ETV Bharat / entertainment

ନାନା ପାଟେକର-ବିବେକ ଅଗ୍ନିହୋତ୍ରୀଙ୍କ ଉପରେ ବର୍ଷିଲେ ତନୁଶ୍ରୀ ଦତ୍ତା - ବିବେକ ଅଗ୍ନିହୋତ୍ରୀ

ତନୁଶ୍ରୀ ଦତ୍ତା ନାନା ପାଟେକର ଏବଂ ବିବେକ ଅଗ୍ନିହୋତ୍ରୀଙ୍କ ଉପରେ ତାଙ୍କ କ୍ୟାରିୟର ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ସେମାନେ ତାଙ୍କ ନାମ ପ୍ରଚାର ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି । ଅଧିକ ପଢନ୍ତୁ

ନାନା ପାଟେକର ଏବଂ ବିବେକ ଅଗ୍ନିହୋତ୍ରୀଙ୍କ ଉପରେ ବର୍ଷିଲେ ତନୁଶ୍ରୀ ଦତ୍ତା, କହିଲେ ଏମିତି

author img

By ETV Bharat Odisha Team

Published : Sep 22, 2023, 3:24 PM IST

ହାଇଦ୍ରାବାଦ: ତନୁଶ୍ରୀ ଦତ୍ତା ଏବଂ ନାନା ପାଟେକରଙ୍କ ମଧ୍ୟରେ ବିବାଦ ବହୁତ ପୁରୁଣା । ଅଭିନେତ୍ରୀ ନାନା ପାଟେକରଙ୍କ ନାଁରେ 2018 ମସିହାରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ । ଏହା ପରେ, ସମୟ ସମୟରେ ସେ ଅଭିନେତାଙ୍କ ଉପରେ ବର୍ଷୁଥିବାର ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ପୁଣି ତନୁଶ୍ରୀଙ୍କ ନାନା ପାଟେକରଙ୍କ ଉପରେ ବର୍ଷିଛନ୍ତି । କେବଳ ଏତିକି ନୁହେଁ ସେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିଷୟରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ତନୁଶ୍ରୀ ଅଭିଯୋଗ କରିଛନ୍ତି ଯେ ନାନା ପାଟେକର ଏବଂ ବିବେକ ଅଗ୍ନିହୋତ୍ରୀ ତାଙ୍କ ନାମ ପ୍ରଚାର ପାଇଁ ବ୍ୟବହାର କରିଛନ୍ତି ।

ନିକଟରେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେବାବେଳେ ତନୁଶ୍ରୀଙ୍କୁ ପଚରାଯାଇଥିଲା ଯେ, ଯେଉଁମାନେ ତାଙ୍କ କ୍ୟାରିଅରକୁ ନଷ୍ଟ କରିଛନ୍ତି ବୋଲି କହିଥିଲେ ସେମାନେ ବର୍ତ୍ତମାନ ସଫଳ ଯାତ୍ରା କରୁଛନ୍ତି । ଏହାର ଉତ୍ତରରେ ତନୁଶ୍ରୀ କହିଛନ୍ତି ଯେ ଆମେ ତାଙ୍କ ଉପରେ କାହିଁକି ଆଲୋଚନା କରୁଛୁ ? ମୁଁ ଆଉ ବିବେକ ଅଗ୍ନିହୋତ୍ରୀ କିମ୍ବା ନାନା ପାଟେକରଙ୍କ ସହ କଥାବାର୍ତ୍ତା କରୁନାହିଁ, ତେବେ କାହିଁକି ଆଲୋଚନା କରିବି ? ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ସେମାନଙ୍କ ବିଷୟରେ ଆଲୋଚନା କରି ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଚାହୁଁନାହିଁ । ସେ କହିଛନ୍ତି, “ଆଜି ମଧ୍ୟ ସେମାନେ ସେମାନଙ୍କର ଚଳଚ୍ଚିତ୍ର ଚଳାଇବା ପାଇଁ ମୋର ନାମ ଆବଶ୍ୟକ କରନ୍ତି ।

ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ 2008ରେ ଯେତେବେଳେ ନାନା ପାଟେକରଙ୍କ ସହ ବିବାଦ ହୋଇଥିଲା, ସେତେବେଳେ ତାଙ୍କ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ କାମ କରୁନଥିଲା । ସେମାନେ ତାଙ୍କ ଚଳଚ୍ଚିତ୍ର ପାଇଁ ଏକ କ୍ୟାମୋ ରୋଲ ପାଇଁ ତାଙ୍କ ନିକଟକୁ ଯାଇଥିଲେ। 'ଦ ଭ୍ୟାକ୍ସିନ୍ ୱାର' ଫିଲ୍ମ ବିଷୟରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ' 2008 ମସିହାରେ ମଧ୍ୟ ତାଙ୍କର ଚଳଚ୍ଚିତ୍ର ବିକ୍ରୟ କରିବାର ତାଙ୍କ ପାଖରେ କ୍ଷମତା ନଥିଲା ଏବଂ ବର୍ତ୍ତମାନ ବି ନାହିଁ । ସେମାନେ ଚଳଚ୍ଚିତ୍ର ବିକ୍ରୟ କରିବାକୁ ମୋ ଭଳି ଲୋକଙ୍କ ନିକଟକୁ ଆସନ୍ତି ।

ସୂଚନା ଥାଉ କି, 2005 ଚଳଚ୍ଚିତ୍ର ଆଶିକ୍ ବନାୟା ଆପନେ ସହ ବଲିଉଡରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ଇଣ୍ଡିଆ ତନୁଶ୍ରୀ ଦତ୍ତା । ତନୁଶ୍ରୀ 2018ରେ ନାନା ପାଟେକରଙ୍କ ନାଁରେ ଯୌନ ନିଯାତନା ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ 2009ରେ ପାଟେକର ହର୍ନ ଓକେ ପ୍ଲିଜ ଚଳଚ୍ଚିତ୍ରର ସୁଟିଂ କରୁଥିବା ସମୟରେ ତାଙ୍କୁ ହଇରାଣ କରିଥିଲେ । ପାଟେକରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବା ପରେ ସେ ସିନେ ଏବଂ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ (CINTAA) ରେ ତାଙ୍କ ସମ୍ପତ୍ତି ଏବଂ ପ୍ରତିଷ୍ଠା କ୍ଷୟକ୍ଷତି ନେଇ ଏକ ଲିଖିତ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ । ପରେ ରାଖୀ ସାୱନ୍ତ ଏହି ଫିଲ୍ମରେ ସ୍ଥାନ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ନୂଆ ମୋଡରେ ତନୁଶ୍ରୀ-ନାନାଙ୍କ #ମି ଠୁ କେସ୍

ସୂଚନା ଥାଉ କି, ନାନା ପାଟେକର ପରବର୍ତ୍ତୀ ସମୟରେ ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ଦ ଭ୍ୟାକ୍ସିନ ୱାରରେ ନଜର ଆସିବେ । ଦ ଭ୍ୟାକ୍ସିନ୍ ୱାର ହେଉଛି ଭାରତର ପ୍ରଥମ ବାୟୋ-ସାଇନ୍ସ ଫିଲ୍ମ । ଏହି ଚଳଚ୍ଚିତ୍ରରେ ପଲ୍ଲବୀ ଯୋଶୀ, ଅନୁପମ ଖେର, ଗିରିଜା ଓକ, ରାଇମା ସେନ ଏବଂ ମୋହନ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ଫିଲ୍ମ 28 ସେପ୍ଟେମ୍ବରରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.