ହଟକେ ଜରା ବଚକେ ପରେ ବର୍ତ୍ତମାନ 'ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି' ସହ ପରଦାରେ ନଜର ଆସିବେ ବିକି କୌଶଲ । ଏହି ପିଲ୍ମରେ ବିକି ପ୍ରଥମ ଥର ପାଇଁ ମାନୁଷୀ ଚିଲରଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ । ୟଶ ରାଜ୍‌ ପ୍ରଡକ୍ସନରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଥମ ଝଲକ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଫିଲ୍ମର ନିର୍ମାତା ଏକ ମଜାଦାର ଭିଡିଓ ସେୟାର କରିବା ସହ ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି ।

ବିକି କୌଶଲ ଆଗାମୀ ଫିଲ୍ମ 'ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି'ର ଏକ ଝଲକ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ମଜାଦାର ଭିଡିଓ ସେୟାର କରି ବିକି କହିଛନ୍ତି ଯେ "ପରିବାର ବହୁତ ଭଲ, କିନ୍ତୁ ସାପରେ ପରିପୂର୍ଣ୍ଣ ।" ଯଦିଓ ମାନୁଷୀ ଚିଲର ଏହି ଭିଡିଓରେ ଦେଖାଯାଉନାହାଁନ୍ତି, କିନ୍ତୁ ନିର୍ମାତା ମନୋଜ ପାହୱା, କୁମୁଦ ମିଶ୍ରା, ସାଦିଆ ସିଦ୍ଦିକି, ଅଲକା ଅମିନ ଏବଂ ସୃଷ୍ଟି ଦୀକ୍ଷିତଙ୍କ ସମେତ ପୁରା କାଷ୍ଟକୁ ନେଇ ଏକ ପୋଷ୍ଟର ସେୟାର ହୋଇଛି । ଏହା ସହ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ବିଜୟ ଶଙ୍କର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ସେପ୍ଟେମ୍ବର 22ରେ ରିଲିଜ ହେବ ।

ସୂଚନା ଥାଉ କି, ମାନୁଷୀ ଚିଲର 2017 ମସିହାରେ ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିବା ପରେ ବଲିଉଡରେ ଡେବ୍ୟୁ କରିଥିଲେ । 'ସମ୍ରାଟ ପୃଥ୍ବୀରାଜ' ସହ ସେ ବଲିଉଡରେ ଡେବ୍ୟୁ କରିଥିଲେ । ଯେଉଁଥିରେ ଅକ୍ଷୟ କୁମାର ମଧ୍ୟ ଅଭିନୟ କରିଥିଲେ । ଅଭିନେତ୍ରୀଙ୍କ ଡେବ୍ୟୁ ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା । ଏହାପରେ ମାନୁଷୀ କୌଣସି ଫିଲ୍ମରେ ଅଭିନୟ କରିନଥିଲେ । ବର୍ତ୍ତମାନ `ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି'ରେ ପୁଣି ସିଲ୍‌ଭର୍‌ ସ୍କ୍ରିନ୍‌ରେ ନଜର ଆସିବେ । ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ବିକି କୌଶଲଙ୍କ ସହ ଏକାଠି ରୋମାନ୍ସ କରୁଥିବା ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: ବଲିଉଡରେ ଫ୍ଲପ୍ ହେବା ପରେ ଟଲିଉଡ ମୁହାଁଇଲେ ମିସ୍ ୱାର୍ଲ୍ଡ ମାନୁଷୀ ଚିଲର୍

ନିକଟରେ ମାନୁଷୀ ହିନ୍ଦୀ ଚଳଚ୍ଚିତ୍ର "ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି"ର ସୁଟିଂ ଶେଷ କରିଛନ୍ତି । ତେବେ TGIF YRF ସହ ପୂର୍ବତନ ମିସ୍ ୱାର୍ଲ୍ଡ ମାନୁଷୀ ଚିଲରଙ୍କ ଏହା ଦ୍ୱିତୀୟ ଚଳଚ୍ଚିତ୍ର ହେବ । ଏହି ଫିଲ୍ମ ବ୍ୟତୀତ ଜନ୍ ଅବ୍ରହାମଙ୍କ ସହ ତାଙ୍କୁ ଫିଲ୍ମ 'ତେହେରାନ'ରେ ମଧ୍ୟ ଦେଖିବାକୁ ମିଳିବ । ଚଳିତ ବର୍ଷ ମାନୁଷୀଙ୍କ ଏହି ଦୁଇଟି ଚଳଚ୍ଚିତ୍ର ରିଲିଜ ହେବ । କିନ୍ତୁ ଏହାପୂର୍ବରୁ ଅଭିନେତ୍ରୀ ସାଉଥ ସିନେମାରେ ମଧ୍ୟ ପାଦ ଦେଇଛନ୍ତି । "ଦ ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି" ଲୋକଙ୍କୁ କେତେ ପସନ୍ଦ ଆସିବ ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.