ETV Bharat / entertainment

Tejas teaser out: ‘ଭାରତ କୋ ଛେଡୋଗେ ତୋ ଛୋଡେଙ୍ଗେ ନେହି...’ ସାମ୍ନାକୁ ଆସିଲା କଙ୍ଗନାଙ୍କ ଜବରଦସ୍ତ ଟିଜର

author img

By ETV Bharat Odisha Team

Published : Oct 2, 2023, 12:51 PM IST

କଙ୍ଗନା ରଣାୱତ ଖୁବଶୀଘ୍ର ‘ତେଜସ୍’ ଫିଲ୍ମରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କୁ ବାୟୁସେନା ପାଇଲଟ ଭୂମିକାରେ ଦେଖିବାକୁ ମିଳିବ । ଆଜି ଫିଲ୍ମର ଟିଜର ରିଲିଜ୍‌ ହୋଇଛି ଏବଂ ରିଲିଜ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଅଧିକ ପଢ଼ନ୍ତୁ

ସାମ୍ନାକୁ ଆସିଲା କଙ୍ଗନାଙ୍କ ଜବରଦସ୍ତ ଟିଜର
ସାମ୍ନାକୁ ଆସିଲା କଙ୍ଗନାଙ୍କ ଜବରଦସ୍ତ ଟିଜର

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ତେଜସ୍’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଆଜି (ଅକ୍ଟୋବର 2)ରେ ସିନେ ନିର୍ମାତା ଏହି ଫିଲ୍ମର ଟିଜର ରିଲିଜ କରିଛନ୍ତି । କଙ୍ଗନା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ଟିଜର ସେୟାର କରିଛନ୍ତି । ଭିଡିଓରେ ସେ ବାୟୁସେନା ପାଇଲଟ୍‌ ଭୂମିକାରେ ନଜର ଆସିଛନ୍ତି । ତାଙ୍କ ଚରିତ୍ରଟି ବହୁତ ଦମଦାର ଲାଗୁଛି ।

କଙ୍ଗନାଙ୍କ ଚଳଚ୍ଚିତ୍ରର ଟିଜର କେବଳ ଦମଦାର ଦେଖାଯାଉ ନାହିଁ ବରଂ ଏଥିରେ ପ୍ରଭାବଶାଳୀ ସଂଳାପ ମଧ୍ୟ ଅଛି । ଯେମିତି କି କଙ୍ଗନା ଏକ ଡାଏଲଗରେ କୁହନ୍ତି, “ଭାରତ କୋ ଛେଡୋଗେ ତୋ ଛୋଡେଙ୍ଗେ ନେହି...” ଟିଜର ରିଲିଜ ହେବା ସହିତ ଅଭିନେତ୍ରୀ ଟ୍ରେଲର ରିଲିଜ ତାରିଖ ଘୋଷଣା କରିଛନ୍ତି। ଅକ୍ଟୋବର 8 ରେ ବାୟୁସେନା ଦିବସ (ଏୟାରଫୋର୍ସ ଡେ’) ଅବସରରେ ଫିଲ୍ମର ଟ୍ରେଲର ରିଲିଜ ହେବ ।

ଏଠାରେ ଦେଖନ୍ତୁ ତେଜସ୍ ଟିଜର

ଟିଜର ଆରମ୍ଭ ହୁଏ ଏବଂ କଙ୍ଗନାର ଏକ ଦମଦାର ସଂଳାପ ଶୁଣିବାକୁ ମିଳେ । ସେ କୁହନ୍ତି, "ଜରୁରୀ ନୁହେଁ କି ସବୁଥର କଥା ହେବା ଉଚିତ୍‌... ଯୁଦ୍ଧ କ୍ଷେତ୍ରରେ ଏବେ ଯୁଦ୍ଧ ହେବା ଉଚିତ୍...ବର୍ତ୍ତମାନ ଆକାଶରୁ ବର୍ଷା ନୁହେଁ, ନିଆଁ ବର୍ଷିବା ଉଚିତ।" ଏହି ସଂଳାପ ପରେ କଙ୍ଗନା ଏକ ଜବରଦସ୍ତ ଅନ୍ଦାଜରେ ଏଣ୍ଟ୍ରି ନିଅନ୍ତି । ଟିଜର ସେୟାର କରି କଙ୍ଗନା ଲେଖିଛନ୍ତି ଯେ, ମୁଁ ଦେଶର ପ୍ରେମ ପାଇଁ ଉଡ଼ାଣ ଭରିବାକୁ ପ୍ରସ୍ତୁତ।’’

ଏହା ମଧ୍ୟ ପଢନ୍ତୁ: ଦିନେ ସ୍କୁଲରେ ପରଟା ବିକ୍ରି କରୁଥିଲେ ଫୁକ୍‌ରେ ଷ୍ଟାର୍‌, ଆଜି ବକ୍ସ ଅଫିସରେ ମଚାଉଛନ୍ତି ଧମାଲ

କେବେ ରିଲିଜ୍ ହେବ ଫିଲ୍ମ ?

ତେଜସର ଟିଜର ଏବଂ ଟ୍ରେଲର ତାରିଖ ସହିତ କଙ୍ଗନା ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ଏହି ଚଳଚ୍ଚିତ୍ର ଅକ୍ଟୋବର 27ରେ ପ୍ରେକ୍ଷାଳୟକୁ ଆସିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସରବେଶ ମେବାଡା ଏବଂ ରୋନି ସ୍କ୍ରୁବାଲା ଏହାର ନିର୍ମାତା।

ଏହା ମଧ୍ୟ ପଢନ୍ତୁ: Chandramukhi-2: ଦମଦାର ଟ୍ରେଲର ରିଲିଜ, ରାଘବ ଲରେନ୍ସଙ୍କ ସହ ନଜର ଆସିବେ କଙ୍ଗନା

ଉଲ୍ଲେଖନୀୟ ଯେ, କଙ୍ଗନା ମଧ୍ୟ ଆଜିକାଲି ଚନ୍ଦ୍ରମୁଖୀ 2 ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି 28 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଫିଲ୍ମ ରିଲିଜ ହେବାର ଚାରି ଦିନ ମଧ୍ୟରେ 23.90 କୋଟି ଟଙ୍କା ରୋଜଗାର କରିଛି । ତେବେ ତେଜସ୍‌ ବ୍ୟତୀତ କଙ୍ଗନାଙ୍କ ଫିଲ୍ମ ‘ଏମରଜେନ୍ସି’ ମଧ୍ୟ ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.